ETV Bharat / state

ନିର୍ବାଚନର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସିଇଓ - All Party Meeting

author img

By ETV Bharat Odisha Team

Published : Apr 17, 2024, 10:54 PM IST

All Party Meeting At CEO Office: ଆସନ୍ତାକାଲି ହେବ ସର୍ବଦଳୀୟ ବୈଠକ । ସାମିଲ ହେବେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ । ଅଧିକ ପଢ଼ନ୍ତୁ

ନିର୍ବାଚନର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସିଇଓ
ନିର୍ବାଚନର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସିଇଓ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏନେଇ ଆସନ୍ତାକାଲି (ଗୁରୁବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଡାକିଛନ୍ତି ସର୍ବଦଳୀୟ ବୈଠକ । ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ନେଇ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ।

ନିର୍ବାଚନ ତାରିଖକୁ ଆଉ କିଛିଦିନ ବାକି ରହିଛି । ଏହାରି ମଧ୍ୟରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ । ଏହି ବୈଠକରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଉପସ୍ଥିତ ରହିବେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ବାଚନ ସଂପର୍କିତ ଅତି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶାବଳୀ ସଂପର୍କରେ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଅବଗତ କରାଯିବ । ପ୍ରାର୍ଥୀ କିମ୍ବା ରାଜନୈତିକ ଦଳ ନିର୍ବାଚନ ଇସ୍ତାହାର ଘୋଷଣା ବେଳେ ଆଦର୍ଶ ଆଚାରଣ ବିଧି ସଂହିତାର ଅଧିନିୟମ ୮ (୩)କୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବୈଠକରେ ଅବଗତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ନୂତନ ରୂପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ଲୋକାର୍ପିତ - CEO New Website

ଏହା ମଧ୍ୟ ପଢ଼ନ୍ତୁ....ଭୋଟ ହାର ବୃଦ୍ଧି ପାଇଁ ବ୍ୟାପକ ହେଉ ସଚେତନତା କାର୍ଯ୍ୟକ୍ରମ: ମୁଖ୍ୟ ନିର୍ବାଚନ ଅଧିକାରୀ - Chief Electoral Officer Meeting

ଆସନ୍ତା ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳମାନଙ୍କ ସହଯୋଗ କାମନା କରିବେ । ବିଭିନ୍ନ ଦଳ ତରଫରୁ ନିଯୁକ୍ତ ହୋଇଥିବା ବୁଥସ୍ତରୀୟ ଏଜେଣ୍ଟମାନେ ସଂପୃକ୍ତ ବୁଥ ଅଞ୍ଚଳରେ ବିଭିନ୍ନ ପ୍ରକାରର ତ୍ରୁଟିଗୁଡ଼ିକୁ ବୁଥସ୍ତରୀୟ ଅଧିକାରୀଙ୍କୁ ଅବଗତ କରାଇବେ । ଫଳରେ ଏକ ସ୍ଵଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟ ପ୍ରକ୍ରିୟା ସମ୍ଭବ ହେବ । ବୈଠକରେ ଭାରତୀୟ ଜନତା ପାର୍ଟି, ବହୁଜନ ସମାଜ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ବିଜୁ ଜନତା ଦଳ ପରି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହିବେ । ଏହାସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡାକ୍ତର ଏନ. ଥୁରୁମଲା ନାୟକ ଏବଂ ମିହିର ପ୍ରସାଦ ମହାନ୍ତି, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଓ ସମୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.