ETV Bharat / sports

ରାଜକୋଟ ଟେଷ୍ଟ: ସ୍ପିନ ଆଟାକ୍‌ରେ ଇଂଲଣ୍ଡ ଘାଇଲା, 434 ରନ୍‌ରେ ଭାରତର ବୃହତ ବିଜୟ

author img

By ETV Bharat Odisha Team

Published : Feb 18, 2024, 4:57 PM IST

Updated : Feb 18, 2024, 5:47 PM IST

3rd Test India Wins: ରାଜକୋଟରେ ରବୀନ୍ଦ୍ର ଜାଡେଜା ଶୋ' । 5 ୱିକେଟ୍‌ ସଫଳତା ସହ ଇଂଲଣ୍ଡକୁ ଧୂଳି ଚଟାଇଲେ ଜାଡେଜା । ଭାରତୀୟ ସ୍ପିନ ଆକ୍ରମଣରେ ଘାଇଲା ହୋଇ 122ରେ ଅଲ୍‌ଆଉଟ୍‌ ହେଲା ଇଂଲଣ୍ଡ । 434 ରନର ବଡ଼ ବିଜୟ ସହ ସିରିଜ୍‌ରେ 2-1 ଲିଡ୍‌ ନେଲା ଭାରତ । ଅଧିକ ପଢ଼ନ୍ତୁ

434 ରନ୍‌ରେ ଭାରତର ବୃହତ ବିଜୟ
434 ରନ୍‌ରେ ଭାରତର ବୃହତ ବିଜୟ

ରାଜକୋଟ: ଇଂଲଣ୍ଡ ବିପକ୍ଷ 3ୟ ଟେଷ୍ଟରେ ଭାରତର ବୃହତ ବିଜୟ । ଭାରତୀୟ ସ୍ପିନ ଆଟାକ୍‌ରେ ଘାଇଲା ହେଲେ ଇଂରେଜ । ରବୀନ୍ଦ୍ର ଜାଡେଜାଙ୍କ 5 ୱିକେଟ୍‌ ସଫଳତା ବଳରେ କେବଳ 122 ରନରେ ସମସ୍ତ ୱିକେଟ୍‌ ହରାଇଛି ଇଂଲଣ୍ଡ । ଫଳରେ 434 ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରି ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ ଜିତିବାକୁ ଇଂଲଣ୍ଡକୁ ଦ୍ବିତୀୟ ଇନିଂସ୍‌ରେ 557 ରନର ଟାର୍ଗେଟ ଦେଇଥିଲା ଭାରତୀୟ ଦଳ । ହେଲେ ଭାରତୀୟ ଅନୁଭବୀ ସ୍ପିନ ଆକ୍ରମଣ ଆଗରେ ଚିତପଟାଙ୍ଗ ହୋଇଛି ଇଂଲଣ୍ଡ ଦଳ । ଏହି ମ୍ୟାଚ୍‌ ବିଜୟ ସହିତ ଭାରତ ଚଳିତ 5 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ 2-1ରେ ଆଗୁଆ ହୋଇଛି ।

ଭାରତ ପ୍ରଥମ ପାଳି: ମ୍ୟାଚର ପ୍ରଥମ ଦିନରେ ଟସ୍‌ ଜିତିବା ପରେ ଭାରତର ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଯଶସ୍ବୀ ଜୈଶୱାଲ । ମାତ୍ର 10 ରନ୍‌ କରି ଯଶସ୍ବୀ ଆଉଟ୍‌ ହୋଇଥିଲେ । ଏହାପରେ ଷ୍ଟାର ପ୍ଲେୟାର ଶୁଭମନ ଗିଲ୍‌ ବ୍ୟାଟିଂ କରିବାକୁ ଆସି ଖାତା ଖୋଲି ପାରିନଥିଲେ । ସେ ଆଉଟ୍‌ ହେବାପରେ ରଜତ ପଟିଦାର ମଧ୍ୟ କେବଳ 5 ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ରୋହିତ ଓ ଜାଡେଜା । ଗୋଟିଏ ପରେ ଗୋଟିଏ ଛକା ଚଉକା ମାରି ଶତକ ହାସଲ କରିଥିଲେ ହିଟ୍‌ମ୍ୟାନ୍‌ । ହିଟ୍ ମ୍ୟାନ ରୋହିତ 196 ବଲ୍‌ ଖେଳି 14ଟି ଚୌକା ଓ 3ଟି ଛକା ସହ 131 ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ବିସ୍ଫୋରକ ବ୍ୟାଟିଂ ଶତକ ହାସଲ କରିଥିଲେ । ଡେବ୍ୟୁ ମ୍ୟାଚ୍‌ରେ ଶର୍ଫରାଜ ଖାନ (62) ମଧ୍ୟ ଚମତ୍କାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଧ୍ରୁବ ଜୁରେଲ (46), ରବି ଅଶ୍ବିନ (37) ଓ ବୁମ୍‌ରା (26)ଙ୍କ ଛୋଟ ଛୋଟ ଭାଗିଦାରୀ ବଳରେ ଦ୍ବିତୀୟ ଦିନରେ 445 ରନରେ ଅଲ୍‌ଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଥିଲା ଘରୋଇ ଦଳ ।

ଏହି ପାଳିରେ ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍‌ ସର୍ବାଧିକ 4ଟି ୱିକେଟ୍‌ ନେଇଥିବାବେଳେ ରେହାନ ଅହମ୍ମଦ 2ଟି ୱିକେଟ୍‌ ଅକ୍ତିଆର କରିଥିଲେ । ଅନୁଭବୀ ପେସର ଜେମ୍ସ ଆଣ୍ଡରସନ୍‌ଙ୍କ ସମେତ ଟମ ହାର୍ଟଲେ ଓ ଜୋ ରୁଟଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାଜକୋଟ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ, ପ୍ରଥମ ଇନିଂସରେ 445 ରନ୍

ଇଂଲଣ୍ଡ ପ୍ରଥମ ପାଳି: ଦ୍ବିତୀୟ ଦିନରେ ହିଁ ଇଂଲଣ୍ଡ ପାଇଁ ଦୁଇ ଓପନର ବେନ୍‌ ଡକେଟ୍‌ ଓ ଜ୍ୟାକ୍ କ୍ରାଓଲି ନିଜ ଦଳକୁ ବେଶ ଭଲ ଆରମ୍ଭ ଦେଇଥିଲେ । ହେଲେ ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୋ ଦୋଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ସେ କ୍ରାଓଲିଙ୍କୁ ପ୍ରଥମ ଶିକାର ଭାବେ ପାଭିଲିୟନ ଫେରାଇଥିଲେ । ଏହା ସହ ଟେଷ୍ଟ କ୍ରିକେଟ୍‌ରେ 500 ୱିକେଟ୍‌ ମଧ୍ୟ ପୂରଣ କରିଥିଲେ ଅଶ୍ବିନ । କେବଳ 15 ରନ କରି ଆଉଟ୍‌ ହୋଇଥିଲେ କ୍ରାଓଲି । ଅନ୍ୟତମ ଓପନର ବେନ୍‌ ଡକେଟ୍‌ ଶତକ ପୂରଣ କରିଥିଲେ । ସେ ଆକ୍ରାମକ ବ୍ୟାଟିଂ କରି 151 ବଲରୁ 153 ରନର ପାଳି ଖେଳିଥିଲେ । ହେଲେ ଦଳର ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ଓଲି ପୋପ୍‌ (39) ଓ ଅଧିନାୟକ ବେନ୍‌ ଷ୍ଟୋକ୍ସ (41)ଙ୍କ ବ୍ୟତୀତ ଆଉ କେହି 20 ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ 3ୟ ଦିନରେ 319 ରନରେ ପ୍ରଥମ ପାଳି ଶେଷ କରିଥିଲା ଇଂଲଣ୍ଡ ।

ଏହି ପାଳିରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ଆକ୍ରାମକ ବୋଲିଂ କରି ଇଂଲଣ୍ଡର ଅଣ୍ଟା ଭାଙ୍ଗି ଦେଇଥିଲେ । ସେ ଏକାକୀ 4 ୱିକେଟ୍ ଅକ୍ତିଆର କରିଥିଲେ । କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା 2ଟି ଲେଖାଏଁ ୱିକେଟ ହାସଲ କରିଥିବାବେଳେ ଦୁଇ ଅଭିଜ୍ଞ ବୋଲର ଯଶପ୍ରୀତ ବୁମ୍‌ରା ଓ ରବି ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

ଭାରତ ଦ୍ବିତୀୟ ପାଳି: ପ୍ରଥମ ଇନିଂସ୍‌ରୁ 126 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ଆରମ୍ଭ କରିଥିଲା ଭାରତ । ଏଥର ରୋହିତ ଶର୍ମା କେବଳ 19 ରନ କରି ଆଉଟ୍‌ ହୋଇଯାଇଥିବାବେଳେ ମୋର୍ଚ୍ଚା ସମ୍ଭାଳିଥିଲେ ଦୁଇ ୟଙ୍ଗଷ୍ଟାର ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ୍‌ । ଶୁଭମନ ଗିଲ୍‌ 91 ରନ କରି ରନ୍‌ ଆଉଟ୍‌ ହୋଇଯାଇଥିଲେ । ଏକ ଦମଦାର ଶତକରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ବଡ଼ ପାଳି ଦଳକୁ ବେଶ ଫାଇଦା ଦେଇଥିଲା । ରଜତ ପଟିଦାର ଖାତା ମଧ୍ୟ ଖୋଲି ପାରିନଥିବାବେଳେ କୁଲଦୀପ ଯାଦବ 27 ରନ କରି ଆଉଟ୍‌ ହୋଇଥିଲେ । ହେଲେ ଅନ୍ୟପଟେ ଦମଦାର ବ୍ୟାଟିଂ କରି ଇଂଲଣ୍ଡର ଅନୁଭବୀ ବୋଲରଙ୍କ ଲାଇନ ଲେନ୍‌ଥ୍‌ ବିଗାଡ଼ିଥିଲେ ଜୟସ୍ବାଲ । ସେ 236 ବଲରୁ 14 ଚୌକା ଓ 12 ଛକା ସହ 214 ରନର ଦ୍ବିଶତକୀୟ ପାଳି ଖେଳି ଭାରତକୁ ଦୃଢ଼ ସ୍ଥିତିକୁ ନେଇଥିଲେ । ଅନ୍ୟପଟେ ସର୍ଫରାଜ ଖାନ ମଧ୍ୟ 68 ରନର ଉପଯୋଗୀ ଇନିଂସ୍‌ ଖେଳି ଅପରାଜିତ ଥିଲେ । ଏହି ସମୟରେ ଭାରତ 556 ରନ ଲିଡ୍‌ କରିସାରିଥିବାରୁ 4ର୍ଥ ଦିନରେ ଇନିଂସ୍‌ ଘୋଷଣା କରିଦେଇଥିଲେ ଅଧିନାୟକ ରୋହିତ ଶର୍ମା ।

ଏହି ପାଳିରେ ଇଂଲଣ୍ଡ ପକ୍ଷରୁ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିବାରେ ସକ୍ଷମ ହୋଇନଥିଲେ । ତେବେ କେବଳ ଜୋ ରୁଟ୍‌, ଟମ୍‌ ହାର୍ଟଲେ ଓ ରେହାନ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ନେବାରେ ସକ୍ଷମ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ତୃତୀୟ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 207/2, ଭାରତ 238 ରନରେ ଆଗୁଆ

ଇଂଲଣ୍ଡ ଦ୍ବିତୀୟ ପାଳି: 557 ଟାର୍ଗେଟ୍‌ ନେଇ ଦ୍ବିତୀୟ ପାଳି ଖେଳିବାକୁ ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଂଲଣ୍ଡ । ହେଲେ ଆରମ୍ଭରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର 15 ରନ ହୋଇଥିବାବେଳେ ପୂର୍ବ ଇନିଂସ୍‌ର ହିରୋ ବେନ୍‌ ଡକେଟ୍‌ (4)ଙ୍କୁ ରନ ଆଉଟ୍‌ କରି ପାଭିଲିୟନ ଫେରାଇଥିଲେ ମହମ୍ମଦ ସିରାଜ ଓ ୱିକେଟ କିପର ଧ୍ରୁବ ଜୁରେଲ । ଏହାପରେ ତୁରନ୍ତ ଅନ୍ୟତମ ଓପନର ଜ୍ୟାକ୍‌ କ୍ରାଓଲିଙ୍କୁ ମଧ୍ୟ ପାଭିଲିୟନ ଫେରାଇଥିଲେ ବୁମ୍‌ରା । ଦଳର 6 ଜଣ ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ମଧ୍ୟ ସକ୍ଷମ ହୋଇନଥିଲେ । ତେବେ ମାର୍କ ଉଡ୍‌ (33)ଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର 20 ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ 122 ରନରେ ସମସ୍ତ ୱିକେଟ୍‌ ହରାଇଥିଲା ଇଂଲଣ୍ଡ । ଫଳରେ ଏହି ମ୍ୟାଚ୍‌କୁ 434 ରନ୍‌ର ବଡ଼ ବ୍ୟବଧାନରେ ଜିତି ନେଇଛି ଟିମ୍‌ ଇଣ୍ଡିଆ ।

ଏହି ପାଳିରେ ଭାରତୀୟ ବୋଲିଂ ବିଭାଗ ବେଶ ଘାତକ ବୋଲିଂ କରିଥିଲା । ବିଶେଷ କରି ଭାରତୀୟ ସ୍ପିନ ବିଭାଗ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର କାରଣ ପାଲଟିଥିଲେ । ରବୀନ୍ଦ୍ର ଜାଡେଜା ଏକାକୀ 5 ୱିକେଟ୍‌ ସଫଳତା ହାସଲ କରିଥିବାବେଳେ କୁଲଦୀପ ଯାଦବ 2ଟି ୱିକେଟ୍‌ ହାସଲ କରିଥିଲେ । ଯଶପ୍ରୀତ ବୁମ୍‌ରା ଓ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 18, 2024, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.