ETV Bharat / sports

FIH ପ୍ରୋ ଲିଗ: ସ୍ପେନକୁ ହରାଇଲା ଭାରତ, ବିର୍ସା ମୁଣ୍ଡାରେ ଅପରାଜେୟ ଧାରା ଅକ୍ଷୁର୍ଣ୍ଣ

author img

By ETV Bharat Odisha Team

Published : Feb 20, 2024, 8:44 AM IST

Updated : Feb 20, 2024, 1:41 PM IST

FIH hockey pro league: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ବନାମ ସ୍ପେନ ହକି ମ୍ୟାଚରେ ସଡନ ଡେଥରେ ସ୍ପେନକୁ ହରାଇଲା ଭାରତ । ଏଥିସହ ବିର୍ସା ମୁଣ୍ଡାରେ ଟିମ ଇଣ୍ଡିଆ ପୁରୁଷ ଟିମ ଅପାରଜେୟ ଧାରା ଅକ୍ଷୁର୍ଣ୍ଣ ରହିଛି । ଅଧିକ ପଢନ୍ତୁ

ଭାରତ ବନାମ ସ୍ପେନ ହକି ମ୍ୟାଚ
FIH hockey pro league
FIH ପ୍ରୋ ଲିଗ: ସ୍ପେନକୁ ହରାଇଲା ଭାରତ

ରାଉରକେଲା: ଏଫଆଇଏଚ ହକି ପ୍ରୋ ଲିଗ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇ ଭାରତର ବିଜୟ ଧାରା ଜାରି । ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଭାରତୀୟ ପୁରୁଷ ହକି ଟିମ ବିଜୟରୁ ଚଳିତ ପ୍ରୋ ଲିଗ ହକିର ରାଉରକେଲା ଲେଗ ଅଭିଯାନ ଆରମ୍ଭ କରିଛି । ଏଥିସହ ବିର୍ସା ମୁଣ୍ଡାରେ ଅପରାଜେୟ ରହିବାର ଧାରାକୁ ଅକ୍ଷୁର୍ଣ୍ଣ ରଖିଛି । ସୋମବାର ଦିନ ଖେଳାଯାଇଥିବା ଭାରତ ବନାମ ସ୍ପେନ ମ୍ୟାଚ ବେଶ ରୋମାଞ୍ଚକର ଥିଲା । ଉଭୟ ଟିମ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ଶେଷରେ ସଡ଼ନ ଡେଥ୍ ମ୍ୟାଚରେ ବିଜୟୀ ହୋଇଥିଲା ହରମନ ପ୍ରୀତଙ୍କ ଟିମ୍ । ସ୍ପେନ ବିପକ୍ଷରେ ମେନ ଇନ ବ୍ଲ୍ୟୁ ବେଶ୍ ଭଲ ପ୍ରଦର୍ଶନ କରିଥିଲା । ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରାମକ ଢଙ୍ଗରେ ଖେଳିବା ସହ ଏବଂ ଡିଫେନ୍ସ ମଧ୍ୟ ଭଲ କରିଥିଲା ।

ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ବଢୁଛି ହକିର କ୍ରେଜ, ହକି ପ୍ରେମୀଙ୍କ ମଧ୍ୟ ପ୍ରବଳ ଉତ୍ସାହ

ପ୍ରଥମ କ୍ୱାଟରର ଆରମ୍ଭ ସମୟରେ ଭାରତୀୟ ଦଳର ଷ୍ଟାର ଖେଳାଳି ଜର୍ମନପ୍ରୀତ ସିଂହ ଏକ ଫିଲ୍ଡ ଗୋଲ କରି 1-0ରେ ଭାରତକୁ ଆଗୁଆ ରଖିଥିଲେ । ଏହାପରେ ସ୍ପେନ ପ୍ରଥମ କ୍ୱାଟରରେ ପେନାଲ୍ଟି କର୍ଣ୍ଣର ପାଇଥିଲା ଏବଂ ଏଥିରେ ଜୋସ ବାଷ୍ଟେର ଗୋଲ କରିବାରେ ସଫଳ ହୋଇଥିଲେ ଏବଂ ମ୍ୟାଚ 1-1 ଗୋଲରେ ବରାବର ହୋଇଯାଇଥିଲା । ପ୍ରଥମ କ୍ୱାଟର ଶେଷ ବେଳକୁ ଭାରତ ବିପକ୍ଷରେ ଆଉ ଗୋଟିଏ ଫିଲ୍ଡ଼ ଗୋଲ କରିବାରେ ସଫଳ ହୋଇଥିଲା ସ୍ପେନ ଏବଂ ଦ୍ୱିତୀୟ ଗୋଲଟି ବୋର୍ଜା ଲାକଲେ ଚିତାକର୍ଷକ ଭାବରେ କରିଥିଲେ । ତେବେ ତୃତୀୟ କ୍ୱାଟରରେ ଭାରତ ଲଗାତାର ପେନାଲ୍‌ଟି କର୍ଣ୍ଣର କ୍ରିଏଟ କରି ଗୋଲ କରିବାରେ ସଫଳ ହୋଇଥିଲା ଏବଂ 2-2 ଗୋଲରେ ମ୍ୟାଚ ବରାବର ରହିଥିଲା । ଶେଷରେ ପେନାଲ୍ଟି ସୁଟଆଉଟରେ 5-5 ଗୋଲରେ ମ୍ୟାଚ ପୁଣି ବରାବର ହୋଇଥିଲା । ଏହାପରେ ସଡ଼ନ ଡେଥରେ 3-2 ଗୋଲରେ ବିଜୟୀ ହୋଇଥିଲା ଭାରତ ଦଳ ଏବଂ ମୋଟ ସୁଟ୍ ଆଉଟରେ 8-7 ଗୋଲରେ ବିଜୟୀ ହୋଇଛି ଭାରତ ।

ସେହିପରି ଗତକାଲି ବିର୍ସା ମୁଣ୍ଡା ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଆୟର୍ଲ୍ୟା‌ଣ୍ଡ ଓ ନେଦରଲ୍ୟାଣ୍ଡ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପୁରୁଷ ନେଦରଲ୍ୟାଣ୍ଡ୍ସ ଦଳ ଖେଳ ଆରମ୍ଭରୁ ଆୟର୍ଲ୍ୟା‌ଣ୍ଡ ଉପରେ ଆକ୍ରମକ ଖେଳ ପ୍ରଦର୍ଶନ କରିଥିଲା । କିନ୍ତୁ ପେନାଲ୍ଟି କର୍ଣ୍ଣରର ଫାଇଦା ନେଇ ଆୟର୍ଲ୍ୟା‌ଣ୍ଡ ପ୍ରଥମ ଗୋଲ ସ୍କୋର କରିଥିଲା । ଏହାପରେ ନେଦରଲ୍ୟାଣ୍ଡ୍ସ ୨-୧ ଗୋଲରେ ଆୟର୍ଲ୍ୟା‌ଣ୍ଡକୁ ହରାଇ ବିଜୟୀ ହୋଇଛି ।

ଇଟିଭି ଭାରତ, ରାଉରକେଲା

Last Updated : Feb 20, 2024, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.