ETV Bharat / state

ପୁଣି ଜୋର ଧରିଲା 'ଅପରାଜିତା ହଟାଅ ବିଜେପି ବଞ୍ଚାଅ' ନାରା - BJP Workers Opposing Aparajita

author img

By ETV Bharat Odisha Team

Published : Mar 27, 2024, 5:17 PM IST

Updated : Mar 28, 2024, 9:00 AM IST

BJP Workers Opposing MP Aparajita: ଖୋର୍ଦ୍ଧା ବେଗୁନିଆରେ ଦିନକୁ ଦିନକୁ ବଢୁଛି ଭୁବନେଶ୍ବରର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ଅସନ୍ତୋଷ । 'ଅପରାଜିତା ହଟାଅ ବିଜେପି ବଞ୍ଚାଅ ଦେଲେ ନାରା' । ଅଧିକ ପଢନ୍ତୁ

ପୁଣି ଜୋର ଧରିଲା 'ଅପରାଜିତା ହାଟାଅ ବିଜେପି ବଞ୍ଚାଅ' ନାରା
ପୁଣି ଜୋର ଧରିଲା 'ଅପରାଜିତା ହାଟାଅ ବିଜେପି ବଞ୍ଚାଅ' ନାରା

ପୁଣି ଜୋର ଧରିଲା 'ଅପରାଜିତା ହାଟାଅ ବିଜେପି ବଞ୍ଚାଅ' ନାରା

ଖୋର୍ଦ୍ଧା: ବାଜିଛି ନିର୍ବାଚନ ବିଗୁଲ,ଆରମ୍ଭ ହୋଇଛି ପ୍ରଚାର । ଏହାରି ଭିତରେ ଭୁବନେଶ୍ବର ସଂସାଦଙ୍କ ବିରୋଧରେ ବଢୁଛି ଦଳୀୟ କର୍ମୀଙ୍କ ଅସନ୍ତୋଷ । ବେଗୁନିଆରେ ପୁଣି ଜୋର ଧରିଛି ଅପରାଜିତା ହଟାଅ ବିଜେପି ବଞ୍ଚାଅ ନାରା । ଭାରତୀୟ ଜନତା ପାର୍ଟି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ରୂପେ ଅପରାଜିତା ଷଡ଼ଙ୍ଗୀଙ୍କୁ ମନୋନୀତ ପରେ କୁହୁଳିଛି ଅସନ୍ତୋଷ । ଏହି ଅସନ୍ତୋଷ ନିଜ ଦଳୀୟ କର୍ମୀମାନଙ୍କ ଭିତରେ ଦେଖା ଦେଇଛି । ସେପଟେ ପଦାରେ ପଡ଼ିଛି ବିଜେପିର ଗୋଷ୍ଠୀ କନ୍ଦଳ । ଦଳୀୟ କାର୍ଯ୍ୟକତାଙ୍କୁ ବାରମ୍ବାର ଅଣଦେଖା କରିବା ସହ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସାଥୀରେ ନେଇ ସମାନ୍ତରାଳ ସଂଗଠନ କରୁଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

ଦଳୀୟ କାର୍ଯ୍ୟକତାକୁ ଅଣଦେଖା କରିବା ପ୍ରତିବାଦରେ ଆଜି ତୀବ୍ର ହୋଇଛି ବେଗୁନିଆ ରାଜନୀତି । ବେଗୁନିଆ ବିଜେପିର ପୁରୁଣା କର୍ମୀ ଆଜି ଅପରାଜିତା ଷଡ଼ଙ୍ଗୀଙ୍କୁ ତୀବ୍ର ବିରୋଦ୍ଧ କରିବା ସହିତ ବେଗୁନିଆ ବୋଲଗଡ ନିର୍ବାଚନ ମଣ୍ଡଳୀର ବରମୂଳେଇ ପୀଠରେ ଏକ ବୈଠକ କରିଛନ୍ତି । ଯେଉଁ ବୈଠକରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରାଯାଇଛି । ବିଜେପି ବିରୋଧୀ ଅହଙ୍କାରୀ ଅପରାଜିତା ହଟାଅ ବିଜେପି ବଞ୍ଚାଅ ନାରା ଦେଇଛନ୍ତି । କିଭଳି ବିଗତ ପାଞ୍ଚ ବର୍ଷରେ ଭାରତୀୟ ଜନତା ପାର୍ଟିର ପ୍ରର୍ଦଶନୀ ନୌରାଶଜନକ ହୋଇଛି । ସାଂସଦ ଅପରାଜିତା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା କରି କଂଗ୍ରେସ ଓ ବିଜେଡି କର୍ମୀମାନଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ଏବଂ ପାଣ୍ଠି ପ୍ରଦାନ କରୁଛନ୍ତି,ତାକୁ ନେଇ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ......ସ୍ବର ବଦଳାଇଲେ ସୁର; ପୁଅ ପାଇଁ କଲେ ଭୋଟ ଭିକ୍ଷା, କଂଗ୍ରେସର ସବୁ କମିଟିରୁ ଦେଲେ ଇସ୍ତଫା - Suresh Routray

ସେହିପରି ପୂର୍ବରୁ ଅପରାଜିତାଙ୍କୁ ବିରୋଧ କରି ପ୍ରାର୍ଥୀ ନକରିବା ପାଇଁ ଦାବି କରାଯାଇଥିଲା କିନ୍ତୁ ଏବେ ଘୋଷଣା ପରେ ବିଜେପି କର୍ମକର୍ତ୍ତା ମାନେ ସାଂସଦ ପ୍ରାର୍ଥୀ ଘୋଷଣା ପରେ ଅପରାଜିତାଙ୍କୁ ତୀବ୍ର ବିରୋଦ୍ଧ କରିବା ସହିତ ୪୦ଟି ପଞ୍ଚାୟତରେ କର୍ମକର୍ତ୍ତାକୁ ନେଇ ଗାଁ ଗାଁ ବୁଲିବେ ଓ ଅହଂକାରୀ ଅପରାଜିତାକୁ ଭୋଟ ନଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା କହିଛନ୍ତି ।

ସେହିପରି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ କିନ୍ତୁ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ଏଠାରୁ ହରାଇବେ ବୋଲି ବଜ୍ର ଶପଥ ନେଇଛନ୍ତି । ଆଉ ୪୦ ପଞ୍ଚାୟତରୁ ୧୦ହଜାର ଭୋଟ ନୋଟାକୁ ଦେବେ ବୋଲି ବିଜେପି କର୍ମୀମାନେ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ବିଜେପିର ନେତାମାନେ ଏହି କନ୍ଦଳକୁ କିଭଳି ପ୍ରଶମିତ କରୁଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Mar 28, 2024, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.