ETV Bharat / sports

FIH ପ୍ରୋ ଲିଗ୍‌: ୟୁଏସ୍‌ଏକୁ ହରାଇଲା ଚାଇନା, ଅଷ୍ଟ୍ରେଲିଆକୁ ୧-୦ରେ ପରାସ୍ତ କଲା ଭାରତ

author img

By ETV Bharat Odisha Team

Published : Feb 17, 2024, 11:08 PM IST

FIH ପ୍ରୋ ଲିଗ୍‌
FIH ପ୍ରୋ ଲିଗ୍‌

India beat Australia by 1-0: ଭାଙ୍ଗିଲା ଭାରତୀୟ ମହିଳା ହକି ଦଳର ପରାଜୟ ଧାରା । ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇଲା ଭାରତ । ଚାଇନା ଏବଂ ୟୁଏସ୍‌ଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୟୁଏସ୍ଏକୁ 2-0 ଗୋଲରେ ପରାସ୍ତ କରିଥିଲା ଚାଇନା । ଅଧିକ ପଢ଼ନ୍ତୁ

FIH ପ୍ରୋ ଲିଗ୍‌

ରାଉରକେଲା: ଭାଙ୍ଗିଲା ଭାରତୀୟ ମହିଳା ହକି ଦଳର ପରାଜୟ ଧାରା । ରାଉରକେଲାରେ ଧୂଆଁଧାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ 1-0ରେ ହରାଇଛି ଟିମ୍‌ ଇଣ୍ଡିଆ । ଏହା ପୂର୍ବରୁ ଚାଇନା ଏବଂ ୟୁଏସ୍‌ଏ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ୟୁଏସ୍ଏକୁ 2-0 ଗୋଲରେ ପରାସ୍ତ କରିଥିଲା ଚାଇନା ।

ପ୍ରଥମ ମ୍ୟାଚ୍‌ (ଚାଇନା ବନାମ ୟୁଏସ୍‌ଏ): ମହିଳା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଆଜି ପ୍ରଥମ ମ୍ୟାଚ୍‌ ଚାଇନା ଏବଂ ୟୁଏସ୍‌ଏ ମଧ୍ୟରେ ଖେଳାଯାଇଥିଲା । ଏଥିରେ ୟୁଏସ୍ଏକୁ ୨-୦ ଗୋଲରେ ପରାସ୍ତ କରିଥିଲା ଚାଇନା । ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ସାଢେ ୫ଟାରେ ୟୁଏସ୍ଏ ଓ ଚାଇନା ମଧ୍ୟରେ ଖେଳାଯାଇଥିଲା । ଚାଇନା ଦଳ ଖେଳ ଆରମ୍ଭରେ ୟୁଏସ୍ଏ ବିପକ୍ଷରେ ଆକ୍ରାମକ ଖେଳି ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥିଲା । ଦଳର ଅଧିନାୟକ ୟୁଏସ୍ଏ ବିପକ୍ଷରେ ପ୍ରଥମ ଗୋଲ କରି ଦଳକୁ ୧–୦ରେ ଆଗୁଆ କରିଥିଲେ । ପରେ ଚାଇନା ଦଳର ଫରୱାର୍ଡ ଖେଳାଳି ମ୍ୟାଚ୍‌ର ଦ୍ଵିତୀୟ କ୍ବାର୍ଟରର ଦ୍ବିତୀୟ ଗୋଲ ସ୍କୋର କରି ୟୁଏସ୍ଏ ଉପରେ ଚାପ ସୃଷ୍ଟି କରିଥିଲେ । ଉଭୟ ଦଳକୁ ପେନାଲ୍‌ଟି ମିଳିଥିବାବେଳେ ଏହାକୁ ଗୋଲ କରିବାରେ କୌଣସି ଦଳ ସମର୍ଥନ ହୋଇନଥିଲେ । ତେବେ ଦଳର ବିଜୟ ପରେ ଚାଇନା ଟିମ୍‌ର କୋଚ୍ କହିଛନ୍ତି, "ସମ୍ପୂର୍ଣ୍ଣ ଗସ୍ତ ବର୍ତ୍ତମାନ ଯାଏଁ ଭଲ ରହିଛି । ଟିମ ଚେଷ୍ଟା ଜାରି ରଖିଛି । ଆଗାମୀ ମ୍ୟାଚରେ ଆହୁରି ଭଲ କରିବାକୁ ଚେଷ୍ଟା ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...FIH ମହିଳା ହକି ପ୍ରୋ ଲିଗ୍: ଆଜି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ, ଷ୍ଟ୍ରାଟେଜି ବଦଳାଇ ପରାଜୟ ଧାରା ଅଟକାଇବ କି ଘରୋଇ ଦଳ?

ଦ୍ବିତୀୟ ମ୍ୟାଚ୍‌ (ଭାରତ ବନାମ ଅଷ୍ଟ୍ରେଲିଆ): ଆଜିର ଦ୍ବିତୀୟ ମ୍ୟାଚ୍‌ ଭାରତ ଏବଂ ଶକ୍ତିଶାଳୀ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ସହ ଆଜି ଭାରତୀୟ ଦଳ ଏହାର ପରାଜୟ ଧାରା ଭାଙ୍ଗିଛି । ପୂର୍ବ ମ୍ୟାଚ୍‌ ଭଳି ଆଜି ଆରମ୍ଭରୁ ଭୁଲ କରିନଥିଲା ଭାରତୀୟ ମହିଳା ଦଳ । ବିଗତ ମ୍ୟାଚ୍‌ର ଭୁଲକୁ ସୁଧାରି ପ୍ରଥମ କ୍ବାର୍ଟରରୁ ନିଜର ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲେ ଭାରତୀୟ ମହିଳା । ପ୍ରଥମ କ୍ବାର୍ଟରରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ଟିମ ଚିତାକର୍ଷକ ଖେଳ ପ୍ରଦର୍ଶନ ବଜାୟ ରଖିଥିଲା । ତେବେ ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବାରେ ସଫଳ ହୋଇଛି ଭାରତୀୟ ଦଳ । ଉଭୟ ଦଳକୁ ଗୋଲ କରିବାର ଚାନ୍ସ ମିଳିଥିଲେ ସୁଦ୍ଧା ଦୁହେଁ ଦ୍ବିତୀୟ କ୍ବାର୍ଟର ସୁଦ୍ଧା ଗୋଲ କରିପାରିନଥିଲେ । ତୃତୀୟ କ୍ବାର୍ଟରରେ ମଧ୍ୟ ଭାରତ ନିଜର ଆକ୍ରାମକ ଗେମ୍‌ ଜାରି ରଖିଥିଲା ଏବଂ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା । ଏହାର ସୁଯୋଗ ନେଇ ଭାରତ ନିଜର ପ୍ରଥମ ଗୋଲ ସ୍କୋର କରିଥିଲା ଏବଂ ୧-୦ ରେ ଆଗୁଆ ହୋଇଥିଲା । ଏହାପରେ ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ବରାବର ସ୍ଥିତିକୁ ଆସିବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ପାରିନଥିଲା । ଶେଷରେ କ୍ରମାଗତ ପରାଜୟ ଧାରାକୁ ଭାଙ୍ଗି ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟୀ ହୋଇଛି ଭାରତ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.