ETV Bharat / state

ଅବହେଳିତ ରାଜ୍ୟର ଦ୍ବିତୀୟ ତାରା ତାରିଣୀ ପୀଠ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି

author img

By ETV Bharat Odisha Team

Published : Jan 29, 2024, 9:14 AM IST

Updated : Jan 29, 2024, 11:57 AM IST

Tara tarini temple of rourkela: ପର୍ଯ୍ୟଟନସ୍ଥଳୀ ମାନ୍ୟତା ଅପେକ୍ଷାରେ ରାଜ୍ୟର ୨ୟ ତାରା ତାରିଣୀ ପୀଠ । ଆଜିବି ଅବହେଳିତ ହୋଇଛି ରାଉରକେଲା ସହରର ଏହି ପୀଠ । ଅଧିକ ପଢନ୍ତୁ

Tara tarini temple of rourkela
Tara tarini temple of rourkela

Tara tarini temple of rourkela

ରାଉରକେଲା: ଅବହେଳିତ ଦ୍ବିତୀୟ ତାରାତାରିଣୀ ପୀଠ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି ରାଉରକେଲା ସହରର ଏହି ପୀଠ । ତେବେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠ ଓଡ଼ିଶା ପ୍ରସିଦ୍ଧ ହୋଇଥିବା ବେଳେ ସାତ ଭଉଣୀ ତାରିଣୀଙ୍କ ମଧ୍ୟରେ ଏହି ପୀଠ ଅନନ୍ୟ । ମା'ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗେ । ହେଲେ ପୀଠର ପରିଚୟ ପାଇଥିବା ଏହି ଅଞ୍ଚଳର ବିକାଶ ହୋଇପାରିନାହିଁ ।

ତେବେ ଗଞ୍ଜାମରେ ଥିବା ମା'ଙ୍କ ପୀଠ ଭଳି ଏଠାରେ ମଧ୍ୟ ରହିଛି ମା'ଙ୍କ ଆବିର୍ଭାବ ହୋଇଥିବା ପୀଠ । ସ୍ୱପ୍ନାଦେଶ ହୋଇ ଏଠାରେ ଆବିର୍ଭାବ ହୋଇଥିଲେ ମା’ ତାରାତାରିଣୀ । ଏନେଇ 1969 ମସିହାରୁ ଦୁର୍ଗାପୁର ପାହାଡ଼ର ପାଦଦେଶରେ ଏକ ମନ୍ଦିର ନିର୍ମାଣ କରି ମା'ଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଶ୍ରଦ୍ଧାଳୁମାନେ ମଧ୍ୟ ପାହାଚ ଚଢ଼ି ଅବା ସ୍ବତନ୍ତ୍ର ରାସ୍ତା ଦେଇ ଏଠାକୁ ଯାତାୟାତ କରିଥାନ୍ତି । ହେଲେ ପୀଠର ପରିଚୟ ପାଇଥିବା ଏହି ଅଞ୍ଚଳର ବିକାଶ ସେତେଟା ଆଖ‌ିଦୃଶିଆ ହୋଇପାରିନାହିଁ । ଏହି ମନ୍ଦିରର ଆହୁରି ଅନେକ କିଛି ବିକାଶର ଆବଶ୍ୟକତା ରହିଛି । ତେଣୁ ସରକାରଙ୍କ ପକ୍ଷରୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ମିଳିଲେ ଏହା ଅଧିକ ସମ୍ଭବ ହେବା ସହିତ ଆହୁରି ଲୋକଲୋଚନକୁ ଆସିପାରିବ । ତେଣୁ ମନ୍ଦିର ଟ୍ରଷ୍ଟ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଏହି ‘ପୀଠ’ର ବିକାଶ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆଲୋକର ପର୍ବରେ ଅନ୍ଧକାର ମଧ୍ୟରେ ଦୁଇ ଜାତୀୟ ଐତିହ୍ୟ ମନ୍ଦିର

ପାହାଡ଼ ଉପରେ ମନ୍ଦିରଟି ରହିଥ‌ିବାରୁ ଏହା ଏକ ଅଲୌକିକ ପୀଠ ଭାବରେ ପରିଚିତ । ତାରାତାରିଣୀଙ୍କ ପୀଠକୁ ଉନ୍ନତି କରିବା ସହ ଏହି ସ୍ଥାନକୁ ଯଥା ଶୀଘ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ । ଯାହା ଦ୍ୱାରା ଏହି ପୀଠ ପ୍ରତି ଲୋକଙ୍କ ଆଦୃତ ବଢିବ ଏବଂ ଏହା ସାରା ରାଜ୍ୟରେ ଏବଂ ଦେଶରେ ଖ୍ୟାତି ସମ୍ପନ୍ନ ହୋଇପାରିବ ତାହାକୁ ନେଇ ଏହି ଦାବି ରଖାଯାଇଛି । ଅନ୍ୟପଟେ ପର୍ଯ୍ୟଟନ ବିଭାଗ କହିଛି ଯେ, ରାଜ୍ୟ ସରକାରଙ୍କ ପାଖକୁ ଏହାର ରିପୋର୍ଟ ପ୍ରଦାନ କରାଯାଇଛି ଏବଂ ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ କାମ ଆରମ୍ଭ ହୋଇଛି ବର୍ତ୍ତମାନ ସରକାର ଯାହା ନିଷ୍ପତ୍ତି ନେବେ । ତେବେ ରାଉରକେଲା ସହରର ଏହି ପୀଠକୁ ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ଯାହା ଫଳରେ ଏହି ପୀଠର ଉନ୍ନତି ହେବା ସହ ଏହି ତାରାତାରିଣୀ ପୀଠର ପ୍ରଚାର ପ୍ରସାର ହୋଇ ପାରିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ,ରାଉରକେଲା

Last Updated : Jan 29, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.