ETV Bharat / sports

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଡବଲ୍‌ ହେଡର୍‌: ସ୍ପେନ୍‌ ବନାମ ଆୟାରଲ୍ୟାଣ୍ଡ, ଅଷ୍ଟ୍ରେଲିଆକୁ ଭେଟିବ ଭାରତ

author img

By ETV Bharat Odisha Team

Published : Feb 24, 2024, 4:58 PM IST

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଡବଲ୍‌ ହେଡର୍‌
ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ଡବଲ୍‌ ହେଡର୍‌

FIH Pro League 2024: ରାଉରକେଲାରେ ଜାରି ରହିଥିବା ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଆଜି ରହିଛି ଦୁଇଟି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ସ୍ପେନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ଅଧିକ ପଢ଼ନ୍ତୁ

ରାଉରକେଲା: ଆଜି ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ସୁପର ସଟର୍‌ ଡେ'ରେ ରହିଛି ଦୁଇଟି ହାଇଭୋଲ୍ଟେଜ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ସ୍ପେନ ଏବଂ ଆୟରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ସେହିଭଳି ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଭାରତକୁ ଭେଟିବ ଅଷ୍ଟ୍ରେଲିଆ । ଭାରତ ଏହାର ପୂର୍ବ ମ୍ୟାଚ୍‌ ନେଦରଲ୍ୟାଣ୍ଡ ବିପକ୍ଷରେ ହାରିଯାଇଥିବାରୁ ପୁଣିଥରେ ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଅଷ୍ଟ୍ରେଲିଆ ମଧ୍ୟ ଚଳିତ ପ୍ରୋ ଲିଗ୍‌ରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଭାରତକୁ ୬-୪ ଗୋଲରେ ପରାସ୍ତ କରିଥିଲା । ତେଣୁ ଆଜିର ମ୍ୟାଚ୍‌ ଭାରତୀୟ ଦଳ ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ଓ ଗୁରୁତ୍ବପୂର୍ଣ୍ଣ ରହିବ ।

ସ୍ପେନ ବନାମ ଆୟରଲ୍ୟାଣ୍ଡ: ରାଉରକେଲା ଏବଂ ଭୁବନେଶ୍ବରରେ ଖେଳିଥିବା ସମସ୍ତ ୬ଟି ମ୍ୟାଚ୍‌ ପରାସ୍ତ ହୋଇଛି ଅୟରଲ୍ୟାଣ୍ଡ । ସେହିଭଳି ସ୍ପେନ୍‌ ମଧ୍ୟ ୭ଟି ମ୍ୟାଚ୍‌ ଖେଳି ସେଥିରୁ ୬ଟିରେ ପରାସ୍ତ ହୋଇଛି । କେବଳ ଆୟରଲ୍ୟାଣ୍ଡ ବିପକ୍ଷରେ ହିଁ ବିଜୟୀ ହୋଇଥିଲା ସ୍ପେନ୍‌ । ତେଣୁ ଆଜି ଉଭୟ ଦଳ ପ୍ରାୟ ସମାନ ସ୍ଥିତିରେ ଅଛନ୍ତି । ତେବେ ସ୍ପେନ୍‌ ବିପକ୍ଷରେ ପ୍ରତିଶୋଦ ଲକ୍ଷ୍ୟରେ ରହିବ ଆଲରଲ୍ୟାଣ୍ଡ ।

ଭାରତ ବନାମ ଅଷ୍ଟ୍ରେଲିଆ: ଆଜିର ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଆଜିର ମ୍ୟାଚ୍‌ ଘରୋଇ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଗତ ମ୍ୟାଚ୍‌ରେ ଭାରତୀୟ ହକି ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ରାଉରକେଲାଠାରେ ପରାସ୍ତ ହୋଇଥିଲା । ତେଣୁ ପୁଣିଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ଭାରତୀୟ ଦଳ । ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ । ବିଗତ ମ୍ୟାଚରେ ଭୁବନେଶ୍ବରରେ ଭାରତକୁ ୬-୪ ଗୋଲରେ ପରାସ୍ତ କରିଥିଲା କଙ୍ଗାରୁ ଦଳ । ଗତବର୍ଷଠାରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ଏହା ୧-୧ ସ୍ଥିତିରେ ରହିଛି । ଗୋଟିଏ ମ୍ୟାଚ୍‌ ଡ୍ର ରହିଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟ ପ୍ରତିଶତ କେବଳ ୨୨ ପ୍ରତିଶତ ରହିଛି ଏବଂ ଅଷ୍ଟ୍ରେଲିଆର ୬୯ ପ୍ରତିଶତ ।

ଏହା ମଧ୍ୟ ପଢ଼ନ୍ତୁ...FIH ହକି: କାଲି ଭାରତ-ଅଷ୍ଟ୍ରେଲିଆ ଲଢ଼େଇ, ଭ୍ରମଣକାରୀ ଦଳର ବିଜୟ ଧାରାରେ ଲାଗିବ କି ବ୍ରେକ୍ ?

କଣ ରହିବ ଗେମ୍‌ପ୍ଲାନ ?: ବର୍ତ୍ତମାନ ଯାଏଁ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଦଳ ପାଇଁ ସର୍ବାଧିକ ଗୋଲ ସ୍କୋର କରିଛନ୍ତି । ୬ଟି ମ୍ୟାଚରେ ସେ ୫ଟି ଗୋଲ କରିଛନ୍ତି । ଏହାପରେ ହାର୍ଦ୍ଦିକ ସିଂହ ୬ଟି ମ୍ୟାଚ୍‌ରୁ ୨ଟି ଗୋଲ ସହ ଦ୍ବିତୀୟରେ ରହିଛନ୍ତି । ତେବେ ଅଭିଷେକ, ଜର୍ମନପ୍ରିତ, ମନ୍ଦିପ ୬ଟି ମ୍ୟାଚ୍‌ରେ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି । ଆଜିର ମ୍ୟାଚରେ ଏହି ସମସ୍ତ ଖେଳାଳିଙ୍କ ସହ ମନପ୍ରିତ ଏବଂ ଅମିତ ରୋହିଦାସଙ୍କୁ ପ୍ରଭାବୀ ଖେଳ ପ୍ରଦର୍ଶନ କରିବାକୁ ପଡିବ । ଅଷ୍ଟ୍ରେଲିଆର ଆକ୍ରମଣକୁ ରୋକିବା ପାଇଁ ଘରୋଇ ଦଳ ଏହାର ଦୁଇ ଗୋଲ କିପର ଶ୍ରୀଜେଶ ଏବଂ କୃଷ୍ଣା ପାଠକଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.