ETV Bharat / sports

ଟେଷ୍ଟ କ୍ରିକେଟରେ ଶର୍ଫରାଜ ଖାନଙ୍କ ଡେବ୍ୟୁ, ପୁଅକୁ ଦେଖି କାନ୍ଦି ପକାଇଲେ ବାପା ଓ ପତ୍ନୀ

author img

By ETV Bharat Odisha Team

Published : Feb 15, 2024, 12:14 PM IST

IND vs ENG: ଆଜି ଭାରତ ଓ ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ । ଟେଷ୍ଟ କ୍ରିକେଟରେ ଡେବ୍ୟୁ କଲେ ଶର୍ଫରାଜ ଖାନ । ଅଧିକ ପଢନ୍ତୁ

ଶର୍ଫରାଜ ଖାନ
Sarfaraz khan

ରାଜକୋଟ: ଭାରତ ଓ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଆରମ୍ଭ ହୋଇଯାଇଛି ଟେଷ୍ଟ ମ୍ୟାଚ । ଆଜି ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଛନ୍ତି ଶର୍ଫରାଜ ଖାନ । ପଡିଆକୁ ଓହ୍ଳାଇବା ପୂର୍ବରୁ ଶର୍ଫରାଜଙ୍କୁ ପୂର୍ବତନ ଭାରତୀୟ ଖେଳାଳି ଅନିଲ କୁମ୍ବଲେ ଡେବ୍ୟୁ କ୍ୟାପ ଦେଇଥିଲେ । ଏହି କ୍ୟାପ୍ ପାଇବା ପରେ ପାଖରେ ଥିବା ଶର୍ଫରାଜଙ୍କ ପିତା ଓ ପତ୍ନୀ ଭାବବିହ୍ୱଳ ହୋଇପଡିଥିଲେ ।

ପିତା ଓ ପତ୍ନୀଙ୍କ ଲୁହ ପୋଛିଦେଲେ ଶର୍ଫରାଜ: ଇଂଲଣ୍ଡ ବିପକ୍ଷ 3ଟି ଟେଷ୍ଟ ମ୍ୟାଚ ଖେଳିବାକୁ ଭାରତୀୟ ସ୍କ୍ବାର୍ଡରେ ଶର୍ଫରାଜଙ୍କୁ ସ୍ଥାନ ମିଳିଥିଲା । ଏହାପରେ ଆଜି ଏକାଦଶରେ ତାଙ୍କୁ ସ୍ଥାନ ଦିଆଯାଇଛି । ପୁଅକୁ ଭାରତୀୟ ଦଳର ଖେଳାଳି ଭାବେ ଦେଖିବାକୁ ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା । ଯାହା ଆଜି ପୂରଣ ହୋଇଛି । ଶର୍ଫରାଜ ଡେବ୍ୟୁ ମ୍ୟାଚ ପାଇଁ କ୍ୟାପ ପାଇବା ପରେ ତାଙ୍କ ବାପା କାନ୍ଦି ପକାଇଥିଲେ । ପ୍ରଥମେ ସେ କ୍ୟାପକୁ ସେ ଚୁମ୍ୱନ ଦେବା ସହ ମୁଣ୍ଡରେ ପିନ୍ଧିଥିଲେ । ଏହାପରେ ପୁଅକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ । ତାଙ୍କ ପାଖରେ ଠିଆ ହୋଇଥିବା ଶର୍ଫରାଜଙ୍କ ପତ୍ନୀ ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ । ଉଭୟଙ୍କ ଲୁହ ପୋଛି ଦେଇଥିଲେ ଶର୍ଫରାଜ । ଶର୍ଫରାଜ ଖାନଙ୍କ ସହ ୱିକେଟ୍ କିପର ଧ୍ରୁବ ଜୁରେଲ ମଧ୍ୟ ଆଜି ଟେଷ୍ଟରେ ଡେବ୍ୟୁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁୂ-ରାଜକୋଟରେ ତୃତୀୟ ଟେଷ୍ଟ: ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ, ଧ୍ରୁବ ଏବଂ ସର୍ଫରାଜଙ୍କ ଡେବ୍ୟୁ

ସର୍ଫରାଜ ଖାନ 66ଟି ପ୍ରଥମ ଶ୍ରେଣୀ ଇନିଂସ ଖେଳି 3912 ରନ୍ ସଂଗ୍ରହ କରିଛନ୍ତି । ଏଥିରେ 14ଟି ଶତକ ଏବଂ 11 ଅର୍ଦ୍ଧଶତକ ସାମିଲ ରହିଛି । ତାଙ୍କର ଷ୍ଟ୍ରାଇକ୍ ରେଟ 70.48 ରହିଛି । ସେ ପୂର୍ବରୁ ଆଇପିଏଲ ମ୍ୟାଚ ଖେଳିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ, କିଙ୍ଗଲ ଇଲେଭେନ ପଞ୍ଚାବ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ତରଫରୁ ଆଇପିଏଲ ଖେଳିଛନ୍ତି ।

ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ଇଂଲମ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ । ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି । ବର୍ତ୍ତମାନ ସୁଦ୍ଧା 3ଟି ଓ୍ବିକେଟର ପତନ ହୋଇଥିବା ବେଳେ 76 ରନ କରିଛି ଟିମ ଇଣ୍ଡିଆ । ଯଶସ୍ବୀ ଜୈଶ୍ବାଲ 10 ରନ କରି ପାଭିଲିୟନକୁ ଫେରିଥିବା ବେଳେ ଗିଲ 0 ଓ ରଜତ ପଟିଦାର 5 ରନରେ ଆଉଟ ହୋଇଛନ୍ତି । ବର୍ତ୍ତମାନ ରୋହିତ ଶର୍ମା ଓ ଜାଡେଜା ବ୍ୟାଟିଂ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.