ETV Bharat / sports

ହକି ମହାକୁମ୍ଭ: ଆଜି ଭାରତ-ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ

author img

By ETV Bharat Odisha Team

Published : Feb 21, 2024, 12:38 PM IST

Updated : Feb 21, 2024, 2:45 PM IST

ଭାରତ ବନାମ ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ
ଭାରତ ବନାମ ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ

FIH Hockey Pro League Match: ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ନେଦରଲ୍ୟାଣ୍ଡ୍ସକୁ ଭେଟିବ ଭାରତ । କେଉଁ ଟିମ୍ ବାଜି ମାରିବ ? ଅଧିକ ପଢ଼ନ୍ତୁ,

ଭାରତ ବନାମ ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ

ରାଉରକେଲା: ଚାଲିଛି ହକି ମହାକୁମ୍ଭ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ । ସନ୍ଧ୍ୟା ସାଢ଼େ ସାତଟା ବେଳେ ମୁହାଁମୁହିଁ ହେବେ ଭାରତ ବନାମ ନେଦରଲ୍ୟାଣ୍ଡ । ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ହେବ ସଂଘର୍ଷ ପୂର୍ଣ୍ଣ ମ୍ୟାଚ । ଗତ ମ୍ୟାଚରେ ଭାରତୀୟ ହକି ଦଳ ସ୍ପେନ ବିପକ୍ଷରେ ଦମଦାର ବିଜୟ ପରେ ଆଜି ପୁଣି ଭାରତ ବନାମ ନେଦରଲ୍ୟାଣ୍ଡ ମଧ୍ୟରେ ହେବ କଡା ଟକ୍କର । ତେବେ ଭାରତ ବନାମ ନେଦରଲ୍ୟାଣ୍ଡ ମ୍ୟାଚରେ କେଉଁ ଟିମ ବାଜି ମାରିବ ତାହା ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।

ଏଫଆଇଏଚ ପୁରୁଷ ହକି ପ୍ରୋ ଲିଗରେ ଆଜି(ବୁଧବାର) ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଏବଂ ସ୍ପେନ ମଧ୍ୟରେ ଖେଳାଯିବ । ପରେ ଦ୍ୱିତୀୟ ମ୍ୟାଚ ହୋମ ଟିମ ଭାରତ ବନାମ ଶକ୍ତିଶାଳୀ ନେଦରଲ୍ୟାଣ୍ଡ ମଧ୍ୟରେ ହେବ । ତେବେ ଏହା ପୂର୍ବରୁ ଭୁବନେଶ୍ୱରରେ ନେଦରଲ୍ୟାଣ୍ଡ ସହ ମ୍ୟାଚ ୨-୨ ଗୋଲରେ ଡ୍ର ହୋଇଥିଲା ଏବଂ ପେନାଲ୍‌ଟି ସୁଟ ଆଉଟରେ ଭାରତ ୪-୨ ଗୋଲରେ ବିଜୟୀ ହୋଇଥିଲା । ଆଜି ଏହାର ରିଭେଞ୍ଜ ନେବା ଲକ୍ଷ୍ୟରେ ପଡିଆକୁ ଓଲ୍ହାଇବ ଡଚ ଦଳ ନେଦରଲ୍ୟାଣ୍ଡ । ସେପଟେ ଏହାକୁ କାଉଣ୍ଟର କରିବାକୁ ଭାରତୀୟ ଟିମ ତୟାର । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ଟିମର ପ୍ରଦର୍ଶନ ଭଲ ରହିଛି ।

ଆଜି ଏକ ଆକ୍ରମକ ମ୍ୟାଚ ଖେଳିବା ପ୍ଲାନିଂରେ ଅଛି ଭାରତୀୟ ଦଳ । ସମ୍ପୂର୍ଣ୍ଣ ଟିମ ବର୍ତ୍ତମାନ ପୂରା ଫର୍ମରେ ରହିଛି । ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି । ହକି ପ୍ରୋ ଲିଗରେ ନେଦରଲ୍ୟାଣ୍ଡକୁ ମାତ ଦେଇ ନିଜର ମୁମେଣ୍ଟମ ଜାରି ରଖିବାକୁ ଚେଷ୍ଟା କରିବ ଭାରତ ଦଳର । ଦଳରେ ଏଥର ସମସ୍ତ ଖେଳାଳି ଦମଦାର ପ୍ରଦର୍ଶନ କରୁଥିବା ବେଳେ ଆଜିର ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ହକି ଦଳର ସଦସ୍ୟ । ଏଥର ପ୍ରୋ ଲିଗ ମ୍ୟାଚରେ ଭାରତର ଭଲ ପ୍ରଦର୍ଶନ କରିଛି, ଯାହା ଆଗକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବ ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...ପୁରୁଷ ହକି ପ୍ରୋ ଲିଗ୍: ଆଜି ଭାରତ-ସ୍ପେନ ମୁହାଁମୁହିଁ

ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ ମଧ୍ୟ ଗତ ମ୍ୟାଚରେ ଆୟରଲ୍ୟାଣ୍ଡକୁ ୨-୧ ଗୋଲରେ ପରାସ୍ତ କରିଛି । ଆଜିର ମ୍ୟାଚରେ ନେଦରଲ୍ୟାଣ୍ଡ ମଧ୍ୟ ନିଜର ଉଚ୍ଚ କୋଟିର ଖେଳ ଜାରି ରଖିବା ପାଇଁ ଚେଷ୍ଟା କରିବ । ପୂର୍ବରୁ ନେଦରଲ୍ୟାଣ୍ଡ ଦଳ ଆକ୍ରମକ ଭାବରେ ଖେଳି ଆସୁଛି ଏବଂ ନେଦରଲ୍ୟାଣ୍ଡର ଆଟାକ କରିବାର ଫର୍ମୁଲା ସବୁବେଳେ ନେଦରଲ୍ୟାଣ୍ଡକୁ ଫାଇଦା ଦେଇଥାଏ । ତେବେ ଆଜି ଭାରତ କିଭଳି ଏବଂ କଣ ପ୍ଲାନିଂ କରି ନେଦରଲ୍ୟାଣ୍ଡକୁ କାଉଣ୍ଟର କରୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ସୁନ୍ଦରଗଡ଼

Last Updated :Feb 21, 2024, 2:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.