ETV Bharat / sports

ରାଜକୋଟ ଟେଷ୍ଟରେ ଦୃଢ଼ ସ୍ଥିତିରେ ଭାରତ, ପ୍ରଥମ ଇନିଂସରେ 445 ରନ୍

author img

By ETV Bharat Odisha Team

Published : Feb 16, 2024, 2:10 PM IST

Updated : Feb 16, 2024, 2:39 PM IST

IND vs ENG 3rd Test: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ପ୍ରଥମ ଇନିଂସ ଶେଷ କଲା ଭାରତ । 445 ରନରେ ଅଲଆଉଟ ହେଲା ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

Etv Bharat
Etv Bharat

ରାଜକୋଟ: ରାଜକୋଟରେ ଜାରି ରହିଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ମ୍ୟାଚ୍ । ପ୍ରଥମ ଇଂନିସରେ ଦୃଢ ସ୍ଥିତିରେ ରହିଛି ଭାରତ । 445 ରନରେ ଅଲଆଉଟ ହୋଇ ପ୍ରଥମ ଇଂନିସ ଶେଷ କରିଛି ଘରୋଇ ଦଳ । ଇଂଲଣ୍ଡ ଆଗରେ ବିଶାଳ ରନ ଛିଡା କରିଛି ମେନ ଇନ ବ୍ଲୁ । ପ୍ରଥମ ଇନିଂସରେ ଶତକ କରିଛନ୍ତି ଅଧିନାୟକ ରୋହିତ ଶର୍ମା ଏବଂ ରବୀନ୍ଦ୍ର ଜାଡେଜା । ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଶର୍ଫରାଜ ଖାନ । ଭାରତର ପ୍ରଥମ ଇନିଂସ ଶେଷ ପରେ, ପ୍ରଥମ ପାଳି ଆରମ୍ଭ କରିଛି ଭ୍ରମଣକାରୀ ଇଂଲଣ୍ଡ ।

ଗୁରୁବାରଠାରୁ ରାଜକୋଟ ସ୍ଥିତ ନିରଞ୍ଜନ ଶାହ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଥିଲା । ଟସ ଜିତି ଭାରତୀୟ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆର ଯୁବ ତାରକା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ପାଳି ସମ୍ଭାଳିଥିଲେ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ପ୍ରଥମ ଦିନରେ ଟିମ ଇଣ୍ଡିଆ ଷ୍ଟମ୍ପ ଅପସାରଣ ସୁଦ୍ଧା 5 ଓ୍ବିକେଟ ହରାଇ 326 କରିଥିଲା । ଆଜି ସକାଳେ ଦ୍ବିତୀୟ ଦିନ ମ୍ୟାଚ ଆରମ୍ଭ ହୋଇଥିଲା । କୁଳଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ ଆରମ୍ଭ କରିଥିଲେ । ଦଳୀୟ ସ୍କୋର 331 ହୋଇଥିବା ବେଳେ କୁଳଦୀପ ଯାଦବ ଆଉଟ ହୋଇଥିଲେ । ଏହାପରେ ରବୀନ୍ଦ୍ର ଜାଡେଜା 112 ରନ କରି ପାଭିଲିୟନକୁ ଫେରିଥିଲେ । ପରେ ଅଶ୍ବିନୀ ଓ ଧ୍ରୁବ ଜୁରେଲ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 408 ହୋଇଥିବା ବେଳେ ଅଶ୍ବିନୀ 37 ରନରେ ଆଉଟ ହୋଇଥିଲେ । ଧ୍ରୁବ 46 ଓ ବୁମରା 26 ରନ କରି ଆଉଟ ହୋଇଥିଲେ । 445 ରନରେ ସମସ୍ତ ଓ୍ବିକେଟ ହରାଇ ଭାରତୀୟ ଦଳ ପ୍ରଥମ ଇଂନିସ ଶେଷ କରିଛି ।

ଏହା ମଧ୍ୟ ପଢନ୍ତୁ-ଭାରତ ବନାମ ଇଂଲଣ୍ଡ ୩ୟ ଟେଷ୍ଟ; ରୋହିତ-ଜାଡେଜାଙ୍କ ଦମଦାର ଶତକ, ପ୍ରଥମ ଦିନରେ ଭାରତ ସ୍କୋର 326/5

ମ୍ୟାଚର ପ୍ରଥମ ଦିନରେ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଳାଇଥିଲେ ରୋହିତ ଶର୍ମା ଓ ଯଶସ୍ବୀ ଜୈଶୱାଲ । ମାତ୍ର ୧୦ ରନ୍‌ ରେ ଯଶସ୍ବୀ ଆଫଟ ହୋଇଥିଲେ । ଏହାପରେ ଷ୍ଟାର ପ୍ଲେୟାର ଶୁବମନ ଗିଲ ବ୍ୟାଟିଂ କରିବାକୁ ଆସି ୦ ରନରେ ଆଉଟ୍‌ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ରୋହିତ । ଗୋଟିଏ ପରେ ଗୋଟିଏ ଛକା ଚଉକା ମାରି ଶତକ ହାସଲ କରିଥିଲେ । ହିଟ୍ ମ୍ୟାନ ରୋହିତ ୧୯୬ ବଲ୍‌ ଖେଳି ୧୪ଟି ଚୌକା ଓ ୩ଟି ଛକା ସହ ୧୩୧ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ବିସ୍ଫୋରକ ବ୍ୟାଟିଂ ଶତକ ହାସଲ କରିଥିଲେ ।

Last Updated : Feb 16, 2024, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.