ETV Bharat / state

ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

author img

By ETV Bharat Odisha Team

Published : Feb 16, 2024, 4:57 PM IST

Rayagada Sai Temple: ରାୟଗଡ଼ା ସହରର ନ୍ୟୁକୋଲୋନୀ ସ୍ଥିତ ସାଇବାବା ମନ୍ଦିରରୁ ଦୁର୍ବୃତ୍ତମାନେ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି କରିନେଇଛନ୍ତି । ଅଧିକ ପଢ଼ନ୍ତୁ

ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି
ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

ରାୟଗଡ଼ା: ଭଗବାନଙ୍କୁ ମଧ୍ୟ ଛାଡୁ ନାହାନ୍ତି ଦୁର୍ବୃତ୍ତ । ଚୋରଙ୍କ ନଜରରୁ ମନ୍ଦିର ମଧ୍ୟ ବାଦ ପଡୁନି । ବିଭିନ୍ନ ଉପାୟରେ କେତେବେଳେ ଦାନ ହୁଣ୍ଡି ତ ପୁଣି କେତେବେଳେ ମୂର୍ତ୍ତି ଚୋରି ଭଳି ଘଟଣା ନୀତିଦିନରେ ପରିଣତ ହେଲାଣି । ଏବେ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସହରର ନ୍ୟୁକୋଲୋନୀ ସ୍ଥିତ ସାଇବାବା ମନ୍ଦିରରେ । ଯେଉଁଠି ଦୁର୍ବୃତ୍ତମାନେ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି କରିନେଇଛନ୍ତି । ସେପଟେ ଚୋରଙ୍କୁ ଧରିବା ପାଇଁ ଛାନଭିନ ଚଲାଇଛି ପୋଲିସ ।

ଗତ ଦିନରେ ରାୟଗଡା ସହରର କେନ୍ଦ୍ରସ୍ଥଳ ଏବଂ ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଗୃହକୁ ଲାଗି ରହିଥିବା କାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଚୋରୀ ହୋଇଥିବା ବେଳେ ଏବେ ରାୟଗଡା ସହରର ନ୍ୟୁକୋଲୋନୀ ସ୍ଥିତ ସାଇବାବା ମନ୍ଦିରରୁ ମଧ୍ୟ ଚୋରି ହୋଇଛି । ସାଇ ମନ୍ଦିରର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ୫ କିଲୋ ଓଜନର ରୂପା ମୂର୍ତ୍ତିକୁ ଚୋରି କରିନେଇଛନ୍ତି । ସାଇବାବାଙ୍କ ରୁପା ଛାଉଣୀର ଏକ ମୂର୍ତ୍ତି ଚୋରି ହୋଇଛି । ଯାହାର ଓଜନ ପ୍ରାୟ ୫ କେଜିର ହେବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି ରାତିରେ ଏହି ଚୋରି ଘଟିଛି । ଆଜି ସକାଳୁ ମନ୍ଦିର ପରିଚାଳନା କମିଟି ସୂଚନା ପାଇ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏକାଧିକ ଚୋର ଏଥିରେ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ଏହି ଚୋରି ଘଟଣା ଭକ୍ତଙ୍କୁ ଆଘାତ ପହଞ୍ଚାଇଛି । ଏହାସହ ଚୋରକୁ ତୁରନ୍ତ ଧରିବା ପାଇଁ ପୋଲିସ ନିକଟରେ ଦାବି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ମା' ଶାରଳାଙ୍କ ମନ୍ଦିରରୁ ଚୋରି ଘଟଣାର ପର୍ଦ୍ଦାଫାସ, ମୁଖ୍ୟ ଅଭିଯୁକ୍ତ ଗିରଫ

ଏଠାରେ ସୂଚନା ଯୋଗ୍ୟକି, ଗତ ଦିନରେ ଚୋରି ହୋଇଥିବା କାଳୀ ମନ୍ଦିରର ଟଙ୍କା, ସୁନା ଓ ରୂପା ଅଳଙ୍କାର ଉଦ୍ଧାର କରିବାରେ ପୋଲିସ ବିଫଳ ହୋଇଥିବା ବେଳେ ଏବେ ନ୍ୟୁକୋଲୋନୀ ସ୍ଥିତ ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି ରାୟଗଡା ପୋଲିସର ମୁଣ୍ଡ ବ୍ୟଥା ବଢେଇ ଦେଇଛି । ସେପଟେ ସାଇବାବା ମନ୍ଦିରରୁ ଚୋରି ରୂପା ମୂର୍ତ୍ତି ଉଧାର ପାଇଁ ରାୟଗଡା ପୋଲିସ ପକ୍ଷରୁ ଦୁଇଟି ସ୍ଵତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଆରମ୍ଭ ହୋଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.