ETV Bharat / politics

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ - Damodar Rout Passes Away

Damodar Rout Passed Away: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ଗତକାଲି ବ୍ରେନ ଡେଡ୍ ନେଇ ସୂଚନା ଦେଇଥିଲେ ପୁଅ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 22, 2024, 7:18 AM IST

Updated : Mar 22, 2024, 12:19 PM IST

ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । ୮୩ ବର୍ଷ ବୟସରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତଥା ଭେଟେରାନ ରାଜନେତା ଦାମୋଦର ରାଉତଙ୍କ ପରଲୋକ ହୋଇଛି । ଆଜି (ଶୁକ୍ରବାର) ସକାଳ ୫ଟା ୨୩ ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ଦେହାନ୍ତ ନେଇ ପୁଅ ବିଧାୟକ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ଦାମଙ୍କ ବ୍ରେନଡେଡ ହୋଇଥିବା ନେଇ ଗତକାଲି ପୁଅ ସୂଚନା ଦେଇଥିଲେ । ତାଙ୍କୁ ହସ୍ପିଟାଲରେ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ହେଲେ ଆଜି ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଦାମଙ୍କ ପରଲୋକ ହୋଇଥିବା ଖବର ଆସିଛି ।

ବହୁଦିନ ଧରି ଦାମ ରାଉତ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଗତ ୧୮ ତାରିଖରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ତାଙ୍କର ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସୂଚନା ଦେଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲୁଥିଲା ।

ଏହା ମଧ୍ୟ ପଢନ୍ତୁ: ବରିଷ୍ଠ ନେତା ଦାମୋଦର ରାଉତ ଗୁରୁତର - Damodar Rout Critical

ଦାମଙ୍କ ରାଜନୈତିକ କ୍ୟାରିଅର: ଓଡ଼ିଶା ରାଜନୀତିର ଜଣେ ଟାଣୁଆ ନେତା ଭାବେ ଜଣାଶୁଣା ଦାମ ରାଉତ ୭ ଥରର ବିଧାୟକ ଥିଲେ । ୧୯୭୭ ମସିହାରେ ପ୍ରଥମ ଥର ଜନତା ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ । ୫ ଥର ଏରସମା ଓ ୨ ଥର ପାରାଦ୍ୱୀପରୁ ଲଢି ବିଧାନସଭାକୁ ଯାଇଥିଲେ । ୧୯୭୯ ମସିହାରୁ ୨୦୧୭ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

ବିବାଦୀୟ ମନ୍ତବ୍ୟ ପାଇଁ ୨୦୧୮ ମସିହାରେ ଦାମଙ୍କୁ ଦଳରୁ ବହିଷ୍କୃତ କରିଥିଲେ ନବୀନ । ଓମଫେଡ୍ ଓ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦାମ ସରକାରକୁ ଅଡୁଆରେ ପକାଇଥିଲେ । ବହିଷ୍କୃତ ହେବାର କିଛି ଦିନ ପରେ ସେ ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲେ ହେଁ ସେ ପରାଜିତ ହୋଇଥିଲେ । ପରବର୍ତ୍ତୀ ସମୟରେ ବିଜେପି ଛାଡିଥିଲେ ଦାମ । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ସ୍ବାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ନୂଆବର୍ଷରେ ତାଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡି ବିଧାୟକ ଭାବେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି ।

ଦାମ ରାଉତଙ୍କ ସମ୍ପର୍କରେ ସଂକ୍ଷେପରେ

  • ଓଡିଶା ରାଜନୀତିରେ ବିଚକ୍ଷଣ ନେତା ଭାବେ ପରିଚିତ
  • 83 ବୟସରେ ଆଖି ବୁଜିଲେ ଦାମ ରାଉତ
  • ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କଲେ
  • କିଡନୀ ରୋଗରେ ଆକ୍ରାନ୍ତ ଥିଲେ
  • 7 ଥର ବିଧାୟକ ଭାବେ ନିର୍ବାଚିତ
  • ୧୯୭୭ ମସିହାରୁ ଜନତା ଦଳରୁ ଲଢିଥିଲେ
  • ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି ଦାମ
  • 2018ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ
  • ନୂଆବର୍ଷରେ ବହିଷ୍କାର ଆଦେଶ ହଟାଇଥିଲେ ମୁଖ୍ୟମନ୍ତ୍ରୀ

ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶୋକ ପ୍ରକାଶ:

ଦାମୋଦର ରାଉତଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବରିଷ୍ଠ ରାଜନେତା ଓ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ୍ କରିଛନ୍ତି, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି । ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ବରିଷ୍ଠ ରାଜନେତା ଦାମ ରାଉତଙ୍କ ବିୟୋଗରେ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାର ସମବେଦନା ଜଣାଇବା ସହ ଓଡ଼ିଶାର ବିକାଶରେ ଦାମୋଦର ରାଉତଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ ବୋଲି କହିଛନ୍ତି ।

ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି, ''ଦାମୋଦର ରାଉତ ବିଧାନସଭାରେ ଓ ମନ୍ତ୍ରୀମଣ୍ଡଳରେ ମୋର ଜଣେ ସହଯୋଗୀ ଓ ଘନିଷ୍ଠ ବନ୍ଧୁ ଥିଲେ । ସେ ସରକାରଙ୍କୁ ବିଭିନ୍ନ ବିଷୟରେ ପରାମର୍ଶ ଦେଉଥିଲେ । ସେ କରିଯାଇଥିବା ଅନେକ ଲୋକହିତକର କାର୍ଯ୍ୟ ତାଙ୍କୁ ସର୍ବଦା ସ୍ମରଣୀୟ ରଖିବ । ତାଙ୍କର ବିୟୋଗ ରାଜ୍ୟ ରଜନୀତିରେ ଏକ ଅପୂରଣୀୟ କ୍ଷତି ।''

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବିୟୋଗରେ ସେ ମର୍ମାହତ । ଦୀର୍ଘ ଦିନ ଧରି ରାଜନୀତିରେ ସକ୍ରିୟ ରହି ଲୋକକଲ୍ୟାଣ କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା ।

Last Updated : Mar 22, 2024, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.