ETV Bharat / sports

ହକି ପ୍ରୋ ଲିଗରେ ଦମଦାର ମ୍ୟାଚ୍, ଭାରତକୁ ଜୋସ୍ ଦେବା ପାଇଁ ଦର୍ଶକଙ୍କ ଭିଡ଼

author img

By ETV Bharat Odisha Team

Published : Feb 21, 2024, 9:46 PM IST

Viewers To Support India In Hockey Pro Leauge : ଆଜି ରାଉରକେଲାରେ ଖେଳାଯାଉଛି ୨ଟି ହାଇ ପ୍ରୋଫାଇଲ ହକି ମ୍ୟାଚ୍ । ଯେଉଁଥି ପାଇଁ ଦର୍ଶକଙ୍କ ଭିଡରେ ଷ୍ଟାଡିୟମ ହୋଇଛି ଖଚାଖଚ୍ । ଅଧିକ ପଢନ୍ତୁ

ହକି ପ୍ରୋ ଲିଗରେ ଦମଦାର ମ୍ୟାଚ୍, ଭାରତକୁ ଜୋସ୍ ଦେବା ପାଇଁ ଦର୍ଶକଙ୍କ ଭିଡ଼
ହକି ପ୍ରୋ ଲିଗରେ ଦମଦାର ମ୍ୟାଚ୍, ଭାରତକୁ ଜୋସ୍ ଦେବା ପାଇଁ ଦର୍ଶକଙ୍କ ଭିଡ଼
ହକି ପ୍ରୋ ଲିଗରେ ଦମଦାର ମ୍ୟାଚ୍, ଭାରତକୁ ଜୋସ୍ ଦେବା ପାଇଁ ଦର୍ଶକଙ୍କ ଭିଡ଼

ରାଉରକେଲା: ଆଜି ରାଉରକେଲାରେ ଖେଳାଯାଉଛି ୨ଟି ହାଇ ପ୍ରୋଫାଇଲ ହକି ମ୍ୟାଚ୍ । ହକି ପ୍ରୋ ଲିଗରେ ଚାଲିଛି ଅଷ୍ଟ୍ରେଲିଆ ବନାମ ସ୍ପେନ ଏବଂ ଭାରତ ବନାମ ନେଦରଲ୍ୟାଣ୍ଡ ମହା ଲଢେଇ । ତେବେ ଏହାକୁ ନେଇ ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଗୋଟିଏ ପକ୍ଷରେ ପ୍ରଥମ ମ୍ୟାଚ ରାଉରକେଲାରେ ଅଷ୍ଟ୍ରେଲିଆ ଏବଂ ସ୍ପେନ ମଧ୍ୟରେ ଏବଂ ଦ୍ବିତୀୟଟି ହୋମ ଟିମ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହେବ । ଏହାକୁ ନେଇ ବର୍ତ୍ତମାନ ସମସ୍ତ ହକି ପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି ।

ହକି ମ୍ୟାଚ ଉପଭୋଗ କରିବା ପାଇଁ ଲୋକଙ୍କ ଭିଡ଼ ପ୍ରବଳ ପରିଲକ୍ଷିତ ହୋଇଛି । ଆଜିର ଏହି ହାଇ ଭୋଲ୍ଟେଜ ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବା ବେଳେ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି । ତେବେ ଗତ ମ୍ୟାଚରେ ସ୍ପେନ ସହ ସମ୍ପୂର୍ଣ୍ଣ ହାର୍ଟ ବିଟ ବନ୍ଦ କରିଦେଲା ଭଳି ଖେଳ ହେବା ପରେ ଆଜି ଦର୍ଶକଙ୍କ ମଧ୍ୟରେ ଆହୁରି ଉତ୍ସାହ ଦେଖିବାକୁ ମିଳୁଛି । ସେଥିପାଇଁ ଲମ୍ବା ଲାଇନ ରେ ଛିଡା ହୋଇଛନ୍ତି ଦର୍ଶକ ।

ଏହା ମଧ୍ୟ ପଢନ୍ତୁ...ହକି ମହାକୁମ୍ଭ: ଆଜି ଭାରତ-ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ

ଲମ୍ବା ଧାଡ଼ିରେ ଛିଡା ହୋଇ ରାଉରକେଲା ସହର ସମେତ ଜିଲ୍ଲା ସାରା ରୁ ଏବଂ ଜିଲ୍ଲା ବାହାରୁ ସମର୍ଥକ ଆସି ଭାରତୀୟ ଦଳକୁ ସମର୍ଥନ ପାଇଁ ସୁଅ ଛୁଟୁଛି । ମାତ୍ର ଆଉ କେଇ ଘଣ୍ଟାର ଅପେକ୍ଷା ଚାହିଁ ବସିଛନ୍ତି ହକି ପ୍ରେମୀ ନିଜ ଦଳ ଭାରତ ଦଳକୁ ପଡ଼ିଆରେ ଲଢ଼ୁଥିବାର ଦେଖିବା ପାଇଁ । କଥାରେ ଅଛି ସମର୍ଥକ ବା କ୍ରାଉଡ଼ ଟ୍ବେଏଲଥ ମ୍ୟାନ ଭାବରେ କାମ କରିଥାନ୍ତି । ଏହା କେବଳ କଥାରେ ନୁହେଁ ସତରେ ଯେଉଁ ସମର୍ଥକ ରହିଥାନ୍ତି ସେମାନେ ନିଜ ଦଳକୁ ପଡିଆ ବାହାରୁ ରହି ସାହସ ସହ ଖେଳିବାର ଦୃଢ଼ ମନୋବଳ ଯୋଗାଇ ଥାଏ । ତେଣୁ ବିଭିନ୍ନ ଦଳକୁ ସମର୍ଥନ ଲାଗି ଆଗେଇ ଆସିଛନ୍ତି ହକି ପ୍ରେମୀ ।

ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚକୁ ଦେଖିବା ପାଇଁ ପ୍ରବଳ ଭିଡ । ତେବେ ଭାରତ ପ୍ରଥମ ମ୍ୟାଚ ଧୂଆଁଧାର ଭାବରେ ବିଜୟ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛନ୍ତି ହକି ପ୍ରେମୀ । ତେବେ କିଏ ଭାରତ ର ଷ୍ଟିକର ତ କିଏ ପତାକା ଏବଂ କିଏ ଜର୍ସି ପିନ୍ଧି ଭାରତ ଦଳକୁ ସମର୍ଥନ କରିବା ପାଇଁ ଆଗେଇ ଆସିଛନ୍ତି ଦର୍ଶକ ।

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.