ETV Bharat / sports

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ରାଜକୋଟ ଟେଷ୍ଟକୁ ଫେରିବେ ଅଶ୍ୱିନ

author img

By ETV Bharat Odisha Team

Published : Feb 18, 2024, 12:38 PM IST

India Vs England Test: ପୁଣି ଟିମକୁ ଫେରିବେ ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ବିସିସିଆଇ ପକ୍ଷରୁ ସୂଚନା ଜାରି । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନ ପରେ ମ୍ୟାଚରେ ଅନୁପସ୍ଥିତ ଥଲେ ଷ୍ଟାର ସ୍ପିନର । ଅଧିକ ପଢନ୍ତୁ

India Vs England Test:
ଟିମକୁ ଫେରିଲେ ଅଫ୍-ସ୍ପିନର ଆର. ଅଶ୍ୱିନ

ରାଜକୋଟ୍: ଇଣ୍ଡିଆ ଟିମ ପାଇଁ ଖୁସି ଖବର । ରାଜକୋଟ ଟେଷ୍ଟରେ ପୁଣି ଚମକିବେ ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ପୁଣି ଟିମରେ ଯୋଗ ଦେବାକୁ ଯାଉଛନ୍ତି ଅଶ୍ୱିନ । ଏନେଇ ବିସିସିଆଇ ସୂଚନା ଜାରି କରିଛି । ତେବେ ପରିବାର ସଦସ୍ୟଙ୍କ ଅସୁସ୍ଥତା ପାଇଁ ଶୁକ୍ରବାର ଭାରତ ବନାମ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ ଚାଲିଥିବା ବେଳେ ଅଶ୍ୱିନ ଅଧାରୁ ଓହରି ଯାଇଥିଲେ ।

ରାଜକୋଟରେ ଭାରତ- ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ସିରିଜ ଜାରି ରହିଛି । ଏହାମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ତେବେ ଚତୁର୍ଥ ଦିନରେ ପଡିଆରେ ନଜର ଆସିବେ ଭେଟେରାନ ସ୍ପିନର ଆର ଅଶ୍ୱିନ । ରାଜକୋଟ ଟେଷ୍ଟର ଚତୁର୍ଥ ଦିନରେ ଅଶ୍ୱିନ ଖେଳିବାକୁ ଯାଉଛନ୍ତି ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ମାତ୍ର 24 ଘଣ୍ଟା ମଧ୍ୟରେ ଟିମକୁ ଫେରିଛନ୍ତି ଅଫ-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଶୁକ୍ରବାର ଟେଷ୍ଟ ମ୍ୟାଚ ଅଧାରୁ ସେ ଅସ୍ଥାୟୀ ଭାବେ ମ୍ୟାଚରୁ ଓହରି ଯାଇଥିଲେ । ତେବେ ଆଜି ପୁଣି ଅଶ୍ୱିନ ସାମିଲ ହେବାକୁ ଯାଉଛନ୍ତି । ଅଶ୍ୱିନଙ୍କ ଫେରିବା ଭାରତୀୟ ଟିମ ତଥା ଫ୍ୟାନ୍ସମାନଙ୍କ ପାଇଁ ବେଶ ଖୁସି ଖବର ଅଟେ । କାରଣ ଚତୁର୍ଥ ପାଳିରେ ମ୍ୟାଚ ପାଇଁ ସ୍ପିନରର ଆବଶ୍ୟକତା ରହିଥିଲା ।

ଏହାମଧ୍ୟ ପଢନ୍ତୁ.. ରାଜକୋଟ ଟେଷ୍ଟରେ ଭାରତକୁ ଝଟ୍‌କା, ମ୍ୟାଚ୍ ଅଧାରୁ ଓହରିଲେ ଅଶ୍ୱିନ

ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ ଅଶ୍ୱିନଙ୍କୁ ନେଇ ସୂଚନା ଜାରି କରାଯାଇ କୁହାଯାଇଛି, "ବିସିସିଆଇ ଖୁସିର ସହ ଏହା ଘୋଷଣା କରୁଛି ଯେ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମ୍ୟାଚରେ କିଛି ସମୟ ପାଇଁ ଅନୁପସ୍ଥିତ ରହିବା ପରେ ପୁଣି ଫେରୁଛନ୍ତି ଆର. ଅଶ୍ୱିନ ।'' ବିସିସିଆଇ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ଟିମ ମ୍ୟାନେଜମେଣ୍ଟ, ଖେଳାଳି, ମିଡିଆ ଓ ଫ୍ୟାନ୍ସ ସମସ୍ତେ ପରିବାରର ମହତ୍ତ୍ୱକୁ ପ୍ରାଥମିକତା ଦେବାକୁ ବୁଝିବା ସହ ସହାନୁଭୂତି ଦେଖାଇଛନ୍ତି । ଟିମ ଓ ଫ୍ୟାନ୍ସମାନେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅଶ୍ୱିନଙ୍କୁ ସମର୍ଥନ କରିଥିଲେ । ମ୍ୟାନେଜମେଣ୍ଟ ମୈଦାନରେ ତାଙ୍କୁ ପୁଣିଥରେ ଖୁସିର ସହ ସ୍ୱାଗତ କରୁଛି ।

ସୂଚନାଯୋଗ୍ୟ, ରାଜକୋଟରେ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ (16 ଫେବ୍ରୁଆରୀ)ରେ ଅଶ୍ୱିନୀ ଆଉ ଏକ ଐତିହାସିକ ରେକର୍ଡ ନିଜ ନାଁ ସହ ଯୋଡିଥିଲେ । ସେ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରର 500 ତମ ୱିକେଟ୍‌ ହାସଲ କରି 500 ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି । ଇଂଲଣ୍ଡର ଜ୍ୟାକ୍‌ କ୍ରାଓଲିଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । 500 ଟେଷ୍ଟ ୱିକେଟ୍‌ ହାସଲ କରିବାରେ ସେ ବିଶ୍ୱର ନବମ ତଥା 2ୟ ଭାରତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଏହି କ୍ଲବରେ ଏକମାତ୍ର ଭାରତୀୟ ଭାବେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.