ETV Bharat / sports

ରାଞ୍ଚି ଟେଷ୍ଟ: ଭାରତ ବିପକ୍ଷରେ ରୁଟଙ୍କ ରେକର୍ଡ, ଇଂଲଣ୍ଡ ବିପକ୍ଷରେ ଇତିହାସ ରଚିଲେ ଅଶ୍ବିନ

author img

By ETV Bharat Odisha Team

Published : Feb 23, 2024, 11:02 PM IST

Ashwin and Root record in Ranchi Test: ରାଞ୍ଚିରେ ଶୁକ୍ରବାର ଆରମ୍ଭ ହୋଇଥିବା ୪ର୍ଥ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଦୁଇ ଦଳର ଦୁଇ ଭେଟେରାନ ବଡ଼ କୀର୍ତ୍ତିମାନ ରଚିଛନ୍ତି । ଗୋଟିଏ ପଟେ ରବି ଅଶ୍ବିନ ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ ସହ ୧୦୦ ୱିକେଟ୍‌ ଅକ୍ତିଆର କରିଥିବାବେଳେ ଭାରତ ବିପକ୍ଷରେ ୧୦ମ ଶତକ ଯୋଡ଼ିଛନ୍ତି ଜୋ ରୁଟ୍‌ । ଅଧିକ ପଢ଼ନ୍ତୁ

Ashwin and Root record in Ranchi Test
Ashwin and Root record in Ranchi Test

ରାଞ୍ଚି (ଝାଡ଼ଖଣ୍ଡ): ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଝାଡ଼ଖଣ୍ଡର ରାଞ୍ଚିସ୍ଥିତ JSCA କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି ୪ର୍ଥ ଟେଷ୍ଟ ମ୍ୟାଚ୍‌ । ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ୍‌ ଖେଳ ସରିଥିବାବେଳେ ଭାରତ ୨ଟିରେ ଓ ଇଂଲଣ୍ଡ ଗୋଟିଏ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଏପର୍ଯ୍ୟନ୍ତ ଅନେକ ଆକାଶ ଛୁଆଁ ରେକର୍ଡ ମଧ୍ୟ ଦେଖିବାକୁ ମିଳିଛି । ତେବେ ୪ର୍ଥ ମ୍ୟାଚ୍‌ ଆରମ୍ଭରୁ ଦୁଇ ଦଳର ଦୁଇ ଭେଟେରାନ ବଡ଼ କୀର୍ତ୍ତିମାନ ରଚିଛନ୍ତି । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ ଇଂଲଣ୍ଡ ବିପକ୍ଷରେ୧୦୦ ୱିକେଟ୍‌ ଦଖଲ କରିଛନ୍ତି । ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ୧୦୦୦ ରନ ମଧ୍ୟ ପୂରଣ କରିଥିଲେ । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ୧୦୦ ୱିକେଟ୍‌ ଓ ୧୦୦୦ ରନ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ଓ ବିଶ୍ବରେ ୭ମ ହୋଇଛନ୍ତି । ସେପଟେ ପ୍ରଥମ ବ୍ୟାଟର ଭାବେ ଭାରତ ବିପକ୍ଷରେ ୧୦ ଶତକ ହାସଲ କରିବାର କୀର୍ତ୍ତିମାନ କରିଛନ୍ତି ଜୋ ରୁଟ୍‌ ।

ଅଶ୍ବିନଙ୍କ ବିରଳ କୀର୍ତ୍ତିମାନ: ଆଜି ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଜନି ବେୟାରଷ୍ଟୋଙ୍କୁ ଆଉଟ୍‌ କରି ଅଶ୍ବିନ ଏକ ଇତିହାସ ସୃଷ୍ଟି କରିଛନ୍ତି । କାରଣ ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ୧୦୦ତମ ଟେଷ୍ଟ ୱିକେଟ୍‌ ଥିଲା । ତେବେ ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ବ୍ୟାଟିଂ କରି ୧୦୦୦ ଟେଷ୍ଟ ରନ ମଧ୍ୟ ପୂରଣ କରିସାରିଛନ୍ତି । ଗୋଟିଏ ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ୧୦୦ ୱିକେଟ୍‌ ଓ ୧୦୦୦ ରନ ସଂଗ୍ରହ କରିବାରେ ଅଶ୍ବିନ ପ୍ରଥମ ଭାରତୀୟ ହୋଇଛନ୍ତି । ସେହିଭଳି ସାରା ବିଶ୍ବରେ ମଧ୍ୟ ଏଭଳି ରେକର୍ଡ ବିରଳ । ଅଶ୍ବିନଙ୍କ ପୂର୍ବରୁ କେବଳ ୪ କିମ୍ବଦନ୍ତୀ ଖେଳାଳି ଇଂଲଣ୍ଡ ବିପକ୍ଷରେ ଏଭଳି ରେକର୍ଡ କରିଥିଲେ । ପୂର୍ବରୁ ଗେରୀ ସୋବର୍ସ, ଜର୍ଜ ଗିଫେନ ଓ ମୋଣ୍ଟି ନୋବେଲ ଏହି କାରନାମା କରିବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରାଞ୍ଚି ଟେଷ୍ଟ: ରୁଟ୍‌ଙ୍କ ଶତକରେ ଶକ୍ତିଶାଳୀ ଇଂଲଣ୍ଡ, ପ୍ରଥମ ଦିନରେ ୭ ୱିକେଟ୍‌ରେ ଦଳୀୟ ସ୍କୋର ୩୦୨

ଭାରତ ବିପକ୍ଷରେ ଜୋ ରୁଟ୍‌ଙ୍କ ୧୦ମ ଶତକ: ଆଜି ମ୍ୟାଚ୍‌ରେ ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଭାରତୀ ବୋଲରଙ୍କ ଆକ୍ରମଣରେ ଗୋଟିଏ ପରେ ଗୋଟିଏ ବ୍ୟାଟର ନିଜ ନିଜର ୱିକେଟ୍‌ ଫିଙ୍ଗି ଚାଲିଥିଲେ । ହେଲେ ଗୋଟିଏ ପଟେ ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳି ସ୍ଥିତି ସମ୍ଭାଳିଥିଲେ ଜୋ ରୁଟ୍‌ । ଯେତେବେଳେ କୌଣସି ପ୍ଲେୟର ଅର୍ଦ୍ଧଶତକ ମଧ୍ୟ ହାସଲ କରିବାରେ ସଫଳ ହୋଇନାହାନ୍ତି, ସେତେବେଳେ ରୁଟ୍‌ ଦମଦାର ଶତକ ହାସଲ କରିବାରେ ସଫଳ ହୋଇଥିଲେ । ତେବେ ଭାରତ ବିପକ୍ଷରେ ଏହା ତାଙ୍କର ୧୦ମ ଶତକ ଥିଲା । ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟେଷ୍ଟ ଭଳି ଲମ୍ବା ଫର୍ମାଟ୍‌ରେ ଭାରତ ବିପକ୍ଷରେ ୧୦ଟି ଶତକ ହାସଲ କରିଛନ୍ତି ରୁଟ୍‌ । ଭାରତ ବିପକ୍ଷରେ ୫୨ ପାଳିରେ ସେ ନିଜର ୧୦ମ ଶତକ ହାସଲ କରିଛନ୍ତି । ଏହି ତାଲିକାରେ ତାଙ୍କ ତଳକୁ ରହିଛନ୍ତି ଷ୍ଟିଭ୍‌ ସ୍ମିଥ (୯ ଶତକ), ରିକି ପଣ୍ଟିଂ (୮ ଶତକ) ଓ ଭିଭ ରିଚାର୍ଡ୍ସ (୮ ଶତକ) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.