ETV Bharat / state

ଜମିଲାଣି ନିର୍ବାଚନୀ ମାହୋଲ, 'ମୋଦି ଗ୍ୟାରେଣ୍ଟି'କୁ ନେଇ ରାଜଧାନୀରେ ଜନସମ୍ପର୍କ ଯାତ୍ରା

author img

By ETV Bharat Odisha Team

Published : Feb 24, 2024, 11:04 AM IST

Modi Guarantee Jana Samparka Yatra: 'ମୋଦି ଗ୍ୟାରେଣ୍ଟି'କୁ ନେଇ ଭୁବନେଶ୍ୱରରେ ବିଜେପିର ଜନ ସମ୍ପର୍କ ଯାତ୍ରା । ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଏହି ଜନସମ୍ପର୍କ ପଦଯାତ୍ରା ଆୟୋଜିତ । ଅଧିକ ପଢ଼ନ୍ତୁ

ମୋଦୀ ଗ୍ୟାରେଣ୍ଟି
ମୋଦୀ ଗ୍ୟାରେଣ୍ଟି

ମୋଦୀ ଗ୍ୟାରେଣ୍ଟି

ଭୁବନେଶ୍ବର: ରାଜଧାନୀରେ ଜମିଲାଣି ନିର୍ବାଚନୀ ମାହୋଲ । ପାଖେଇ ଆସୁଥିବା ବେଳେ ଭୋଟରମାନଙ୍କ ନିକଟତର ହେବା ପାଇଁ ଅଭିଯାନ ଆରମ୍ଭ କଲାଣି ବିଜେପି । 'ମୋଦି ଗ୍ୟାରେଣ୍ଟି'କୁ ନେଇ ଭୁବନେଶ୍ୱରରେ ବିଜେପି କରିଛି ଜନସମ୍ପର୍କ ଯାତ୍ରା । ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନତା କରାଉଛି ବିଜେପି । ଏନେଇ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପକ୍ଷରୁ 'ମୋଦି ଗ୍ୟାରେଣ୍ଟି' ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି । ବିରାଟ ପଟୁଆର ସହ ଶହ ଶହ ବିଜେପି ନେତା ଓ କର୍ମୀ ଶୋଭାଯାତ୍ରାରେ ଯାଇ ଏହି ଜନସମ୍ପର୍କ ପଦଯାତ୍ରା କରିଛନ୍ତି ।

ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ 'ମୋଦି ଗ୍ୟାରେଣ୍ଟି' ଜନସମ୍ପର୍କ ଯାତ୍ରାରେ ଶହ ଶହ ବିଜେପି କର୍ମୀ ସାମିଲ ହୋଇ ପଦଯାତ୍ରା ମାଧ୍ୟମରେ ସାଲିଆ ସାହିର ବିଭିନ୍ନ ୱାର୍ଡ ବୁଲିବା ସହ ମୋଦି ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକକୁ ସଚେତନତା କରାଇଛନ୍ତି । ଲିପଲେଟ ବାଣ୍ଟିବା ସହ ଶୋଭାଯାତ୍ରାରେ ଯାଇ ଲୋକମାନଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ମୋଦି ଗ୍ୟାରେଣ୍ଟି ସଚେତନତାକୁ ନେଇ ଆଗାମୀ ନିର୍ବାଚନ ପାଇଁ ଭୋଟ ମାଗିଛି ବିଜେପି । ତେବେ ନିର୍ବାଚନ ସମୟରେ କେନ୍ଦ୍ରୀୟ ଯୋଜନାର ଅଳରେ ବିଶେଷ ଭାବେ ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କୁ ଛଳ କରି ଭୋଟ ହାତେଇବା ପାଇଁ ଚେଷ୍ଟା କରିଥାନ୍ତି ବୋଲି କହିଛି ବିଜେପି । ତେଣୁ ବସ୍ତିର ଲୋକମାନଙ୍କୁ ସଚେତନତା କରାଇବା ପାଇଁ ମୋଦି ଦେଉଥିବା ଯୋଜନାର ଗ୍ୟାରେଣ୍ଟିକୁ ନେଇ ଏହି ପଦଯାତ୍ରା କରାଯାଇଥିବା କହିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ...ବ୍ରହ୍ମପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶ, ଯୋଗଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ

ଏହି ପଦଯାତ୍ରା ଅବସରରେ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, "ସବୁ ଭାରତୀୟଙ୍କୁ ମୌଳିକ ସୁବିଧା ସହ ସେମାନଙ୍କର ବିକାଶର ଗ୍ୟାରେଣ୍ଟି ନେଇଛନ୍ତି ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ୧୪୦ କୋଟି ଭାରତୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହିଛନ୍ତି ଯେ, ସମସ୍ତଙ୍କ ମୁଣ୍ଡକୁ ଛାତ, ପେଟକୁ ଦାନା ଓ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବେ । ଏଥିପାଇଁ ଅନେକ ଯୋଜନା କରିଛନ୍ତି । ସେହି ସବୁ ଯୋଜନା ବାଟମାରଣା ହେଉଛି ନା ଲୋକଙ୍କ ପାଖରେ ପହଁଚୁଛି ସେ ସବୁର ତଦାରଖ କରିବା ପାଇଁ ଏହି ଯାତ୍ରା କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଉପରେ ଥିବା ଭରସାକୁ ନେଇ ରାଜ୍ୟରେ ଚାଲିଥିବା 24 ବର୍ଷର କଳଙ୍କିତ ଶାସନକୁ ହଟାଇବା ପାଇଁ ସାଧାରଣ ଲୋକେ ସଂକଳ୍ପ ନେଇଛନ୍ତି ।" ଏହି ଜନସମ୍ପର୍କ ଯାତ୍ରରେ ବିଜେପି ମୁଖପାତ୍ର ଦିଲୀପ ମହାନ୍ତି, ମାଧ୍ୟମ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସମେତ ଅନେକ ବିଜେପି ନେତୃବୃନ୍ଦ ଉସସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.