ETV Bharat / sports

ରାଞ୍ଚିରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ: ବୁମରାଙ୍କୁ ବିଶ୍ରାମ, ପଦାର୍ପଣରେ ଆକାଶଦୀପ

author img

By ETV Bharat Odisha Team

Published : Feb 23, 2024, 10:15 AM IST

Updated : Feb 23, 2024, 12:08 PM IST

India Vs England Fourth Test in Ranchi: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ ମ୍ୟାଚ । ଟସ୍ ଜିତି ବ୍ୟାଟିଂ କରୁଛି ଭ୍ରମଣକାରୀ ଦଳ । ଅଧିକ ପଢ଼ନ୍ତୁ

ଭାରତ-ଇଂଲଣ୍ଡ 4ର୍ଥ ଟେଷ୍ଟ
ଭାରତ-ଇଂଲଣ୍ଡ 4ର୍ଥ ଟେଷ୍ଟ

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି 4ର୍ଥ ଟେଷ୍ଟ ମୁକାବିଲା । ଝାଡଖଣ୍ଡ ରାଞ୍ଚି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଛି ଇଂଲଣ୍ଡ । 5 ଟିକିଆ ସିରିଜରେ 2-1ରେ ଆଗରେ ରହିଛି ଭାରତ । ଆଜିର ମ୍ୟାଚ ଦୁଇ ଦଳ ମଧ୍ୟରେ ଦେଖିବାକୁ ମିଳିବ ମହାଲଢ଼େଇ । ମ୍ୟାଚ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଇଂଲଣ୍ଡ ଦଳକୁ ମାତ ଦେବା ପାଇଁ ନୂଆ ରଣନୀତି ସହ ପଡ଼ିଆକୁ ଓହ୍ଲାଇଛି ଭାରତ ।

ଝାଡଖଣ୍ଡ ରାଞ୍ଚି କ୍ରିକେଟ ଷ୍ଟାଡିୟମରେ ଚାଲିଛି ଭାରତ ବନାମ ଇଂଲଣ୍ଡ 4ର୍ଥ ଟେଷ୍ଟ । ଇଂଲଣ୍ଡ କ୍ୟାପ୍ଟେନ ବେନ ଷ୍ଟୋକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । 4ର୍ଥ ଟେଷ୍ଟରୁ ବିଶ୍ରାମ ନେଇଛନ୍ତି ଯଶପ୍ରୀତ ବୁମରା । ଯଶପ୍ରୀତଙ୍କ ସ୍ଥାନରେ ପେସ ବୋଲର ଆକାଶ ଦୀପ ଡେବ୍ୟୁ କରିଛନ୍ତି । ସେପଟେ ମାର୍କ ଉଡ୍‌ ଓ ରେହନ ଅହମ୍ମଦଙ୍କ ସ୍ଥାନରେ ଓଲି ରବିନସନ୍‌ ଓ ଶୋଏବ ବଶିରଙ୍କୁ ପଡ଼ିଆକୁ ଆଣିଛି ଇଂଲଣ୍ଡ ।

ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ପୂର୍ବ 3 ଟି ମ୍ୟାଚ ମଧ୍ୟରୁ ଭାରତ 2ଟି ମ୍ୟାଚ ଜିତି ଆଗରେ ରହିଛି । ଇଂଲଣ୍ଡକୁ ବ୍ରେକ ଦେଇ ଆଜିର ମ୍ୟାଚକୁ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ଭାରତ । ଅନ୍ୟପକ୍ଷେ 4ର୍ଥ ଟେଷ୍ଟକୁ ଜିତିବାକୁ ପୂରା ଦମରେ ଗ୍ରାଉଣ୍ଡକୁ ଓହ୍ଲାଇଛି ଷ୍ଟୋକ ବାହିନୀ । ଯଦି ଇଂଲଣ୍ଡ 4ର୍ଥ ଟେଷ୍ଟ ଜିତିବାରେ ସଫଳ ହୁଏ, ତେବେ ଦୁଇ ଦଳ 2-2ରେ ସମାନ ସ୍ଥିତିରେ ରହିବେ । ଯାହାଦ୍ବାରା ଧର୍ମଶାଳାରେ 5ମ ଟେଷ୍ଟରେ ଦୁଇ ଦଳ ମଧ୍ୟରେ ଏକ ରୋମାଞ୍ଚକର ଳଢେଇ ଦେଖିବାକୁ ମିଳିବ ।

ଏହା ମଧ୍ଯ ପଢ଼ନ୍ତୁ: ଟେଷ୍ଟ କ୍ରିକେଟରେ ଶର୍ଫରାଜ ଖାନଙ୍କ ଡେବ୍ୟୁ, ପୁଅକୁ ଦେଖି କାନ୍ଦି ପକାଇଲେ ବାପା ଓ ପତ୍ନୀ

ଭାରତୀୟ ଦଳ: ରୋହିତ ଶର୍ମା, ଯଶସ୍ବୀ ଜୈଶୱାଲ, ଶୁଭମନ ଗିଲ୍‌, ରଜତ ପଟିଦାର, ଶର୍ଫରାଜ ଖାନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଆକାଶ ଦୀପ, ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ବିନ ଓ ଧ୍ରୁବ ଜୁରେଲ ।

ଇଂଲଣ୍ଡ ଦଳ: ଜ୍ୟାକ୍‌ କ୍ରାଓଲେ, ବ୍ରେନ ଡକେଟ, ବେନ ଷ୍ଟୋକ୍ସ, ଶୋଏବ ବଶିର, ଜେମ୍ସ ଆଣ୍ଡରସନ, ଓଲି ପୋପ୍‌, ଜୋ ରୁଟ, ଓଲି ରବିନସନ୍‌, ଜନି ବେୟାରଷ୍ଟୋ, ବେନ ଫୋକ୍ସ ଓ ଟମ ହାର୍ଟଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 12:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.