ETV Bharat / state

ଭୁବନେଶ୍ବର ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

author img

By ETV Bharat Odisha Team

Published : Mar 14, 2024, 10:12 PM IST

Aiims Bhubaneswar: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପୁରସ୍କୃତ ହେଲା ଭୁବନେଶ୍ବର ଏମ୍ସ । ଏସିଆର ୨୮ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ଏମ୍ସ ଭୁବନେଶ୍ୱର ପ୍ରଥମ । ଅଧିକ ପଢନ୍ତୁ

ଭୁବନେଶ୍ବର ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର
ଭୁବନେଶ୍ବର ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ବର ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଭୁବନେଶ୍ବର: ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର । ଏସିଆର ୨୮ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ମଧ୍ୟରେ ଏମ୍ସ ଭୁବନେଶ୍ୱର ପ୍ରଥମ ସ୍ଥାନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏମ୍ସ ଭୁବନେଶ୍ଵରକୁ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର । ହସ୍ପିଟାଲର ଉଲ୍ଲେଖନୀୟ କାର୍ଯ୍ୟ ଆଧାରରେ ଏହି ସମ୍ମାନଜନକ ପୁରସ୍କାର ଏମ୍ସକୁପ୍ରଦାନ କରାଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ପାଇଛି ଭୁବନେଶ୍ଵର ଏମ୍ସ । ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ ପ୍ରକ୍ରିୟାକରଣକୁ ନେଇ କରାଯାଉଥିବା ଉଲ୍ଲେଖନୀୟ କାର୍ଯ୍ୟ ନେଇ ଭୁବନେଶ୍ଵର ଏମ୍ସକୁ ଏହି ପୁରସ୍କାର ମିଳିଛି । ହସ୍ପିଟାଲର ସେଣ୍ଟ୍ରାଲ୍ ଷ୍ଟେରାଇଲ୍ ସେବା ବିଭାଗରେ ବିଭିନ୍ନ ଯନ୍ତ୍ର, ପ୍ରତିରୋପଣର ପୁନଃପ୍ରକ୍ରିୟାକରଣ ପାଇଁ ସର୍ବୋଚ୍ଚ ମାନ ନିର୍ଧାରଣ ଏବଂ ତଦାରଖ କରିବାର ପ୍ରକ୍ରିୟା ସ୍ବରୂପ ଏହି ଚୟନ କରାଯାଇଥିଲା ।

ଏହି ପୁରସ୍କାର ଚୟନ ପ୍ରକ୍ରିୟାରେ ସମଗ୍ର ଏସିଆରୁ ୨୮ ଟି ସୁପ୍ରତିଷ୍ଠିତ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଅଂଶଗ୍ରହଣ କରିଥିଲେ। ମାତ୍ର ଏମ୍ସ ଭୁବନେଶ୍ୱର ସର୍ବୋତ୍ତମ ଡାକ୍ତରଖାନା ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ପୁରସ୍କାର ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ସମଗ୍ର ଭାରତରୁ ଏମ୍ସ ଭୁବନେଶ୍ୱର ପ୍ରଥମ ସ୍ଥାନ ଅଧିକାର କରିଛି । ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ଏମ୍ସ ମେଡିକାଲ୍ ଅଧୀକ୍ଷକ, ଓଟି କମିଟିର ଅଧ୍ୟକ୍ଷ, ଏବଂ ସଂକ୍ରମଣ ନିୟନ୍ତ୍ରଣ କମିଟିର ସଦସ୍ୟମାନଙ୍କ ସମେତ ମେଡ଼ିକାଲର ଅଧ୍ୟକ୍ଷ, ଅଧ୍ୟାପକ ସାମିଲ ହୋଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଶିଶୁଭବନରୁ ହଟିବ ପୋଷଣ ପୁନର୍ବାସ କେନ୍ଦ୍ର, ଶିଶୁଙ୍କ ପାଇଁ ନିର୍ମାଣ ହେବ ହସ୍ପିଟାଲ

ସୂଚନା ଅନୁଯାୟୀ, ଏମ୍ସ ଭୁବନେଶ୍ୱରର ସିଏସ୍‌ଏସ୍‌ଡି ୟୁନିଟ୍‌ରେ ଦୈନିକ ପ୍ରାୟ ୨୫ ଶହ ପ୍ୟାକେଟ୍ ପ୍ରକ୍ରିୟାକରଣ କରାଯାଇଥାଏ । ଏମ୍ସର ଏହି ସିଏସ୍‌ଏସ୍‌ଡି ୟୁନିଟ୍ ହେଉଛି ଖ୍ୟାତିସମ୍ପନ୍ନ ଅଟେ । ବିଧିସମ୍ମତ ବୈଜ୍ଞାନିକ ପଦ୍ଧତିର ଉପଯୋଗ ପୂର୍ବକ ଏଠାରେ ପ୍ରକ୍ରିୟାକରଣ କରାଯାଇଥାଏ । ଯାହାକି ରୋଗୀସେବା ନିରାପତ୍ତାକୁ ସୁନିଶ୍ଚିତ କରିଥାଏ ।ସର୍ଜିକାଲ୍ ନିରାପତ୍ତା ଏବଂ ହସ୍ପିଟାଲରେ ପ୍ରାପ୍ତ ସଂକ୍ରମଣ ନିରାକରଣରେ ସିଏସ୍‌ଏସ୍‌ଡି ୟୁନିଟ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରୋଗୀସେବା ନିରାପତ୍ତାର ମାନ ବଜାୟ ରଖିବା ପାଇଁ ଏହି ପୁରସ୍କାର ନିଶ୍ଚିତ ଭାବରେ ଏମ୍ସର କର୍ମଚାରୀଙ୍କୁ ଉତ୍ସାହିତ କରିବ ବୋଲି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ କହିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.