ETV Bharat / state

ନ୍ୟୁଡ୍‌ ଭିଡିଓ ପଠାଇ ଭାଙ୍ଗୁଥିଲା ବାହାଘର, ଯୁବତୀଙ୍କୁ ବ୍ଲାକ୍‌ମେଲ କରି ଯୁବକ ଗିରଫ

author img

By ETV Bharat Odisha Team

Published : Feb 24, 2024, 10:57 PM IST

ଯୁବତୀଙ୍କୁ ବ୍ଲାକ୍‌ମେଲ କରି ଯୁବକ ଗିରଫ
ଯୁବତୀଙ୍କୁ ବ୍ଲାକ୍‌ମେଲ କରି ଯୁବକ ଗିରଫ

Accused arrested in Blackmailing case: ନିଜକୁ ଜଣେ ନାଭାଲ ଅଫିସର କହି ଯୁବତୀଙ୍କୁ ପ୍ରେମରେ ଫସାଇଥିଲା ଯୁବକ । ଏହାପରେ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରାଇ ଭାଙ୍ଗିଥିଲା ଯୁବତୀଙ୍କ ବାହାଘର । 420 ବ୍ଲାକମେଲରକୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଧରାପଡିଲା ହିରୋ ମାର୍କା ଯୁବକର ଭିଲେନଗିରି । ନିଜକୁ ଜଣେ ନାଭାଲ ଅଫିସର କହି ଯୁବତୀଙ୍କୁ ପ୍ରେମରେ ଫଶାଉଥିଲା । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି କରୁଥିଲା ବ୍ଲାକମେଲିଂ । ଭିଡିଓ ପଠାଇ ଭାଙ୍ଗୁଥିଲା ବାହାଘର । ଏମିତି ଜଣେ 420 ବ୍ଲାକମେଲର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଭୁବନେଶ୍ବର ମହିଳା ଥାନା ପୋଲିସ । ଗିରଫ ଯୁବକ ଜଣଙ୍କ ହେଉଛି ଜଗତସିଂହପୁର ବିରିଡି ପତିପୁରର ସୌମ୍ୟରଞ୍ଜନ ମିଶ୍ର ।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ନିଜକୁ ନାଭାଲ ଅଫିସର କହି ମୁମ୍ବାଇରେ କାମ କରୁଥିବାର ପରିଚୟ ଦେଉଥିଲା । ଏକ ମାଟ୍ରିମୋନିଆଲ ସାଇଟ୍‌ରେ ନିଜ ପ୍ରୋଫାଇଲ୍ ଅପଲୋଡ୍‌ କରି ବିବାହ ପ୍ରସ୍ତାବ ପାଇଁ ଆଗ୍ରହୀ ଯୁବତୀଙ୍କ ସହ ଭାବ ବଢାଉଥିଲା । ପରେ ଧିରେ ‌ଧିରେ ବାହାଘର ଆଳ ଦେଖାଇ ଯୁବତୀଙ୍କୁ ଏକାନ୍ତକୁ ଡାକି ସମ୍ପର୍କ ବଢାଉଥିଲା । ଆଉ ହୋଟେଲ ବା ନିଛାଟିଆ ସ୍ଥାନରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକର୍ଡ କରୁଥିଲା । ଆଉ ଏହାପରେ ବ୍ଲାକ୍‌ମେଲ୍‌ କରୁଥିଲା । ଏହିଭଳି ଢଙ୍ଗରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢାଇ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରିଥିଲା ଅଭିଯୁକ୍ତ । ଯୁବତୀ ଜଣଙ୍କ ଯେତେବେଳେ ଜାଣିବାକୁ ପାଇଲେ ଯେ ଯୁବକ ଜଣକ ପ୍ରକୃତରେ ନାଭାଲ ଅଫିସର ନୁହେଁ, ବରଂ ଗୋଟାଏ ଠକ, ଏନେଇ ‌ପରିବାର ଲୋକଙ୍କୁ କହି ବାହାଘର ଭାଙ୍ଗିବା ସହ ତାଙ୍କଠୁ ଦୂରେଇ ରହିଲେ । ହେଲେ ଯୁବକ ଜଣଙ୍କ ଅନ୍ତରଙ୍ଗ ଭିଡିଓ ଜରିଆରେ ବ୍ଲାକ୍‌ମେଲ୍‌ ଆରମ୍ଭ କରିଥିଲା । ପରେ ଏନେଇ ପରିବାର ଲୋକଙ୍କୁ ଦେଖାଇଦେବ କହି ଯୁବତୀଙ୍କ ଠାରୁ 50 ହଜାର ଟଙ୍କା ନେଇଥିଲା । ପ୍ରଥମ ପର୍ଯାୟରେ ଟଙ୍କା ନେବା ପରେ ଆଉ ଥରେ ଟଙ୍କା ପାଇଁ ସେ ପୀଡିତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା । ଏନେଇ‌ ପୀଡିତା ମନା କରିବାରୁ ତାଙ୍କର ବାହାଘର ଲାଗିଥିବା ଅନ୍ୟ ଯୁବକଙ୍କୁ ସେହି ଭିଡିଓ ପଠାଇ ଅଭିଯୁକ୍ତ ବ୍ଲାକ୍‌ମେଲ୍‌ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...କିମିଆ କଲା ମାଟ୍ରିମୋନି ପ୍ରେମ, ଯୁବ ଆଙ୍କରଙ୍କୁ ଉଠାଇ ନେଲେ ଯୁବତୀ

ଭିଡିଓ ଭାଇରାଲ ହେବା ପରେ ପୀଡ଼ିତା ଜଣଙ୍କ ମହିଳା ଥାନାରେ ଦ୍ବାରସ୍ଥ ହୋଇଥିଲେ । ଲୋକଲଜ୍ଜା ଭୟ ସତ୍ତ୍ବେ ପୀଡିତା ଜଣଙ୍କ ପୋଲିସରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ ତା ପାଖରେ ଥିବା ଲାପଟପ୍‌ ଜବତ ପରେ ଯୁବକର ଅସଲ କାରନାମା ଜାଣିପାରିଥିଲା । ଅଭିଯୁକ୍ତକୁ ନାଭାଲ ଅଫିସରର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ‌ ପକାଇବା ପରେ ଏପରି ବ୍ଲାକ୍‌ମେଲ୍‌ କରି ଟଙ୍କା ରୋଜଗାରର ନିଶା ଘାରିଥିଲା । ଠକେଇ ଟଙ୍କାରେ ଗାଡି ଚଢି ବୁଲି, ମଉଜ ମଜଲିସ ଜୀବନ ବିତାଉଥିଲା ଅଭିଯୁକ୍ତ । ଗିରଫ ପରେ ‌ପୋଲିସ ତାର ଲାପଟପ୍ ଓ ଭିଡିଓ ଭାଇରାଲ କରିଥିବା ମୋବାଇଲ ସମେତ ସେ ବ୍ୟବହାର‌ କରୁଥିବା କାର ମଧ୍ୟ ଜବତ କରିଥିଲା । କେସ‌ ନମ୍ବର 39ରେ IPC U/S- 376(1)/ 292-A/ 419/ 420/ 468/ 384/ 385/ 506 IPC/ 66/ 67/ 67-A IT Act ଭଳି ସଙ୍ଗୀନ ମାମଲାରେ ଗିରଫ କରି ଭୁବନେଶ୍ବର କୋର୍ଟକୁ ଚାଲାଣ କରାଯାଇଛି । ପରେ‌ ଅଭିଯୁକ୍ତକୁ 14 ଦିନ‌ ପାଇଁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.