ETV Bharat / sports

ସୁସ୍ଥ ହେଉଛନ୍ତି ସୂର୍ଯ୍ୟ କୁମାର, ସର୍ଜରୀ ପରେ ଆରମ୍ଭ କଲେ IPL ପ୍ରସ୍ତୁତି

author img

By ETV Bharat Odisha Team

Published : Feb 11, 2024, 6:04 PM IST

Suryakumar practicing after surgery: ସ୍ପୋର୍ଟ୍ ହାର୍ନିଆ ଅସ୍ତ୍ରୋପଚାର ସୁସ୍ଥ ହେଉଛନ୍ତି ସୂର୍ଯ୍ୟ କୁମାର । ଇନଷ୍ଟାଗ୍ରାମରେ ଷ୍ଟୋରି ସେୟାର କରି କାମ ଆରମ୍ଭ ହୋଇଛି ବୋଲି ଲେଖିଲେ । ଅଧିକ ପଢନ୍ତୁ

Suryakumar Yadav
Suryakumar Yadav

ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଷ୍ଟାର ବ୍ୟାଟର ସୂର୍ଯ୍ୟ କୁମାର ଯାଦବ । ଇନଷ୍ଟାଗ୍ରାମରେ ବ୍ୟାୟାମ କରୁଥିବାର ଏକ ଭିଡିଓ ସେ ଷ୍ଟୋରିରେ ସେୟାର କରି କାମ ଆରମ୍ଭ ବୋଲି ଲେଖିଛନ୍ତି । ଗୋଟିଏ ଗୋଡରେ ସେ ନିଜ ଶରୀରକୁ ବାଲାନ୍ସ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଖୁବଶୀଘ୍ର ସୁସ୍ଥ ହୋଇ ସେ ଆଇପିଏଲ ଖେଳିବେ ବୋଲି କୁହାଯାଉଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଶେଷ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ତାଙ୍କ ଗୋଡରେ ଆଘାତ ଲାଗିଥିଲା । ପରେ ସେ ଆଫଗାନିସ୍ତାନ ବିପକ୍ଷ ଟି ଟ୍ବେଣ୍ଟିରୁ ବାଦ ପଡିଥିଲେ ।

ଏହା ମଧ୍ୟ ପଢନ୍ତୁ-ଘରୋଇ ସିଜିନରୁ ଆଉଟ୍‌ ସୂର୍ଯ୍ୟକୁମାର ଯାଦବ, ଆଇପିଏଲ୍‌ ଖେଳିବା ନେଇ ଆଶଙ୍କା

ସୂର୍ଯ୍ୟ ବର୍ତ୍ତମାନ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀ ତତ୍ତ୍ୱାବଧାନରେ ରହିଛନ୍ତି । ସେଠାରେ ଚିକିତ୍ସା ସହ ଆଇପିଏଲ 2024 ଫେରିବା ନେଇ ପ୍ରସ୍ତୁତ ହେଉଛନ୍ତି । ଇନଷ୍ଟାଗ୍ରାରେ ସେ ଆଜି ଷ୍ଟୋରି ସେୟାର କରି ଲେଖିଛନ୍ତି ଯେ 'କାମ ଆରମ୍ଭ ହୋଇଛି'। ଆଫ୍ରିକା ବିପକ୍ଷ ଗତ ଟି -20 ସିରିଜର ପ୍ରଥମ ମ୍ୟାଚରେ ସୂର୍ଯ୍ୟ 56ଟି ବଲରେ 100 ରନ୍ କରିଥିଲେ । ସମାନ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ 34 ବଲରେ 56 ରନ୍ କରିଥିଲେ । ପ୍ରଥମେ ଗୋଇଠିରେ ଆଘାତ ଲାଗିବା ପରେ ତାଙ୍କର ସ୍ପୋର୍ଟ୍ସ ହାର୍ନିଆ ହୋଇଥିବା ଜଣାପଡିଥିଲା । ପରେ ଜର୍ମାନୀରେ ତାଙ୍କର ସ୍ପୋର୍ଟ୍ ହାର୍ନିଆ ଅସ୍ତ୍ରୋପଚାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଫଗାନିସ୍ତାନ ବିପକ୍ଷ ଟି20 ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା, ବାଦ ପଡିଲେ SKY

ଏହା ମଧ୍ୟ ପଢନ୍ତୁ-U19 ବିଶ୍ୱକପ ଫାଇନାଲ; କଙ୍ଗାରୁ ଦଳକୁ ହରାଇ ଟ୍ରଫି ହାତେଇବା ଲକ୍ଷ୍ୟରେ ଭାରତ

ଆଗକୁ ଆଇପିଏଲ ଓ ଟି 20 ବିଶ୍ବକପ ଖେଳାଯିବ । ଏହା ପୂର୍ବରୁ ସୂର୍ଯ୍ୟକୁମାର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଯଦି ସେ ସୁସ୍ଥ ହୋଇଯାଆନ୍ତି ତେବ ଆଇପିଏଲ ଖେଳିବେ । ସୂର୍ଯ୍ୟକୁମାର ଯାଦବ 2012ରେ ଆଇପିଏଲ ଖେଳିବା ଆରମ୍ଭ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଦଳ ତରଫରୁ ସେ ଖେଳୁଛନ୍ତି । ଆଇପିଏଲରେ ସେ 139 ଟି ମ୍ୟାଚ ଖେଳି 3,249 ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ 21 ଟି ଅର୍ଦ୍ଧଶତକ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.