ETV Bharat / state

ପିଲାଙ୍କ ଭବିଷ୍ୟତ ସହ ଖେଳ, ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାଁନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ

author img

By ETV Bharat Odisha Team

Published : Jan 30, 2024, 7:28 PM IST

DEOs not giving Fake teachers data: ରାଜ୍ୟରେ ପିଲାଙ୍କ ଭବିଷ୍ୟତ ସହ ଖେଳ । ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଥିଲେ ସୁଦ୍ଧା ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାଁନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ । ଅଧିକ ପଢନ୍ତୁ

Fake Teachers in Odisha
Fake Teachers in Odisha

ଭୁବନେଶ୍ୱର: ନକଲି ଶିକ୍ଷକଙ୍କ ତଥ୍ୟ ଦେଉନାହାଁନ୍ତି ୧୧ ଜିଲ୍ଲା ଶିକ୍ଷା ଅଧିକାରୀ । ନକଲି ସାର୍ଟିଫିକେଟ ଦେଇ କେତେଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ କମ୍ପ୍ଲିଆନ୍ସ ଆଫିଡେଭିଟ ପ୍ରସ୍ତୁତ କରୁଛନ୍ତି । ଯାହାକୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସରକାର ଦାଖଲ କରିବେ । କିଛି ଜିଲ୍ଲାରୁ ଏ ନେଇ ତଥ୍ୟ ଆସୁନଥିବାରୁ ତାଲିକା ପ୍ରସ୍ତୁତରେ ବିଳମ୍ବ ହେଉଛି । ତେବେ ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ନିର୍ଦ୍ଦେଶାଳୟକୁ ପଠେଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନକଲି ଶିକ୍ଷକଙ୍କ ତଥ୍ୟ ଦେଉନଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର । ଏହି ଜିଲ୍ଲାଗୁଡ଼ିକର ଶିକ୍ଷା ଅଧିକାରୀଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନକଲି ସାର୍ଟିଫିକେଟ ଦେଇ କେତେ ଜଣ ଶିକ୍ଷକତା କରୁଛନ୍ତି ସେନେଇ ରାଜ୍ୟ ସରକାର ଏକ କମ୍ପ୍ଲିଆନ୍ସ ପ୍ରସ୍ତୁତ କରାଯାଉଛି । ଯାହାକୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସରକାର ଦାଖଲ କରିବେ। କିନ୍ତୁ ଏସବୁ ଜିଲ୍ଲାରୁ ତଥ୍ୟ ଆସି ନଥିବାରୁ ଏହି ତାଲିକା ପ୍ରସ୍ତୁତ ହୋଇପାରୁ ନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ଆଜି ସୁଦ୍ଧା ନକଲି ଶିକ୍ଷକଙ୍କ ତାଲିକା ନିର୍ଦ୍ଦେଶାଳୟକୁ ପଠେଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- ବଲାଙ୍ଗୀରରେ ପୁଣି ନକଲି ଶିକ୍ଷକ, ଥାନାରେ ମାମଲା

ଏହାପରେ ନକଲି ଶିକ୍ଷକଙ୍କ ହାତରେ ଏବେ ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଥିବା ଚର୍ଚ୍ଚା ହେଉଛି । ଅନେକ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏବେ ନକଲି ଶିକ୍ଷକଙ୍କ ଖବର ସାମ୍ନାକୁ ଆସୁଛି । ଗଞ୍ଜାମ, ପୁରୀ, କଟକ, ବାଲେଶ୍ଵର, ଭଦ୍ରକ ଜିଲ୍ଲା ଭଳି ଅନେକ ଜିଲ୍ଲାରେ ଧରାପଡିଛନ୍ତି ନକଲି ଶିକ୍ଷକ । ଦୀର୍ଘ ବର୍ଷ ଧରି ଚାକିରି କରି ଆସୁଥିଲେ ମଧ୍ୟ ସାର୍ଟିଫିକେଟ୍‌ ଯାଞ୍ଚ ବେଳେ ଏମାନେ ନକଲି ଶିକ୍ଷକ ବୋଲି ଜଣାପଡ଼ିଥାନ୍ତି । ଏବେ ସେମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ବାରମ୍ବାର ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଭାଗ । ତଥାପି ଡିଇଓ ମାନେ ଏପର୍ଯ୍ୟନ୍ତ ମଧ୍ୟ ନକଲି ଶିକ୍ଷକଙ୍କର ତଥ୍ୟ ଦେଉନାହାନ୍ତି । ଫଳରେ ଚିନ୍ତାରେ ପଡ଼ିଛି ବିଭାଗ ।

ଏହା ବି ପଢନ୍ତୁ- ନକଲି ଶିକ୍ଷକ ପ୍ରସଙ୍ଗ,କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେଉନାହାନ୍ତି ୧୮ ଡିଇଓ

ଏପଟେ ନକଲି ସାର୍ଟିଫିକେଟ ଦର୍ଶାଇ ଶିକ୍ଷକତା କରୁଛନ୍ତି ଶହ ଶହ ନକଲି ଶିକ୍ଷକ । ବର୍ଷ ବର୍ଷ ଧରି ଯୋଗ୍ୟଙ୍କୁ କିନ୍ତୁ ଚାକିରି ମିଳୁନାହିଁ । ହେଲେ ଅଯୋଗ୍ୟମାନେ ହାତେଇ ନେଉଛନ୍ତି ଚାକିରି । ଏଭଳି କାରନାମା କରି ଶିକ୍ଷକ ନିଯୁକ୍ତି ପାଉଛନ୍ତି । ଏନେଇ ବାରମ୍ବାର ବିଭାଗ ନକଲି ଶିକ୍ଷକଙ୍କର ତଥ୍ୟ ମାଗି ଆସୁଥିଲେ ମଧ୍ୟ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନେ ପଛ ଘୁଞ୍ଚା ଦେବା ନିହାତି ଦୁର୍ଭାଗ୍ୟଜନକ ବିଷୟ । ତଥାପି ପୁଣି ଥରେ ବିଭାଗ ତଥ୍ୟ ମାଗିଛି । ଯାହା ଫଳରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସରକାର ଦାଖଲ କରିବେ ନକଲି ଶିକ୍ଷକଙ୍କ ତାଲିକା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.