ETV Bharat / state

‘ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ମୋଦି ଗ୍ୟାରେଣ୍ଟି ଘରେ ଘରେ ପହଞ୍ଚିବ’

author img

By ETV Bharat Odisha Team

Published : Feb 21, 2024, 9:21 PM IST

BJP will Form Next Govt in Odisha: ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ । ମୋଦି ଗ୍ୟାରେଣ୍ଟିର ଲାଭ ଘରେ ଘରେ ପହଞ୍ଚିବ । ରାଷ୍ଟ୍ରୀୟ ମହାଅଧିବେଶନରେ ହୋଇଥିବା ରଣନୀତି ଅନୁସାରେ ଦଳ ରାଜ୍ୟରେ ନିର୍ବାଚନ ଲଢିବ। ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ପୁଣି ଥରେ କ୍ଷମତା ଦଖଲର ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ସଭାପତି । ଅଧିକ ପଢନ୍ତୁ

BJP will Form Next Govt in Odisha
BJP will Form Next Govt in Odisha

‘ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ମୋଦି ଗ୍ୟାରେଣ୍ଟି ଘରେ ଘରେ ପହଞ୍ଚିବ’

ଭୁବନେଶ୍ବର: ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ । ମୋଦି ଗ୍ୟାରେଣ୍ଟିର ଲାଭ ଘରେ ଘରେ ପହଞ୍ଚିବ । ରାଷ୍ଟ୍ରୀୟ ମହାଅଧିବେଶନରେ ହୋଇଥିବା ରଣନୀତି ଅନୁସାରେ ଦଳ ରାଜ୍ୟରେ ନିର୍ବାଚନ ଲଢିବ। ଦଳୀୟ କାର୍ଯ୍ୟାଳୟରେ ପ୍ରେସମିଟ କରି ଆଜି ପୁଣି ଥରେ କ୍ଷମତା ଦଖଲର ଦମ୍ଭୋକ୍ତି ଦେଖାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଅଧିକ ପଢନ୍ତୁ- ୨୮ତାରିଖ ପାଖାପାଖି ଓଡ଼ିଶା ଆସିବେ ମୋଦି, ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ: ବିଜେପି ସଭାପତି

ବିଜେପି ରାଜ୍ୟ ସଭାପତି କହିଛନ୍ତି, ‘‘ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ । ମୋଦି ଗ୍ୟାରେଣ୍ଟିର ଲାଭ ଘରେ ଘରେ ପହଞ୍ଚିବ । ଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଇଛନ୍ତି । ମୋଦିଙ୍କ ଯୋଜନାକୁ ବୁଥସ୍ତର ପର୍ଯ୍ୟନ୍ତ ନେବ ବିଜେପି । ଓଡିଶାରେ ମଧ୍ୟ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ। ’’

ମନମୋହନ ସାମଲ କହିଛନ୍ତି ଯେ, ବିକଶିତ ଭାରତ ଗଠନ ଓ ମୋଦିଙ୍କ ଗ୍ୟାରେଣ୍ଟି ଲୋକଙ୍କ ମନରେ ଆତ୍ମବିଶ୍ବାସ ବଢ଼ାଇଛି । ପୁଣି ଏଥର ଦେଶରେ ମୋଦି ସରକାର, ଓଡିଶାରେ ବିଜେପି ସରକାର” ଗଠନ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । ବିଗତ ୧୦ବର୍ଷର ମୋଦି ଗ୍ୟାରେଣ୍ଟିର ପହଞ୍ଚାଇବାର ଦାୟିତ୍ବ ହେଉଛି ବିଜେପି କାର୍ଯ୍ୟକର୍ତାଙ୍କର । କେନ୍ଦ୍ରର ଗରିବ କଲ୍ୟାଣ ଯୋଜନାକୁ ବାଟବଣା କରାଉଥିବା ରାଜ୍ୟ ସରକାରଙ୍କୁ ହଟାଇବାର ନେତୃତ୍ବ ନେବେ ଓଡ଼ିଶାବାସୀ । ପ୍ରଧାନମନ୍ତ୍ରୀ ୨୦୪୭ ମସିହା ସୁଦ୍ଧା ପୂରା ଭାରତ ବର୍ଷକୁ ସମ୍ପୂର୍ଣ୍ଣ ବିକଶିତ କରିବାର ସଂକଳ୍ପ ନେଇଛନ୍ତି । ଭାରତକୁ ସମଗ୍ର ବିଶ୍ବର ଚରମ ଶିଖରରେ ପହଞ୍ଚାଇବା ପାଇଁ ମୋଦି ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି । ଓଡିଶା ସମେତ ପୂର୍ବୋଦ୍ୟୋୟର ବିକାଶ ପାଇଁ ମୋଦି ଗ୍ୟାରେଣ୍ଟି ଏକ ମାତ୍ର ବିକଳ୍ପ । ଆଗାମୀ ସାଧାରଣ ନିର୍ବାଚନରେ ଓଡିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଠନ ହେବ । ମୋଦି ଗ୍ୟାରେଣ୍ଟିର ଲାଭ ଘରେ ଘରେ ପହଞ୍ଚିବ । ରାଜ୍ୟରେ ବିଜେପି ସରକାର ଗଠନ କରିବା ସୁନିଶ୍ଚିତ । ଏହି ପରିପ୍ରେକ୍ଷୀରେ ଅନେକ କେନ୍ଦ୍ରୀୟ ନେତୃବୃନ୍ଦ ଓଡିଶା ଗସ୍ତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.