ETV Bharat / state

ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ, ଫାଣ୍ଡି ଘେରାଉ କଲା ବିଜେପି

author img

By ETV Bharat Odisha Team

Published : Feb 27, 2024, 9:36 AM IST

Updated : Feb 27, 2024, 12:23 PM IST

BJP Protest in Berhampur: ବ୍ରହ୍ମପୁରର ହୁମ୍ମା ଗ୍ରାମରେ ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ ମାରିବା ଘଟଣା । ଫାଣ୍ଡି ଅଧିକାରୀଙ୍କୁ ହେଡକ୍ବାର୍ଟର ବଦଳି କରିବା ଦାବିରେ ଫାଣ୍ଡି ଘେରାଉ କଲା ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ
ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ

ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ

ବ୍ରହ୍ମପୁର: ଛାତ୍ରଙ୍କୁ ପୋଲିସର ନିସ୍ତୁକ ମାଡ ମାରିବା ଘଟଣା । ଏହାର ପ୍ରତିବାଦରେ ଫାଣ୍ଡି ଘେରାଉ କଲା ବିଜେପି । ଜଣେ ଯୁକ୍ତ ଦୁଇ ଛାତ୍ରଙ୍କୁ ପୋଲିସ ମାଡ ମାରିବା ସହିତ ବିନା କାରଣରେ ଫାଣ୍ଡିରେ ଅଟକ ରଖିଥିଲା । ଏହି ଘଟଣାକୁ ବିରୋଧ କରି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ଅଧିକାରୀଙ୍କୁ ହେଡକ୍ବାର୍ଟର ବଦଳି କରିବା ଦାବିରେ ଫାଣ୍ଡି ଘେରାଉ କଲା ଭାରତୀୟ ଜନତା ପାର୍ଟି ।

ସୂଚନା ଅନୁଯାୟୀ, ହୁମ୍ମା ଗ୍ରାମର ଜଣେ ଛାତ୍ର ଗଞ୍ଜାମ ବ୍ଲକର କାଇଞ୍ଚପୁର ଗ୍ରାମର ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ଏକ ମୋଟର ସାଇକେଲ ଯୋଗେ ଫେରୁଥିଲେ । ରାତ୍ର ସମୟରେ ହୁମା ଫାଣ୍ଡି ଅଧିକାରୀ ସେହି ଛାତ୍ରକୁ ଅଟକାଇ ବ୍ୟବହାର ଖରାପ କରିବା ସହ ଫାଣ୍ଡିକୁ ନେଇ ରାତ୍ର ସମୟରେ ନିସ୍ତୁକ ମାଡ ମାରିଥିଲେ । ଏନେଇ ଅଭିଯୋଗ ଆସିବା ପରେ ବିଜେପି ନେତୃବୃନ୍ଦ ଏହାର ବିରୋଧ କରିଛନ୍ତି । ଉକ୍ତ ଛାତ୍ରଙ୍କ ବିରୋଧରେ ମିଛ ଆରୋପ ଲଗାଇବା ଏବଂ ଫାଣ୍ଡି ଅଧିକାରୀ ଜଣଙ୍କ ନିଜ ମନ ମୁତାବକ କାର୍ଯ୍ୟ କରି ଲୋକଙ୍କୁ ଧମକ ଚମକ ଦେବା ସହିତ ବିଜେପି କର୍ମୀମାନଙ୍କୁ ବିଭିନ୍ନ କାର୍ଯ୍ୟ କରିବାରେ ବାରଣ କରୁଥିବା ମଧ୍ୟ ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏଣୁ ଏଭଳି ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି ନେଇ ଥାନା ଘେରାଉ କରିଥିଲେ ଦଳର ନେତୃବୃନ୍ଦଙ୍କ ସମେତ ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢନ୍ତୁ - ଶିକ୍ଷକଙ୍କ ମାଡ଼ରେ ଛାତ୍ରଙ୍କ ମୃତ୍ୟୁ ! ମୃତଦେହ ରଖି ସ୍କୁଲ ଆଗରେ ଧାରଣା

ଏହା ମଧ୍ୟ ପଢନ୍ତୁ- ବିଚ୍ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଲେ ପୋଲିସ, ଭିଡ଼ିଓ ଭାଇରାଲ

ଯେଉଁଥିରେ ବିଜେପି ଜିଲ୍ଲା ସଭାପତି ସୁବାଷ ସାହୁଙ୍କ ସମେତ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପାର ନେତୃବୃନ୍ଦ ଏଥିରେ ସାମିଲ ରହିଥିଲେ । ତେବେ ଦୀର୍ଘ ଘଣ୍ଟାର ଘେରାଉ ପରେ ରମ୍ଭା ଥାନା ଅଧିକାରୀ ଏବଂ ଏସ୍.ଡି.ପି.ଓଙ୍କ ଉପସ୍ଥିତରେ ଆଲୋଚନ କରାଯାଇଥିଲା । ଆସନ୍ତା ୭ ଦିନ ମଧ୍ୟରେ ହୁମା ଫାଣ୍ଡି ଅଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଡିପିଓ ପ୍ରତିଶୃତି ଦେବା ପରେ ଘେରାଉ ସ୍ଥଗିତ ରଖାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Feb 27, 2024, 12:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.