ETV Bharat / state

ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

author img

By ETV Bharat Odisha Team

Published : Mar 16, 2024, 4:06 PM IST

Updated : Mar 16, 2024, 6:03 PM IST

Odisha Assembly Election Date: ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । ଜୁନ 4ରେ ଫଳାଫଳ । ଅଧିକ ପଢ଼ନ୍ତୁ

Odisha Assembly Election Date
Odisha Assembly Election Date

Assembly Election in Odisha to be held in 4 Phases

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ହେବ ଭୋଟ ଗ୍ରହଣ । ଲୋକସଭା ଏବଂ ଓଡ଼ିଶା ସମେତ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । 7ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ବିଧାନସଭା ସମେତ ଲୋକସଭା ପାଇଁ ହେବ ଭୋଟ ଗ୍ରହଣ । ଜୁନ 4ରେ ଏକା ସାଙ୍ଗରେ ଆସିବ ଫଳାଫଳ ।

ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ସିକ୍କିମ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ । ଓଡ଼ିଶା ବିଧାନସଭା କାର୍ଯ୍ୟକାଳ ଆସନ୍ତା ଜୁନ 24 ତାରିଖରେ ଶେଷ ହେବ । 2019 ଏପ୍ରିଲ ମାସରେ ଓଡ଼ିଶାରେ ହୋଇଥିଲା ବିଧାନସଭା ନିର୍ବାଚନ । ତେବେ ଏଥର ସାରା ଦେଶରେ ଲୋକସଭା ନିର୍ବାଚନ 7ଟି ପର୍ଯ୍ୟାୟରେ ହେବ ବୋଲି ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ଏହି 7ଟି ପର୍ଯ୍ୟାୟ ମଧ୍ୟରୁ ଶେଷ 4ଟି (4ର୍ଥ, 5ମ, 6ଷ୍ଠ ଓ 7ମ) ପର୍ଯ୍ୟାୟରେ ଓଡ଼ିଶାରେ ଅନୁଷ୍ଠିତ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ । ମେ 13, ମେ 20, ମେ 25 ଓ ଜୁନ 1 ତାରିଖରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ଦେଖନ୍ତୁ କେଉଁ ତାରିଖରେ କେଉଁ କେଉଁ ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ହେବ ଭୋଟ ଗ୍ରହଣ...

Assembly Election in Odisha to be held in 4 Phases
Assembly Election in Odisha to be held in 4 Phases

ମେ 13:

4 ଲୋକସଭା: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ

28 ବିଧାନସଭା: ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଧର୍ମଗଡ଼, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ

Assembly Election in Odisha to be held in 4 Phases
Assembly Election in Odisha to be held in 4 Phases

ମେ 20:

5 ଲୋକସଭା: ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ, ଆସିକା

35 ବିଧାନସଭା: ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା, ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପାଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି, ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି

Assembly Election in Odisha to be held in 4 Phases
Assembly Election in Odisha to be held in 4 Phases

ମେ 25:

6 ଲୋକସଭା: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର

42 ବିଧାନସଭା: କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼

ଜୁନ 1:

6 ଲୋକସଭା: ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର

42 ବିଧାନସଭା: ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷି, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳୀ, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା

ଏହା ମଧ୍ୟ ପଢ଼ନ୍ତୁ...2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ:19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 16, 2024, 6:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.