ETV Bharat / sports

ରାଞ୍ଚି ଟେଷ୍ଟ: ରୁଟ୍‌ଙ୍କ ଶତକରେ ଶକ୍ତିଶାଳୀ ଇଂଲଣ୍ଡ, ପ୍ରଥମ ଦିନରେ ୭ ୱିକେଟ୍‌ରେ ଦଳୀୟ ସ୍କୋର ୩୦୨

author img

By ETV Bharat Odisha Team

Published : Feb 23, 2024, 6:13 PM IST

Updated : Feb 23, 2024, 6:29 PM IST

IND vs ENG 4th Test Day 1: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଆରମ୍ଭ ହୋଇଛି ୪ର୍ଥ ଟେଷ୍ଟ । ୨-୧ରେ ଭାରତ ସିରିଜ୍‌ ଆଗୁଆ ଥିବାବେଳେ ୪ର୍ଥ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରୁଛି ଇଂଲଣ୍ଡ । ଜୋ ରୁଟ୍‌ଙ୍କ ଶତକୀୟ ପାଳି ବଳରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭ ୱିକେଟ୍‌ ହରାଇ ୩୦୨ ରନ କରିଛି ଭ୍ରମଣକାରୀ ଦଳ । ଭାରତୀୟ ଡେବ୍ୟୁଟାଣ୍ଟ ଆକାଶ ଦୀପ ୩ ୱିକେଟ୍‌ ସଫଳତା ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

IND vs ENG 4th Test Day 1
IND vs ENG 4th Test Day 1

ରାଞ୍ଚି: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜର ୪ର୍ଥ ମ୍ୟାଚ୍‌ ଆରମ୍ଭ ହୋଇଛି । ଶୁକ୍ରବାର ଝାଡ଼ଖଣ୍ଡର ରାଞ୍ଚିଠାରେ ଥିବା JSCA କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ଟେଷ୍ଟ । ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଜୋ ରୁଟ୍‌ଙ୍କ ଶତକୀୟ ପାଳି ବଳରେ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୭ ୱିକେଟ ହରାଇ ୩୦୨ ରନ କରିଛି ଭ୍ରମଣକାରୀ ଦଳ । ୧୦୬ ରନ କରି ଜୋ ରୁଟ୍‌ ଓ ୩୧ ରନ କରି ଓଲି ରବିନ୍‌ସନ୍‌ ଅପରାଜିତ ରହିଛନ୍ତି । ସେପଟେ ଭାରତ ପକ୍ଷରୁ ଆଜି ବୁମ୍‌ରାଙ୍କ ସ୍ଥାନରେ ଡେବ୍ୟୁ କରିଥିବା ଦ୍ରୁତ ବୋଲର ଆକାଶ ଦୀପ ୩ ୱିକେଟ୍‌ ସଫଳତାର ସହ ପଦାର୍ପଣକୁ ସ୍ମରଣୀୟ କରିଛନ୍ତି । ସିରାଜ ୨ଟି ୱିକେଟ୍‌ ନେଇଥିବାବେଳେ ଜାଡେଜା ଓ ଅଶ୍ବୀନ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି ।

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ । ଆରମ୍ଭରୁ ଦଳର ଓପନର ଜ୍ୟାକ୍‌ କ୍ରାଓଲି ଆକ୍ରାମକ ବ୍ୟାଟିଂ ଆରମ୍ଭ କରିଥିବାବେଳେ ବେନ୍‌ ଡକେଟ୍‌ ରକ୍ଷଣାତ୍ମକ ପନ୍ଥା ଆପଣାଇଥିଲେ । ହେଲେ ଦଳୀୟ ସ୍କୋର ୪୭ ହୋଇଥିବାବେଳେ ଡକେଟଙ୍କୁ ପାଭିଲିୟନ ଫେରାଇଥିଲେ ଭାରତର ଡେବ୍ୟୁଟାଣ୍ଟ ଦ୍ରୁତ ବୋଲର ଆକାଶ ଦୀପ । ଏହାପରେ ତୁରନ୍ତ ଓଲି ପୋପ୍‌ଙ୍କୁ ମଧ୍ୟ ଆଉଟ୍‌ କରିଥିଲେ ଆକାଶ । ଦଳୀୟ ସ୍କୋର ୫୭ ହୋଇଥିବାବେଳେ ଜ୍ୟାକ୍‌ କ୍ରାଓଲିଙ୍କ ୱିକେଟ୍‌ ସହ ଇଂଲଣ୍ଡର ଶୀର୍ଷକ୍ରମ ବ୍ୟାଟିଂ ଲାଇନ୍‌ଅପ୍‌ ଏକପ୍ରକାର ଭାଙ୍ଗି ଦେଇଥିଲେ ଆକାଶ । ତେବେ ଏହାପରେ ଜୋ ରୁଟ୍‌ଙ୍କ ସହ ମିଶି କିଛି ବାଟ ସ୍କୋର ବୋର୍ଡକୁ ଗତି ଦେଇଥିଲେ ଜନି ବେୟାରଷ୍ଟୋ । ହେଲେ ସେ କେବଳ ୩୮ ରନ କରି ଆଉଟ୍‌ ହୋଇଥିଲେ । ଅଧିନାୟକ ଷ୍ଟୋକ୍ସ ମଧ୍ୟ ୩ ରନ କରି ଆଉଟ୍‌ ହୋଇଥିଲେ । ବେନ୍‌ ଫୋକ୍ସ ଯଦିଓ ରୁଟ୍‌ଙ୍କୁ ଭରପୁର ସାଥ ଦେବାର ଉଦ୍ୟମ କରିଥିଲେ, ହେଲେ ସେ ୪୭ ରନ କରି ଆଉଟ୍‌ ହୋଇଥିଲେ । ଟମ୍‌ ହାର୍ଟଲେ ୧୩ ରନ କରି ଆୁଟ୍‌ ହୋଇଥିଲେ । ଅନ୍ୟପଟେ ରକ୍ଷଣାତ୍ମକ ଶୈଳୀରେ ଖେଳି ଶତକ ଅର୍ଜନ କରିଥିଲେ ଜୋ ରୁଟ୍‌ । ରୁଟ୍‌ ୧୦୬ ଏବଂ ଓଲି ରବିନ୍‌ସନ୍‌ ୩୧ ରନ କରି ଅପରାଜିତ ଅଛନ୍ତି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୭ ୱିକେଟ୍‌ ହରାଇ ୩୦୨ ରନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚିରେ ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ ଆରମ୍ଭ: ବୁମରାଙ୍କୁ ବିଶ୍ରାମ, ପଦାର୍ପଣରେ ଆକାଶଦୀପ

ସେପଟେ ଭାରତ ପକ୍ଷରୁ ଆଜି ବେଶ ଶୃଙ୍ଖଳିତ ବୋଲିଂ ଆଟାକ୍‌ ଦେଖିବାକୁ ମିଳିଥିଲା । ବିଶେଷ କରି ବୁମ୍‌ରାଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଆକାଶ ଦୀପ ଦମଦାର ବୋଲିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଇଂଲଣ୍ଡର ଟପ୍‌ ୩ ବ୍ୟାଟରଙ୍କୁ ଆଜି ପାଭିଲିୟନ ଫେରାଇଥିଲେ ଆକାଶ । ଲଞ୍ଚ୍‌ ବ୍ରେକ୍‌ ପରେ ୨ଟି ୱିକେଟ୍‌ ହାସଲ କରି ଭାରତକୁ ବ୍ରେକ୍‌ ଥ୍ରୋ ଦେବାରେ ସଫଳ ହୋଇଥିଲେ ସ୍ପିଡ୍‌ଷ୍ଟାର ମହମ୍ମଦ ସିରାଜ । ଅନ୍ୟପଟେ ଅନୁଭବୀ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2024, 6:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.