ETV Bharat / state

ଖୋର୍ଦ୍ଧାରେ ଉଷ୍ମ ରାଜନୀତି; ବାସନ୍ତୀଙ୍କୁ ନେଇ ବିଜେଡିରେ ଚର୍ଚ୍ଚା

author img

By ETV Bharat Odisha Team

Published : Feb 19, 2024, 7:04 PM IST

Khordha Assembly Seat BJD Candidate: ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୋର୍ଦ୍ଧାରେ ଜୋର ଧରିଲାଣି ନିର୍ବାଚନୀ ଉଷ୍ମତା । ଆଶାୟୀ ପ୍ରାର୍ଥୀମାନେ ଘନଘନ ପ୍ରଚାର କରି ନିଜକୁ ପ୍ରସ୍ତୁତ କରୁଛନ୍ତି । ବିଜେଡି ଟିକେଟକୁ ନେଇ ଆଶାୟୀ ଥିବା ବାସନ୍ତୀ ମହାପାତ୍ର ପ୍ରଚାର ଯୋରଦାର କରିଛନ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧାରେ ଉଷ୍ମ ରାଜନୀତି : ବାସନ୍ତୀଙ୍କୁ ନେଇ ବିଜେଡିରେ ଚର୍ଚ୍ଚା
ଖୋର୍ଦ୍ଧାରେ ଉଷ୍ମ ରାଜନୀତି : ବାସନ୍ତୀଙ୍କୁ ନେଇ ବିଜେଡିରେ ଚର୍ଚ୍ଚା

ଖୋର୍ଦ୍ଧାରେ ଉଷ୍ମ ରାଜନୀତି : ବାସନ୍ତୀଙ୍କୁ ନେଇ ବିଜେଡିରେ ଚର୍ଚ୍ଚା

ଖୋର୍ଦ୍ଧା: ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୋର୍ଦ୍ଧାରେ ଜୋର ଧରିଲାଣି ନିର୍ବାଚନୀ ଉଷ୍ମତା । ଆଶାୟୀ ପ୍ରାର୍ଥୀମାନେ ଘନଘନ ପ୍ରଚାର କରି ନିଜକୁ ପ୍ରସ୍ତୁତ କରୁଛନ୍ତି । ସବୁଠୁ ଚର୍ଚ୍ଚାରେ ଥିବା ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ଏଥର କିଏ ବିଜେଡି ଟିକେଟ ପାଇବେ ତାକୁ ନେଇ ଲାଗି ରହିଛି ଛକାପଞ୍ଝା । ଦୀର୍ଘ 25 ବର୍ଷ ଧରି ଦୁଇ ଜଣଙ୍କ ହାତରେ ଖୋର୍ଦ୍ଧା ଆସନ ଥିବା ବେଳେ ଏଥର ପରିବର୍ତ୍ତନ ଚାହୁଛନ୍ତି ଭୋଟର । ସେହିପରି ବିଜେଡି ଟିକେଟ ଆଶାୟୀରେ ସବୁଠୁ ଆଗରେ ଅଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭାପତି ବାସନ୍ତି ମହାପାତ୍ର ।

ଅଧିକ ପଢନ୍ତୁ- ରାଇରଙ୍ଗପୁର: କାହାକୁ ମିଳିବ ବିଜେଡି ଟିକେଟ?

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ନିର୍ଵାଚନ ମଣ୍ଡଳୀରେ ସେତିକି ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେନେଇ ଛକାପଞ୍ଝା ଲାଗି ରହିଥିବା ବେଳେ ସବୁ ଦଳରେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ପାଇଁ ବିଜେଡିରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ଆଗରେ ରହିଛନ୍ତି ।

ଏନେଇ ଟିକେଟ ଆଶାୟୀ ବାସନ୍ତୀ ମହାପାତ୍ର କହିଛନ୍ତି, "ଦଳରୁ ପ୍ରାର୍ଥୀ ହେବା ପାଇଁ ଦୀର୍ଘ ବର୍ଷ ହେବ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ନେତା ମୁଖ୍ୟମନ୍ତ୍ରୀ ମୋ ଉପରେ ବିଶ୍ଵାସ ରଖୁଛନ୍ତି । ଲୋକଙ୍କ ଆସ୍ଥା, ଭଲପାଇବା ମଧ୍ୟ ରହିଛି । ତୃଣମୂଳସ୍ତରରେ ଦଳୀୟ ସଙ୍ଗଠନ ମଜଭୁତ ସହ ଲୋକଙ୍କ ସୁଖଦୁଃଖରେ ସହଭାଗୀ ରହିଛି । ଦଳୀୟ କାର୍ଯ୍ୟକ୍ରମର ପ୍ରଚାର, ଲୋକଙ୍କ ସହ ଯୋଡିହେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ସେନେଇ ପ୍ରୟାସ ଜାରି ରହିବ ।"

ବାସନ୍ତୀ ସାଂଗଠନିକ କାର୍ଯ୍ୟକ୍ରମକୁ ଯୋରଦାର କରିଥିବା ବେଳେ, ନିରବଚ୍ଛିନ୍ନ ଭାବେ ଦଳୀୟ ପ୍ରଚାର, କର୍ମୀ ସମ୍ମିଳନୀ, ତୃଣମୂଳସ୍ତରରେ ସମାବେଶ, ଜନସମ୍ପର୍କ ଯାତ୍ରା ଆଦି ଜାରି ରଖିଛନ୍ତି । ସେହିଭଳି ବାସନ୍ତୀ ଖୋର୍ଦ୍ଧାରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ଜୋନର ବରିଷ୍ଠ, ଯୁବ ଓ ଛାତ୍ରମାନଙ୍କୁ ନେଇ ବାଇକ ଶୋଭାଯାତ୍ରାରେ ବାହାରି ଖୋର୍ଦ୍ଧା ସହରର ସମସ୍ତ ୱାର୍ଡ ପରିକ୍ରମା କରିଛନ୍ତି । ବିଭିନ୍ନ ସ୍ଥାନରେ ସ୍ଥାନୀୟ ବାସିନ୍ଦା, ମହିଳାମାନେ ତାଙ୍କୁ ଫୁଲମାଲ ଦେଇ ସ୍ବାଗତ କରିଥିଲେ । ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଅନୁରୋଧ କରିଥିଲେ । ଘରେ ଘରେ ଶଙ୍ଖ ସ୍ଲୋଗାନ ଦେଇ ବିଭିନ୍ନ ୱାର୍ଡ ପରିକ୍ରମା କରି ଲୋକଙ୍କ ହୃଦୟ ଜିଣିବାକୁ ଚେଷ୍ଟା କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.