ETV Bharat / sports

FIH ମହିଳା ହକି ପ୍ରୋ ଲିଗ୍: ଆଜି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ, ଷ୍ଟ୍ରାଟେଜି ବଦଳାଇ ପରାଜୟ ଧାରା ଅଟକାଇବ କି ଘରୋଇ ଦଳ?

author img

By ETV Bharat Odisha Team

Published : Feb 17, 2024, 11:39 AM IST

India Vs Australia Match
ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ

FIH Hockey Pro League: ଏଫଆଇଏଚ ମହିଳା ହକି ପ୍ରୋ ଲିଗରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ମୁକାବିଲା । ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7.30ରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ,

ଆଜି ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚ

ରାଉରକେଲା : ଚାଲିଛି ହକି ମହାକୁମ୍ଭ । ଆଜି (ଶନିବାର) ଏଫଆଇଏଚ ମହିଳା ହକି ପ୍ରୋ ଲିଗରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ । ବିଜୟ ଲକ୍ଷ୍ୟରେ ଉଭୟ ଦଳ ପଡିଆକୁ ଓହ୍ଲାଇବେ । ଏହି ମ୍ୟାଚରେ ଧୂଆଁଧାର ଲଢେଇ ହେବା ନେଇ ଆଶା କରାଯାଉଛି । ସୁନ୍ଦରଗଡର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସନ୍ଧ୍ୟା 7.30ରେ ମୁହାଁମୁହିଁ ହେବେ 2 ଦେଶ । ଏବେସୁଦ୍ଧା ଭାରତର ପ୍ରଦର୍ଶନ ବେଶ ନୈରାଶ୍ୟଜନକ ଥିବା ବେଳେ ଆଜିର ମ୍ୟାଚ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ତେବେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ କିଏ କାହାକୁ ଦେବ ମାତ୍ ତାହା ଉପରେ ସମସ୍ତଙ୍କ ନଜର ।

ଆଜି ଶକ୍ତିଶାଳୀ କଙ୍ଗାରୁ ଟିମ୍ ସହ ମୈଦାନରେ ଲଢେଇ କରିବ ଓ୍ୱିମେନ ଇନ ବ୍ଲ୍ୟୁ । ମହିଳା ହକି ପ୍ରୋ ଲିଗରେ ଭାରତୀୟ ଦଳର ପରାଜୟର ଧାରା ଜାରି ରହିଛି । ଯାହାକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ନିରାଶ ଭରିଯାଇଛି । ତେବେ ଆଜି ରାଉରକେଲାରେ ଭାରତ ବନାମ ଅଷ୍ଟ୍ରେଲିଆ ମ୍ୟାଚରେ 2 ଦେଶ ମଧ୍ୟରେ କଡା ଲଢେଇ ହେବାର ଆଶା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. ହକି ପ୍ରୋ ଲିଗ୍: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମୁକାବିଲା

ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚରେ ଇଣ୍ଡିଆ ଟିମ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ମ୍ୟାଚ ଜିତିବାରେ ଅସଫଳ ହୋଇଥିଲା । ସମାନ ପ୍ଲାନିଂ କରି ଖେଳୁଥିବାରୁ ଭାରତ ବାରମ୍ୱାର ହାରୁଛି ବୋଲି କୁହାଯାଉଛି । ତେବେ ଭୁବନେଶ୍ୱର ଏବଂ ରାଉରକେଲାରେ ହୋଇଥିବା ଗତ 6ଟି ଯାକ ମ୍ୟାଚରୁ ଭାରତୀୟ ଦଳ କେବଳ ଗୋଟିଏ ମ୍ୟାଚ ଜିତିଥିବା ବେଳେ ବାକି ପାଞ୍ଚଟି ମ୍ୟାଚରେ ପରାସ୍ତ ହୋଇଛି ଏବଂ ଅଷ୍ଟ୍ରେଲିଆ ଟିମ୍ 6 ଟି ଯାକ ମ୍ୟାଚରୁ ଚାରିଟି ବିଜୟୀ ହୋଇଥିବା ବେଳେ କେବଳ ଦୁଇଟିରେ ପରାସ୍ତ ହୋଇଛି ।

ଭାରତୀୟ ଦଳ ଏଥର ଆଜିର ମ୍ୟାଚରେ କିଛି ନୂଆ ଷ୍ଟ୍ରାଟେଜିର ସହ ମୈଦାନକୁ ଓହ୍ଲାଇବାକୁ ଆଶା କରାଯାଉଛି । ତେବେ ଏନେଇ ଇଣ୍ଡିଆ କ୍ୟାପଟେନ ଏବଂ କୋଚ କହିଛନ୍ତି," ଆକ୍ରମକ ଢଙ୍ଗରେ ଆମର ସମ୍ପୂର୍ଣ୍ଣ ଟିମ ଖେଳୁଛି କିନ୍ତୁ ଆମେ ଏହାକୁ କାର୍ଯ୍ୟକାରୀ କରି ପାରୁନାହୁଁ । ଆମେ ଭଲ କରିବା ପାଇଁ ଚେଷ୍ଟା କରୁଛୁ ଏବଂ ଏହାର ରେଜଲ୍ଟ ଆମକୁ ଧିରେ ଧିରେ ମିଳୁଛି ।" ଅନ୍ୟପଟେ ଟିମରେ ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଏଭଳି ଖରାପ ପ୍ରଦର୍ଶନ ଥିବା ଦର୍ଶକମାନେ କହିଛନ୍ତି । ଗତ ମ୍ୟାଚରେ କ୍ୟାପଟେନ ଚାପରେ ଥିବା ଭଳି ମଧ୍ୟ ଅନୁଭବ ହେଉଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.