ETV Bharat / state

୩୧ତମ ପ୍ରତିଷ୍ଠା ଦିବସ ପାଳିଲା ରାଜ୍ୟ ମହିଳା ଆୟୋଗ, ମହିଳା ବିରୋଧୀ ହିଂସା ନିରାକରଣ କମ କରିବାକୁ ଲକ୍ଷ୍ୟ

author img

By ETV Bharat Odisha Team

Published : Jan 26, 2024, 8:07 AM IST

ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ
ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ

State Women Commission Foundation day: ରାଜ୍ୟ ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ । ମହିଳା ବିରୋଧୀ ହିଂସା ନିରାକରଣ କରିବାକୁ ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ରାଜ୍ୟ ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ ପାଳନ । ମହିଳା ବିରୋଧୀ ହିଂସା ନିରାକରଣ କରିବାକୁ ଲକ୍ଷ୍ୟ । କଲେଜ ମାନଙ୍କରେ ଝିଅ ମାନଙ୍କୁ ଆଇନ ବିଷୟରେ ସଚେତନତା କରିବା ପାଇଁ ଆରମ୍ଭ ହୋଇଛି ସ୍ଵୟଂସୁଦ୍ଧା କାର୍ଯ୍ୟକ୍ରମ । ଉନ୍ମୋଚନ ହେଲା ମହିଳା ଆୟୋଗର ସଫଳତା କାହାଣୀ ‘ହସ ଫୁଟିଲା ପରିବାର ତିଷ୍ଟିଲା’ ପୁସ୍ତକ ।

ରାଜ୍ୟ ମହିଳା ଆୟୋଗର ୩୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏନେଇ ମହିଳା ବିରୋଧୀ ହିଂସାକୁ କମ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏପଟେ କଲେଜ ମାନଙ୍କରେ ଝିଅ ମାନଙ୍କୁ କିଭଳି ଭାବରେ ଆଇନ ବିଷୟରେ ସଚେତନତା କରାଯିବ ସେନେଇ ମହିଳା କମିଶନଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ସ୍ଵୟଂସୁଦ୍ଧା’ କାର୍ଯ୍ୟକ୍ରମ । ମହିଳା ଆୟୋଗର ସଫଳତା କାହାଣୀ ‘ହସ ଫୁଟିଲା ପରିବାର ତିଷ୍ଟିଲା’ର ଏକ ପୁସ୍ତକ ମଧ୍ୟ ଉନ୍ମୋଚନ କରାଯାଇଛି । ଏନେଇ ମହିଳା କମିଶନଙ୍କ ପକ୍ଷରୁ ୩୦ଟି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । କଲେଜ ଗୁଡିକରେ ସ୍ଵୟଂସୁଦ୍ଧା କାର୍ଯ୍ୟକ୍ରମ କରାଯାଉଛି । ଫଳରେ ଝିଅମାନେ ଆଇନ ବିଷୟରେ ଜାଣିବା ସହିତ ଆଗକୁ ବଢିପାରିବେ । ମହିଳାଙ୍କ ବିକାଶ ଏବଂ ସମୃଦ୍ଧିର ଲକ୍ଷ ରଖିଛି ରାଜ୍ୟ ମହିଳା ଆୟୋଗ ।

ଏହା ମଧ୍ୟ ପଢ଼ନ୍ତୁ...୫୯ ଲକ୍ଷରୁ ଉର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ପାଇଛନ୍ତି ମମତା ଯୋଜନା ସୁବିଧା

ଏହି ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ପ୍ରତିଷ୍ଠା ଦିବସ ଉତ୍ସବର ସଫଳତା କାମନା କରି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଏଥିସହ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବୁମ ଯୋଗଦାନକରି 'ମହିଳା ବିରୋଧୀ ହିଂସା- କାରଣ ଓ ନିରାକରଣ ସମ୍ପର୍କରେ ବିଷଦ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଗ ତରଫରୁ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଛି । ଏଥିସହ ଦିନକୁ ଦିନ ସମାଜରେ ମହିଳା ନିର୍ଯାତନା ସଂଖ୍ୟା ବୃଦ୍ଧି ପାଉଥିବାରୁ ମହିଳା ମାନଙ୍କୁ ସଚେତନ କରିବା ପାଇଁ ଜିଲ୍ଲା ସ୍ତରରେ ସଚେତନତ କାର୍ଯ୍ୟକ୍ରମ ସରିଥିବା ବେଳେ ବର୍ତ୍ତମାନ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମ ଜାରି ରହିଛି ।

ଏଥିସହ କଲେଜ ଗୁଡିକରେ ମଧ୍ୟ ସଚେତନତା କାର୍ଯ୍ୟ ଜାରି ରହିଛି । ଏନେଇ ମହିଳା କମିଶନର ଅଧ୍ୟକ୍ଷା ମିନତି ବେହେରା କହିଛନ୍ତି, ‘‘ସମାଜରେ ମହିଳାମାନେ କିଭଳି ଭାବରେ ସୁସ୍ଥ ଜୀବନ ଅତିବାହିତ କରିବେ ସେନେଇ କମିଶନ ପକ୍ଷରୁ ଅନେକ ଗୁଡ଼ିଏ ପଦକ୍ଷେପ ନିଆଯାଉଛି । ମହିଳା ମାନେ ଆର୍ଥିକ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ସ୍ୱଚ୍ଛଳ ହେବା ସହ ବିଭିନ୍ନ କ୍ଷେତ୍ରରେ ଆଗାମୀ ଜୀବନରେ ଭଲ ଭାବରେ ଅତିବାହିତ କରିପାରିବେ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.