ETV Bharat / sports

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜିଠୁ ରାଉରକେଲାରେ ପୁରୁଷ ଲଢ଼େଇ, ଅଲିମ୍ପିକ୍ସ ପାଇଁ ଦଳ ସଜାଡ଼ିବେ କ୍ୟାପ୍ଟେନ - ଭାରତ ବନାମ ସ୍ପେନ ହକି ମ୍ୟାଚ

FIH Hockey Pro League: ଜାରି ରହିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ରାଉରକେଲାରେ ଆଜି ଠାରୁ ବିଭିନ୍ନ ଦେଶର ପୁରୁଷ ଟିମ୍‌ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲିଗ୍‌ ମ୍ୟାଚ୍‌ ଖେଳାଯିବ । ମୁହାଁମୁହିଁ ହେବେ ଇଣ୍ଡିଆ ଓ ସ୍ପେନ । ମ୍ୟାଚ୍‌ ପୂର୍ବରୁ ପ୍ରେସମିଟ୍‌ରେ ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଭାରତୀୟ କ୍ୟାପଟେନ ହରମନପ୍ରୀତ ସିଂହ । ଅଧିକ ପଢନ୍ତୁ

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌
author img

By ETV Bharat Odisha Team

Published : February 18, 2024 at 5:21 PM IST

Updated : February 19, 2024 at 7:43 AM IST

1 Min Read
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌

ରାଉରକେଲା: ଚାଲିଛି ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍ । ଆଜି (ସୋମବାର)ଠାରୁ ପୁରୁଷ ଭାରତୀୟ ହକି ଦଳର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଆଜି ଭାରତ ସ୍ପେନ ବିପକ୍ଷରେ ମ୍ୟାଚ୍‌ ଖେଳିବ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଅନ୍ୟପଟେ ମ୍ୟାଚ୍‌ ପୂର୍ବରୁ ଗତକାଲି ପୁରୁଷ ଭାରତୀୟ ହକି ଟିମର କ୍ୟାପଟେନ୍‌ ଓ କୋଚ୍‌ ପ୍ରେସ୍‌ମିଟ୍‌ କରିଥିଲେ । ଏଥିରେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ ଏବଂ କୋଚ୍ କ୍ରାଗ ଫୁଲଟନ୍‌ ।

ରାଉରକେଲାରେ ପୁରୁଷ ହକି ପ୍ରୋ ଲିଗ୍‌ ଦେଖିବାକୁ ଉତ୍ସାହିତ ଦର୍ଶକ । ତେବେ ମ୍ୟାଚ୍‌ ପୂର୍ବରୁ ଭାରତୀୟ ହକି ଦଳ ରବିବାର ପ୍ରେସ୍‌ କନଫରେନ୍ସ କରିଛି । ଏଥିରେ ଭାରତୀୟ ଦଳର କ୍ୟାପଟେନ ହରମନପ୍ରୀତ ସିଂହ କହିଛନ୍ତି, "ଆଗାମୀ ଦିନରେ ଅଲିମ୍ପିକ୍ସ ଗେମ୍ସ ଥିବାରୁ ଏହି ହକି ପ୍ରୋ ଲିଗରେ ଦଳକୁ ସଜାଡ଼ିବାକୁ ପଡିବ ଏବଂ ଖେଳରେ ଦେଖାଯାଉଥିବା ତ୍ରୁଟିକୁ ସଜାଡିବା ପାଇଁ ନୂଆ ଷ୍ଟ୍ରାଟେଜି ଆପଣାଇବାକୁ ହେବ । ବିପକ୍ଷରେ ଥିବା ଟିମକୁ କିଭଳି କାଉଣ୍ଟର କରିହେବ, ସେନେଇ ଏହି ପ୍ରୋ ଲିଗ୍‌ ମ୍ୟାଚ୍‌ ସାହାଯ୍ୟ କରିବ ।"

ଏହାମଧ୍ୟ ପଢନ୍ତୁ.. ରାଉରକେଲାରେ ବଢୁଛି ହକିର କ୍ରେଜ, ହକି ପ୍ରେମୀଙ୍କ ମଧ୍ୟ ପ୍ରବଳ ଉତ୍ସାହ

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ପ୍ରୋ ଲିଗ୍‌ ସିରିଜରେ ଭାରତର ପ୍ରଦର୍ଶନ ବେଶ ଭଲ ରହିଛି । ଭୁବନେଶ୍ୱରରେ 4ଟି ମ୍ୟାଚରୁ ଟିମ ଇଣ୍ଡିଆ ତିନୋଟିରେ ବିଜୟୀ ହୋଇଥିବା ବେଳେ କେବଳ ଗୋଟିଏ ମ୍ୟାଚ ହାରିଛି । ସମସ୍ତ ଟିମର ଗେମ୍‌ ପ୍ଲାନ୍‌କୁ ଟିମ୍‌ ବୁଝି ସାରିଛି ଓ ଏହାକୁ ନେଇ ପ୍ଲାନିଂ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ରାଉରକେଲାରେ ଆଜି (ସୋମବାର) ପ୍ରଥମ ମ୍ୟାଚ୍‌ ଖେଳିବୁ । ଯେଉଁଥିପାଇଁ ଖେଳାଳିଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ହକି ବିଶ୍ବକପ୍‌ରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍‌ ସ୍ପେନ ବିପକ୍ଷରେ ଖେଳିଥିଲା ଏବଂ ସୋମବାର ମଧ୍ୟ ସ୍ପେନ ବିପକ୍ଷରେ ଖେଳିବାକୁ ଯାଉଛି । ପୂର୍ବରୁ ଏହି ଟିମକୁ ଇଣ୍ଡିଆ ଭେଟି ସାରିଥିବା ବେଳେ ଆଗାମୀ ମ୍ୟାଚରେ ଗତଥରର ଭୁଲକୁ ସୁଧାରି ନୂଆ ଷ୍ଟ୍ରାଟେଜି ସହ ପଡିଆକୁ ଓହ୍ଲାଇବୁ ।"

ଅନ୍ୟପଟେ ଭାରତୀୟ ପୁରୁଷ ହକି ଟିମର କୋଚ କହିଛନ୍ତି, "ଘରୋଇ ପଡିଆ ମ୍ୟାଚ୍‌ ହେଉଥିବାରୁ ଖେଳିବା ପାଇଁ ସହଜ ହେବ । ଆଉ ମଧ୍ୟ ରାଉରକେଲାରେ ଆଜି ପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇନାହିଁ ଭାରତୀୟ ପୁରୁଷ ହକି ଦଳ । ତେଣୁ ଆଗାମୀ ମ୍ୟାଚରେ ସ୍ପେନକୁ ଭାରତ ଭଲ ଟକ୍କର ଦେବ ବୋଲି ଆଶା କରାଯାଉଛି ।"

ଇଟିଭି ଭାରତ, ରାଉରକେଲା

Last Updated : February 19, 2024 at 7:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.