ETV Bharat / state

ନବୀନଙ୍କ ସରପ୍ରାଇଜ କାର୍ଡ: ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ପ୍ରାର୍ଥୀ

author img

By ETV Bharat Odisha Team

Published : Feb 12, 2024, 9:40 PM IST

Updated : Feb 12, 2024, 10:18 PM IST

BJD announce 2 Rajyasabha Candidate name: ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟଙ୍କ ନାମ ଘୋଷଣା କଲା ବିଜେଡି । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ : ଶୁଭାଶିଷ ଖୁଣ୍ଟିଆ ଓ ଦେବାଶିଷ ସାମନ୍ତରାୟଙ୍କ ନାମ ଘୋଷଣା କଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜୁ ଜନତା ଦଳ । 3 ଆସନ ମଧ୍ୟରୁ ଦୁଇଟିରେ ଯୁବନେତା ଶୁଭାଶିଷ ଖୁଣ୍ଟିଆ ଓ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟଙ୍କ ନାମ ଘୋଷଣା କରିଛି ଶାସକ ଦଳ । ଚଳିତ ଥର ଓଡିଶାରୁ 3 ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ସରପ୍ରାଇଜ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳର ବରିଷ୍ଠ ନେତା ତଥା କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ ଓ ପୁରୀର ଯୁବ ନେତା ତଥା ବିଜେଡି ଯୁବମୋର୍ଚ୍ଚା ଉପସଭାପତି ସୁଭାଶିଷ ଖୁଣ୍ଟିଆଙ୍କୁ ମିଳିଛି ରାଜ୍ୟସଭା ଟିକେଟ୍‌ । ରାଜ୍ୟରେ 3 ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା ବେଳେ ଏବେ ତୃତୀୟ ଆସନ ପାଇଁ ସସପେନ୍ସ ଜାରି ରହିଛି । ତୃତୀୟଟିରେ ମଧ୍ୟ କିଛି ଅପ୍ରତ୍ୟାଶିତ ଚେହେରାଙ୍କ ନାମ ସାମ୍ନାକୁ ଆସିବା ନେଇ ଅନୁମାନ କରାଯାଉଛି ।

ରାଜ୍ୟରେ ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଏପ୍ରିଲ ୩ ତାରିଖରେ ଶେଷ ହେବାକୁ ଯାଉଛି । ଏହି ତିନିଟି ଆସନ ପାଇଁ ଚଳିତ ୨୭ ତାରିଖରେ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ 15 ରାଜ୍ୟରେ ମୋଟ 56 ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି । ଗତକାଲି ଭାରତୀୟ ଜନତା ପାର୍ଟି 7 ରାଜ୍ୟରେ 14 ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜ୍ୟରେ ସଂଖ୍ୟାଦୃଷ୍ଟିରୁ ବିଜୁ ଜନତା ଦଳ ଏହି ସମସ୍ତ 3 ଆସନ ଦଖଲ କରିବ । ତେବେ 2019ରେ ପୂର୍ବତନ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭାରତୀୟ ଜନତା ପାର୍ଟି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା । ସେତେବେଳେ ବିଜେଡି ମଧ୍ୟ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲା । ଏହା ବିଜେପି-ବିଜେଡି ବୁଝାମଣା ବୋଲି କଂଗ୍ରେସ ଅଭିଯୋଗ କରିଥିଲା ।

ଏହା ମଧ୍ୟ ପଢନ୍ତୁ:- ନନ୍ଦକିଶୋର ଯାଦବ ହେବେ ବିହାରର ନୂଆ ବାଚସ୍ପତି

ଏବେ ରାଜ୍ୟରେ 3 ଆସନ ଖାଲି ହେଉଥିବା ବେଳେ ଆଜି ଶାସକ ଦଳ ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ପୁରୀ ଜିଲ୍ଲାର ଯୁବ ଚେହେରା ଶୁଭାଶିଷ ଖୁଣ୍ଟିଆଙ୍କ ନାମ ପ୍ରକାଶ ପାଇବା ପରେ ନବୀନଙ୍କ ନିଷ୍ପତ୍ତିରେ ରାଜ୍ୟବାସୀ ସରପ୍ରାଇଜ ହୋଇଯାଇଛନ୍ତି । ତେବେ ଖୁବଶିଘ୍ର ତୃତୀୟ ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିପାରେ । ସେଥିରେ ସମ୍ଭାବ୍ୟ ଚର୍ଚ୍ଚାରେ ଥିବା ବରିଷ୍ଠ ନା ଚର୍ଚ୍ଚାରେ ନଥିବା କୌଣସି ଅପ୍ରତ୍ୟାଶିତ ଯୁବ ଚେହେରାଙ୍କୁ ଦଳ ଉଚ୍ଚସଦନକୁ ପଠାଇବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।

ଇଟିଭି ଭାରତ ଭୁବନେଶ୍ବର

Last Updated : Feb 12, 2024, 10:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.