ETV Bharat / sports

ରାଉରକେଲାରେ ଜାତୀୟ ଦଳରେ ଖେଳିବା ସ୍ବପ୍ନ ଥିଲା, ସତ ହୋଇଛି: ଜ୍ୟୋତି ଛେତ୍ରୀ

author img

By ETV Bharat Odisha Team

Published : Feb 20, 2024, 11:02 PM IST

Womens Indian Hockey Team Player Jyoti Chhetri
Womens Indian Hockey Team Player Jyoti Chhetri

Womens Indian Hockey Team Player Jyoti Chhetri: FIH ପ୍ରୋ ଲିଗ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଓଡ଼ିଆ ଝିଅ ଜ୍ୟୋତି ଛେତ୍ରୀ ରାଉରକେଲାରେ ହୋମ କ୍ରାଉଡ୍‌ ଆଗରେ ଖେଳି ଗର୍ବ ଅନୁଭବ କରିଥିବା କହିଛନ୍ତି । ଏହା ତାଙ୍କର ସ୍ବପ୍ନ ଥିଲା ବୋଲି କହିଛନ୍ତି ଜ୍ୟୋତି । ଅଧିକ ପଢ଼ନ୍ତୁ

Womens Indian Hockey Team Player Jyoti Chhetri

ରାଉରକେଲା: FIH ପ୍ରୋ ଲିଗ୍‌ରେ ଚମକିଲେ ଓଡ଼ିଆ ଝିଅ । ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ରାଉରକେଲାର ଝିଅ ଜ୍ୟୋତି ଛେତ୍ରୀଙ୍କ କମାଲ ପରେ ସାରା ସହରରେ ଏବେ ଖୁସିର ମାହୋଲ । ହକି ଦଳର ସିନିୟର ମହିଳା ଦଳରେ ସ୍ଥାନ ପାଇ ନିଜର ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି ଜ୍ୟୋତି । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ନିଜର ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଛନ୍ତି ଜ୍ୟୋତି ଛେତ୍ରୀ । ଯେଉଁଥିପାଇଁ ସେ ବହୁ ସ୍ଥାନରେ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି । ମଙ୍ଗଳବାର ଜ୍ୟୋତିଙ୍କ ପାଇଁ 12 ଲକ୍ଷ 50 ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ତେବେ ଭାରତୀୟ ମହିଳା ଦଳ ଯେଉଁ ଶେଷ ଦୁଇଟି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏବଂ USAକୁ ପରାସ୍ତ କରିଥିଲା, ସେଥିରେ ଓଡ଼ିଆ ଖେଳାଳି ଜ୍ୟୋତିଙ୍କର ଗୁରୁତ୍ବପୂର୍ଣ୍ଣ ଭୁମିକା ରହିଥିଲା । ତେବେ ଖେଳ ଶେଷ ହେବାପରେ ଘରକୁ ଆସି ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି ଜ୍ୟୋତି । ଆଜି ଜ୍ୟୋତିଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର କରି ରାଉରକେଲାରେ ନିଜ ହୋମ୍‌ ଗ୍ରାଉଣ୍ଡରେ ଖେଳିବାର ଅନୁଭବ ସମ୍ପର୍କରେ ଆଲୋଚନା କରିଥିଲୁ । ସେ କହିଛନ୍ତି, "ରାଉରକେଲାରେ ଖେଳି ବହୁତ ଖୁସି ଲାଗୁଛି । ରାଉରକେଲାରେ ଜାତୀୟ ଦଳ ପକ୍ଷରୁ ଖେଳିବା ମୋର ସ୍ବପ୍ନ ଥିଲା । ଯାହା ବର୍ତ୍ତମାନ ପୂରଣ ହୋଇଛି । ଏହା ପୂର୍ବରୁ 2023 ପୁରୁଷ ବିଶ୍ବକପ୍‌ ଯେଉଁ ଷ୍ଟାଡିୟମରେ ଦର୍ଶକ ଭାବରେ ଦେଖିଥିଲି, ଏବେ ସେହି ଷ୍ଟାଡିୟମରେ ନିଜ ସହରବାସୀଙ୍କ ସମ୍ମୁଖରେ ଖେଳି ବହୁତ ଗର୍ବ ଅନୁଭବ କଲି । ଛୋଟବେଳରୁ ହକି ବିଷୟରେ ଜାଣିନଥିଲି ଏବଂ ବଡ଼ ଭାଇ ସରୋଜ ଛେତ୍ରୀଙ୍କୁ ହକି ଖେଳୁଥିବାର ଦେଖି ମୁଁ ମଧ୍ୟ ଆରମ୍ଭ କଲି ହକି ଖେଳିବା । ଧୀରେ ଧୀରେ ସଫଳତା ମିଳିଲା ।"

ଏହା ମଧ୍ୟ ପଢ଼ନ୍ତୁ...FIH ପ୍ରୋ ଲିଗ୍: ସୁଟଆଉଟରେ ଆମେରିକାକୁ ହରାଇଲା ଭାରତୀୟ ମହିଳା ଟିମ୍, ଶୀର୍ଷରେ ନେଦରଲ୍ୟାଣ୍ଡ୍ସ

ସେ ଆହୁରି କହିଛନ୍ତି, "ବହୁତ ସଂଘର୍ଷ କରି ଜୁନିୟର ଦଳରେ ସ୍ଥାନ ପାଇଲି ଏବଂ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସିନିୟର ଦଳରେ ସ୍ଥାନ ପାଇଲି । ଅଭ୍ୟାସ ପରେ ବର୍ତ୍ତମାନ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ସୁଯୋଗ ପାଉଛି ।" ବର୍ତ୍ତମାନ ସୁଦ୍ଧା ଗୋଟିଏ ବର୍ଷ ମଧ୍ୟରେ 4ଟି ଟୁର୍‌ କରିସାରିଥିବା କହିଛନ୍ତି ଜ୍ୟୋତି । ତେବେ ଖେଳ ସହ ପାଠ ପଢାକୁ ଜାରି ରଖିବା ଯଦିଓ ମୁସ୍କିଲ ଥିଲା, ହେଲେ ମଧ୍ୟ ଖେଳିବାକୁ ସମୟ କାଢ଼ିବାକୁ ପଡୁଛି ବୋଲି କହିଛନ୍ତି ଜ୍ୟୋତି । ବର୍ତ୍ତମାନ ସିନିୟର ଦଳ ବହୁତ ଭଲ ଖେଳାଳି ଅଛନ୍ତି । ସମସ୍ତ ସିନିୟର ଖେଳାଳି ଆମ ମାନଙ୍କ ସହ ସାଙ୍ଗ ଭଳି ରହିଥାନ୍ତି ଏବଂ ଖେଳ ସମୟରେ ଆମକୁ ସାହାଯ୍ୟ କରନ୍ତି ଓ ଖେଳକୁ ନେଇ ଗାଇଡ୍‌ କରନ୍ତି ବୋଲି ସେ କହିଛନ୍ତି । ତେବେ ଆମ ସହିତ ଆଲୋଚନା ବେଳେ ଆଉ କଣ କହିଛନ୍ତି ଜ୍ୟୋତି ଶୁଣନ୍ତୁ...

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.