ରାଉରକେଲାରେ ବଢୁଛି ହକିର କ୍ରେଜ, ହକି ପ୍ରେମୀଙ୍କ ମଧ୍ୟ ପ୍ରବଳ ଉତ୍ସାହ

By ETV Bharat Odisha Team

Published : Feb 12, 2024, 8:18 PM IST

thumbnail

Hockey Pro League 2024:ରାଉରକେଲା: ମହିଳା ହକି ପ୍ରୋ ଲିଗ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ହକିର ଏନ୍ତୁଡ଼ିଶାଳରେ ଆରମ୍ଭ ହେବ ହକିର ମହାକୁମ୍ଭ । ସେଥିପାଇଁ ଖେଳାଳି ପ୍ରସ୍ତୁତ, ଆୟୋଜକ ଓ ଦର୍ଶକ ବି ପ୍ରସ୍ତୁତ । ତେବେ ଆଜି ରାଉରକେଲା ବିର୍ଷା ମୁଣ୍ଡା ହକି ଷ୍ଟାଡିୟମରେ ମହିଳା ପ୍ରୋ ଲିଗ ମ୍ୟାଚ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । ଆଜି ମହିଳା ହକି ପ୍ରୋ ଲିଗରେ ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ୟୁଏସଏ ଏବଂ ନେଦରଲ୍ୟାଣ୍ଡ ଏବଂ ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ଚୀନ ମଧ୍ୟରେ ଖେଳାଯିବ । ଚଳିତ ବର୍ଷର ପ୍ରଥମ ଅନ୍ତର୍ଜାତୀୟ ହକି ମ୍ୟାଚ୍‌କୁ ଉପଭୋଗ କରିବାକୁ ହକିପ୍ରେମୀ ଚାହିଁ ବସିଥିବାବେଳେ ମ୍ୟାଚ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗି ରହିଛି ।ଏହି ମ୍ୟାଚ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହକି ପ୍ରେମୀଙ୍କ ଭିଡ଼ ଜମିଛି । ସେହିପରି ରାଉରକେଲାରେ ଭାରତୀୟ ମହିଳା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ପ୍ରତ୍ୟକ ବର୍ଷ ରାଉରକେଲାରେ ଅନ୍ତର୍ଜାତୀୟ ହକି ମ୍ୟାଚ ଆୟୋଜନ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଇଣ୍ଡିଆ ସଭାପତି ।ସେପଟେ ଆଜି ଭାରତର କିଭଳି ପ୍ରଦର୍ଶନ ରହିବ ସମସ୍ତଙ୍କ ତାହା ଉପରେ ନଜର । 
ଏହା ମଧ୍ୟ ପଢନ୍ତୁ ....ହକି ପ୍ରୋ ଲିଗ: ଆଜି ଭାରତ-ଚୀନ ମଧ୍ୟରେ ହେବ ଫାଇଟ

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.