ETV Bharat / sports

ରଣଜୀ ଟ୍ରଫି: ଆଗାମୀ ମ୍ୟାଚ ପାଇଁ 17 ଜଣିଆ ଟିମ ଘୋଷଣା, ଦଳକୁ ଫେରିଲେ ବିପ୍ଳବ

author img

By ETV Bharat Odisha Team

Published : Jan 25, 2024, 8:46 AM IST

Updated : Jan 25, 2024, 9:13 AM IST

Ranji Trophy 2024: ଆସନ୍ତା 26ରେ ହିମାଚଳ ପ୍ରଦେଶ ବିପକ୍ଷରେ ମ୍ୟାଚ ଖେଳିବ ଓଡିଶା । 17 ଜଣିଆ ସ୍କ୍ବାଡ ଘୋଷଣା କରିଛି ଓସିଏ । ଦଳକୁ ଫେରିଲେ ବିପ୍ଳବ । ଅଧିକ ପଢନ୍ତୁ

ରଣଜୀ ଟ୍ରଫି
Ranji Trophy 2024

କଟକ: ଚଳିତ ରଣଜୀ ସିଜିନରେ ଆଗକୁ ଓଡିଶାକୁ ଭେଟିବ ହିମାଚଳ ପ୍ରଦେଶ । ଏହା ପୂର୍ବରୁ 17 ଜଣିଆ ସ୍କ୍ବାଡ ଘୋଷଣା କରିଛି ଓସିଏ । ଦଳରେ ଅଭିଜ୍ଞ ବ୍ୟାଟର ବିପ୍ଳବ ସାମନ୍ତରୟଙ୍କୁ ସାମିଲ କରାଯାଇଛି । ତାଙ୍କର ଉପସ୍ଥିତି ଦଳକୁ ବିଜୟ ମୁହାଁ କରିବ ବୋଲି ଓସିଏ ଚୟନ କମିଟି ଆଶା ରଖି ଏପରି ନିଷ୍ପତ୍ତି ନେଇଛି । ଚଳିତବର୍ଷ ରଣଜୀ ଟ୍ରଫି ସିଜିନରେ ଓଡିଶା ବର୍ତ୍ତମାନ ସୁଦ୍ଧା 3ଟି ମ୍ୟାଚ ଖେଳିଛି । ହେଲେ ଏଯାବତ ଗୋଟିଏ ମ୍ୟାଚକୁ ନିଜ ସପକ୍ଷରେ କରିବାକୁ ସକ୍ଷମ ହୋଇନି ଦଳ । ଗୋଟିଏ ମ୍ୟାଚ ଡ୍ର ରହିଥିବା ବେଳେ 2ଟି ମ୍ୟାଚରେ ପରାଜୟବରଣ କରିଛି । ଆଗକୁ ହେବାକୁ ଥିବା ମ୍ୟାଚରେ ଦଳ କିପରି ଭଲ ପ୍ରଦର୍ଶନ କରି ବିଜୟ ହେବ ତାହା ଉପରେ ସମସ୍ତଙ୍କ ନଜର ।

ବରୋଦା ଓ ଜମ୍ମୁ କଶ୍ମୀର ବିପକ୍ଷରେ ଓଡିଶା ଦଳ ପରାଜିତ ହୋଇଥିବା ବେଳେ ମଧ୍ୟ ପ୍ରଦେଶ ବିପକ୍ଷ ମ୍ୟାଚକୁ ଅମୀମାଂସିତ ଭାବରେ ଶେଷ କରିଥିଲା ଓଡିଶା କ୍ରିକେଟ ଟିମ । ଆସନ୍ତା 26 ତାରିଖରେ ହିମାଚଳ ପ୍ରଦେଶ ସହ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଦଳରେ ବିପ୍ଳବଙ୍କୁ ସ୍ଥାନ ଦେଇଛି ଓସିଏ । ଘରୋଇ ଡ୍ରିମ୍ସ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳାଯିବ । ପୂର୍ବ ମ୍ୟାଚରେ ଜାମୁ କାଶ୍ମୀରଠୁ ପରାଜିତ ହୋଇଥିବାରୁ ଏହି ମ୍ୟାଚ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ହିମାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଓଡିଶା ଦଳର ନେତୃତ୍ବ ନେବେ ଶାନ୍ତନୁ ମିଶ୍ର ।

ଏହା ମଧ୍ୟ ପଢନ୍ତୁ-ରଣଜୀ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ, ଶାନ୍ତନୁ ମିଶ୍ରଙ୍କ କାନ୍ଧରେ କମାଣ

ରଣଜୀ ଟ୍ରଫି ପାଇଁ ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ରାଜେଶ ଧୂପର (ଓ୍ବିକେଟ କିପର), ଆଶୀର୍ବାଦ ସ୍ବାଇଁ, ବିପ୍ଲବ ସାମନ୍ତରାୟ, ଶ୍ବାସ୍ତିକ ସାମଲ, ପ୍ରୟାସ ସିଂ, ସୂର୍ଯ୍ୟକାନ୍ତ ପ୍ରଧାନ, ହର୍ସିତ ରାଥୋଡ, ସୁନୀଲ କୁମାର ରାଉଳ, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ତାରିଣୀ ସା ।

ଚଳିତ ସିଜିନରେ ଓଡିଶା ମୋଟ 7ଟି ମ୍ୟାଚ୍‌ ମଧ୍ୟରୁ 3ଟି ଖେଳିସାରିଛି । ପ୍ରଥମ ମ୍ୟାଚ ବରୋଦା ପରେ ମଧ୍ୟପ୍ରଦେଶ ଓ ଜମ୍ମୁ କଶ୍ମୀର ସହ ଖେଳ ଶେଷ ହୋଇଛି । ଆଗକୁ ହିମାଚଳ ପ୍ରଦେଶ, ପୁଣ୍ଡୁଚେରୀ, ଉତ୍ତରାଖଣ୍ଡ ଓ ଦିଲ୍ଲୀକୁ ଭେଟିବ । ଗୋଟିଏ ବି ମ୍ୟାଚରେ ଦଳ ବିଜୟୀ ହୋଇନଥିବାରୁ ଆଗକୁ ବିଜୟ ହେବା ଲକ୍ଷ୍ୟରେ ଜୋରଦାର ଚେଷ୍ଟା କରିବ ।

Last Updated : Jan 25, 2024, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.