ETV Bharat / state

ପଟିଆ ଅର୍ବାନ ପାର୍କ ନିର୍ମାଣର ଶୁଭାରମ୍ଭ, ପ୍ରକୃତି କୋଳରେ ଭ୍ରମଣ କରିବେ ରାଜଧାନୀବାସୀ

author img

By ETV Bharat Odisha Team

Published : Feb 22, 2024, 8:01 AM IST

Rajagada Patia Urban Park: ଭୁବନେଶ୍ବରର ପଟିଆରେ ରାଜଗଡ଼ ପଟିଆ ଅର୍ବାନ ପାର୍କର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ପାର୍କରେ ଜଲଙ୍ଗର ଅନୁଭୂତି ପାଇବେ ରାଜଧାନୀବାସୀ । ଅଧିକ ପଢନ୍ତୁ

Bhoomi Pujan for Rajagada Patia Urban park
ପଟିଆ ଅର୍ବାନ ପାର୍କ ନିର୍ମାଣର ଶୁଭାରମ୍ଭ

ଭୁବନେଶ୍ୱର: ପାର୍କରେ ମିଳିବ ଜଙ୍ଗଲର ଅନୁଭୂତି । ସକାଳ ହେଉକି ସଞ୍ଜ ପ୍ରକୃତି କୋଳରେ ଭ୍ରମଣର ଅନୁଭୂତି ପାଇବେ ରାଜଧାନୀବାସୀ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପଟିଆରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଓ ନଗର ବନଖଣ୍ଡ ମିଳିତ ଉଦ୍ୟମରେ ରାଜଗଡ଼ ପଟିଆ ଅର୍ବାନ ପାର୍କର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ୧୦.୫ ଏକର ଜମିରେ ଏହି ପାର୍କ ନିର୍ମାଣ ହେବ । ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ସିଟି ଡିଏଫଓ ଅଜିତ ଶତପଥୀ, ବିଡିଏର ମୁଖ୍ୟ ଉଦ୍ୟାନବିତ୍ ଅଶୋକାନନ୍ଦ ଧର, ସ୍ଥାନୀୟ କର୍ପୋରେଟର ପାର୍କ ପାଇଁ ଭୂମି ପୂଜନ କରିଛନ୍ତି । ଏଥିସହିତ ଗାଡ଼କଣ ଠାରେ ଅବସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କର ନିର୍ଦ୍ଧାରିତ ପାର୍କିଂ ପ୍ଲାଜା ଓ ୯୦୦ ମିଟର ଦୀର୍ଘ ନେଚର୍ସ ଟ୍ରେଲକୁ (ପ୍ରକୃତି ପଥ) ମଧ୍ୟ ଉଦଘାଟନ କରିଛନ୍ତି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏହି ପାର୍କର ବିକାଶ ଓ ରକ୍ଷଣାବେକ୍ଷଣ କରାଯାଉଛି ।

ପଟିଆ ଗ୍ରାମରେ ମଶାଣି ପାଖରେ ଥିବା ନଗର ବନଖଣ୍ଡର ୧୦.୫ ଏକର ଘଞ୍ଚ ଜଙ୍ଗଲ ଜମିରେ ନିର୍ମାଣ ଏହି ପାର୍କରେ ୨ଟି ଗେଟ, ପାର୍କିଂ ସ୍ଥାନ, ପ୍ରକୃତି ଟ୍ରେଲ, ରିଫ୍ଲେକ୍ସୋଲୋଜି ପଥ, ବର୍ଷା ଆଶ୍ରୟସ୍ଥଳ, ଜଳାଶୟ ଏବଂ ପାର୍କିଂ ପାଇଁ ପର୍ଯ୍ୟାପ୍ତ ସ୍ଥାନ ସମେତ ବିଭିନ୍ନ ସୁବିଧା ଉପଲବ୍ଧ ରହିବ । ଏହାବ୍ୟତୀତ ଓପନ୍ ଏୟାର ଜିମ୍, ପିଲାଙ୍କ ଖେଳ ପଡ଼ିଆ ଓ ଯୋଗ ସ୍ଥାନର ବ୍ୟବସ୍ଥା କରାଯିବ । ଏହି ପାର୍କରେ ବସିବା ପାଇଁ ପର୍ଯ୍ୟାପ୍ତ ସୁବିଧା କରାଯିବା ସହିତ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ସ୍ଥାନ ରହିବ । ବର୍ତ୍ତମାନ ପାର୍କର ବଜେଟ ରହିଛି ଅଢେଇ କୋଟି ଟଙ୍କା । ଅନ୍ୟ ପାର୍କ ଗୁଡିକର ଚଲାପଥରେ ଫେଭର ବ୍ଳକ ପଡୁଥିବା ବେଳେ ଏ ପାର୍କରେ ମୋରମ ଚଲାପଥ ରହିବ । ଏହି ପାର୍କ ନିର୍ମାଣ ନେଇ ଭୂମି ପୂଜା ହେବା ପରେ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ନୂଆପଡାରେ ଗଡ଼ିଲା ଲକ୍ଷ୍ମୀ ବସ, ଭର୍ଚ୍ଚୁଆଲରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଜଙ୍ଗଲ ଉଦ୍ୟାନ ବାୟୁକୁ ଶୁଦ୍ଧ କରି ସହରର ଫୁସଫୁସ ଭାବରେ କାର୍ଯ୍ୟ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କେବଳ ଏତିକି ନୁହେଁ ବରଂ ବିଭିନ୍ନ ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ପାଇଁ ଏହା ଏକ ନିର୍ଭରଯୋଗ୍ୟ ବାସସ୍ଥାନ ପ୍ରଦାନ କରିବାରେ ସହାୟକ ହୋଇଥାଏ । ଯାହାଫଳରେ ଏଠାକୁ ଆସୁଥିବା ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ପକ୍ଷୀ ଦର୍ଶନ କରିପାରିବେ । ଏଥିସହ ପ୍ରକୃତି ଶିକ୍ଷା କାର୍ଯ୍ୟକ୍ରମ ପରି ମନୋରଞ୍ଜନ କାର୍ଯ୍ୟକଳାପକୁ ମଧ୍ୟ ଏହି ସ୍ଥାନରେ ପରବର୍ତ୍ତୀ ସମୟରେ ଆରମ୍ଭ କରାଯିବ, ଯାହା ସ୍ଥାନୀୟ ବାସିନ୍ଦା ଏବଂ ପ୍ରକୃତି ମଧ୍ୟରେ ଏକ ନିର୍ଭରଯୋଗ୍ୟ ବନ୍ଧନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

ଆସନ୍ତା ୬ ମାସ ମଧ୍ୟରେ ପଟିଆ ପାର୍କ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂହ କହିଛନ୍ତି । ଆଗାମୀ ଦିନରେ ସବୁଜ ଭିତ୍ତିଭୂମି ପାଇଁ ସହଯୋଗ କରିବାକୁ ସେ ସହରବାସୀଙ୍କୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନା ଥାଉକି, ଭୁବନେଶ୍ବରରେ ଏବେ ୬୭ଟି ୱାର୍ଡରେ ଛୋଟ ବଡ ପାର୍କ ରହିଛି । ଏବେ ଯେଉଁ ଜାଗାରେ ପାର୍କ ନାହିଁ ସେଠାରେ ନିର୍ମାଣ ହେଉଛି । ଆଉ ଯେଉଁଠି ବି ଅଛି ତାକୁ ରୂପାନ୍ତରିକରଣ କରାଯାଉଛି ।

ସେହିପରି ଗାଡ଼କଣସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ପାର୍କରେ ପାର୍କିଂ ସ୍ଥଳ ଓ ପ୍ରକୃତି ଟ୍ରେଲ୍ ଗଢ଼ି ତୋଳିବା ବିଡିଏର ଗ୍ରୀନ ଭୁବନେଶ୍ୱର ଭିଜନର ଏକ ଅଂଶ ବିଶେଷ । ୧.୧ ଏକର ପରିମିତ ଏହି ପାର୍କିଂରେ ୧୦୦ରୁ ଅଧିକ ଚାରି ଚକିଆ ଓ ୨୨୦ରୁ ଅଧିକ ଦୁଇ ଚକିଆ ଯାନ ରହିପାରିବ । ଏଥିପାଇଁ ଡାହାଣ ସମାନ୍ତରାଳ ରୋଡରୁ ଗୁରୁ କେଳୁଚରଣ ମହାପାତ୍ର ପାର୍କକୁ ସ୍ଥାନାନ୍ତରିତ ହୋଇଥିବା ଏକ ବଡ଼ ବରଗଛକୁ ବଞ୍ଚାଇବା ପାଇଁ ବିଡିଏର ପ୍ରୟାସକୁ ଉପସ୍ଥିତ ସମସ୍ତେ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.