ETV Bharat / state

ଦୁର୍ନୀତି ଅଭିଯୋଗରେ ବାଲିଅନ୍ତା ତହସିଲ ଅଫିସ ଘେରାଉ କଲା ବିଜେପି

author img

By ETV Bharat Odisha Team

Published : Mar 14, 2024, 8:39 AM IST

BJP protest against Tehsildar: ତହସିଲଦାରଙ୍କ ଦୁର୍ନୀତି ଓ ଲାଞ୍ଚଖୋର ନୀତି ବିରୁଦ୍ଧରେ ବିଜେପିର ବିକ୍ଷୋଭ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟାରଙ୍କୁ ବିରୋଧ କରି ବାଲିପାଟଣା ଓ ବାଲିଅନ୍ତା ବ୍ଲକ ବିଜେପି ଦଳ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢ଼ନ୍ତୁ

ବିଜେପିର ବିକ୍ଷୋଭ
ବିଜେପିର ବିକ୍ଷୋଭ

ବିଜେପିର ବିକ୍ଷୋଭ

ନିଆଳି: ତହସିଲଦାରଙ୍କ ଦୁର୍ନୀତି ଓ ଲାଞ୍ଚଖୋର ନୀତି ବିରୁଦ୍ଧରେ ବିଜେପିର ବିକ୍ଷୋଭ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟାରଙ୍କୁ ବିରୋଧ କରି ବାଲିପାଟଣା ଓ ବାଲିଅନ୍ତା ବ୍ଲକ ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଛି । ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ ।‌ ଜୟଦେବ ନିର୍ବାଚନ ମଣ୍ଡଳୀର ଖୋର୍ଦ୍ଧା ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଶିବ ମଲ୍ଲିକଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା ବାହାରି ବାଲିଅନ୍ତା ତହସିଲ ଏବଂ ସବରେଜିଷ୍ଟାରଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲା ।

ବିଭିନ୍ନ ସମୟରେ ଏହି ତହସିଲଦାର ତଥା ସବରେଜିଷ୍ଟାର ଜନସାଧାରଣଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ନେଉଥିବା ନେଇ ବିଜେପି ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଯେଉଁ ଜନସାଧାରଣ ଲାଞ୍ଚ ଦେଉନାହାନ୍ତି ତାଙ୍କ କାର୍ଯ୍ୟ କରିବା ପରିବର୍ତ୍ତେ ବିଭିନ୍ନ ପ୍ରକାରର ଆଳ ଦେଖାଇ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି ।‌ ଏହି ଦୁଇ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢି ବଢି ଚାଲିଥିବା ଅଭିଯୋଗ କରିଛି ବିଜେପି । ଗରିବ ଲୋକଟିଏ ଝିଅ ବାହାଘର ପାଇଁ ଜମି ବିକିବା ପାଇଁ ଚାହିଁଲେ ବିକ୍ରି କରିପାରୁନି ବୋଲି ବିଜେପି କହିଛି । ସେପଟେ ଦାୟିତ୍ଵରେ ଥିବା ଅଧିକାରୀ ଆରା ଆରା ଆଇନକୁ ଆଧାର କରି ସବୁ ଜମି ବିକ୍ରି କରାଯାଇ ପାରିବ ନାହିଁ ବୋଲି କହୁଛନ୍ତି । କିନ୍ତୁ ମୋଟା ଅଙ୍କର ଉତ୍କୋଚ ନେଲେ ସବୁ ଜମିକୁ ବିକ୍ରି ପାଇଁ ଅନୁମତି ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅରୁଣାଚଳରେ ସମସ୍ତ 60 ଆସନରେ ପ୍ରାର୍ଥୀ ଘୋଷଣା କଲା ବିଜେପି, ମୁକ୍ତୋରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ

ସବୁ ଜମି ଆଇନକୁ କଡ଼ାକଡ଼ି କରାଯାଉ ଏବଂ ଜମି କିଣିଥିବା ଲୋକଟିଏ ସେଥିରେ ଘର କରିବା ପାଇଁ ଲୋନ ଆଣି ସୁଧ ଗଣୁଥିଲେ ମଧ୍ୟ ତାଙ୍କୁ ଘର କରିବା ପାଇଁ ସୁଯୋଗ ଦେଉନଥିବା ନେଇ ଅଭିଯୋଗ ହୋଇଛି । ଗଣତାନ୍ତ୍ରିକ ପଦ୍ଧତିରେ ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ଯଦି ଆଗାମୀ ଦିନରେ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ଏହି ଆଇନକୁ କଡ଼ାକଡ଼ି କରାନଯାଏ ତେବେ ବିଜେପି ଆଇନକୁ ହାତ ମୁଠାକୁ ନେବା ପାଇଁ ଚେତାବନୀ ଦେଇଛି ।‌ ଏହି ବାବଦରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି ବିଜେପି । ଏହି ଆନ୍ଦୋଳନରେ ବିଜେପି ନେତା ବସନ୍ତ ନାୟକ, ମାଗୁଣି ସେଠୀଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.