ETV Bharat / politics

ବରୀରେ ଟିକେଟ୍ ଟେନସନ: ଭୁବନେଶ୍ବରରେ ସୁନନ୍ଦାଙ୍କ ସମର୍ଥକଙ୍କ ଶକ୍ତି ପ୍ରଦର୍ଶନ, ନବୀନଙ୍କୁ ଲେଖିଲେ ଚିଠି - Ticket Demand For Sunanda

author img

By ETV Bharat Odisha Team

Published : Apr 7, 2024, 9:27 PM IST

Ticket Demand For Sunanda: ସୁନନ୍ଦାଙ୍କୁ ପୁନର୍ବାର ବରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ସମର୍ଥକ । ପୁନର୍ବାର ଟିକେଟ୍ ପ୍ରଦାନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ସୁନନ୍ଦାଙ୍କ ସମର୍ଥକ । ଅଧିକ ପଢନ୍ତୁ

Ticket Demand For Sunanda
Ticket Demand For Sunanda

Ticket Demand For Sunanda

ଭୁବନେଶ୍ବର: ଯାଜପୁରରୁ ଭୁବନେଶ୍ୱର ଆସି ଶକ୍ତି ପ୍ରଦର୍ଶନ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସଙ୍କ ସମର୍ଥକ । ସୁନନ୍ଦାଙ୍କୁ ପୁନର୍ବାର ବରୀ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ସମର୍ଥକ । ଭୁବନେଶ୍ୱରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରି ଏକାଠି ହୋଇଛନ୍ତି ୩୨ ସରପଞ୍ଚ ଓ ୩୧ ସମିତି ସଭ୍ୟଙ୍କ ସମେତ ନେତା ଓ କର୍ମୀ । ସୁନନ୍ଦାଙ୍କୁ ସମର୍ଥନ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେମାନେ ଚିଠି ଲେଖିଥିବା ଜଣାପଡ଼ିଛି । ସୁନନ୍ଦା ଦାସଙ୍କୁ ଟିକେଟ ଦେବା ପାଇଁ ଜୋର ଧରିଛି ଦାବି । ପୁନର୍ବାର ବରୀ ନିର୍ବାଚନ ମଣ୍ଡଳୀରେ ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି ସମର୍ଥକ । ବିଧାୟିକାଙ୍କ ଭୁବନେଶ୍ୱରର ସ୍ଥିତ ସରକାରୀ ବାସଭବନରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ସମର୍ଥକମାନେ ନିଜର ସମର୍ଥନ ଜଣାଇଛନ୍ତି । ଏହାସହ ସାମ୍ବାଦିକ ସମ୍ମିଳନୀ କରି ଟିକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ୫ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କୁ ଅନୁରୋଧ କରିଛନ୍ତି ।

ବରୀର ବିଧାନସଭା ଟିକେଟ ଘୋଷଣା ବିଳମ୍ବ ହୋଇଥିବାବେଳେ ସମର୍ଥକଙ୍କ ମନରେ ଆଶଙ୍କା ଓ ସଂଶୟ ସୃଷ୍ଟି ହେଉଛି । ତେଣୁ ସେମାନେ ଏକାଠି ହୋଇ ବିଜେଡିର ସୁପ୍ରିମୋଙ୍କ ସହ ଶୀର୍ଷ ନେତୃବୃନ୍ଦଙ୍କୁ ଅନୁରୋଧ କରିଛନ୍ତି । ବନ୍ଧୁ ମିଳନରେ ଉପସ୍ଥିତ ୩୨ଜଣ ସରପଞ୍ଚ ଓ ୩୧ ସମିତି ସଭ୍ୟଙ୍କ ସହ ଅନେକ ନେତା ଓ କର୍ମୀ ଏକାଠି ହୋଇଥିଲେ । ନିଜର ଦସ୍ତଖତ ସହ ବିଜେଡି ମୁଖିଆଙ୍କୁ ଏକ ଦାବି ପତ୍ର ଦେଇଛନ୍ତି । "ବରୀ ମାଟିର ନେତ୍ରୀ ସୁନନ୍ଦା ନିର୍ବାଚନ ମଣ୍ଡଳୀରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଅହରହ ପରିଶ୍ରମ କରି ବରୀର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି । ଶ୍ମଶାନଠୁ ଆରମ୍ଭ କରି ମେଡିକାଲ ଓ ଶିଶୁଠୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ କାର୍ଯ୍ୟ କରିଛନ୍ତି । ତେଣୁ ସେ ହିଁ ବରୀ ଆସନରୁ ଲଢିବା ପାଇଁ ସୁଯୋଗ୍ୟ ପ୍ରାର୍ଥୀ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଆସ୍ଥା ଭାଜନ କରି ଚଳିତ ନିର୍ବାଚନ ପାଇଁ ଟିକେଟ ଦିଅନ୍ତୁ" ବୋଲି କହିଛନ୍ତି ସମର୍ଥକ ।

ସମର୍ଥକମାନେ ଆହୁରି କହିଛନ୍ତି, "ଅନ୍ୟ ଦଳରୁ ଆସିଥିବା ନେତା ବରୀରୁ ଟିକେଟ ପାଇଁ ଆଶାୟୀ ଅଛନ୍ତି । ଯଦି ସୁନନ୍ଦାଙ୍କୁ ଟିକେଟ ନମିଳେ ତେବେ ସେତେବେଳେର ପରିସ୍ଥିତିକୁ ନେଇ ଆମେ ଦଳ ସହ ରହିବୁ କି ନାହିଁ ଚିନ୍ତା କରିବୁ ।"ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ବିଜେଡି ୧୦୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । କିନ୍ତୁ ଯାଜପୁରର ବରୀ, ବଡ଼ଚଣା ଓ କୋରେଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ । ୩ ଆସନ ବିଜେଡି ଦଖଲରେ ଥିଲେ ବି ଦଳ ପ୍ରାର୍ଥୀ ଘୋଷଣା କରିନଥିବାରୁ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ତେଣୁ ସ୍ଥାନୀୟ ବିଧାୟକ ଓ ସେମାନଙ୍କ ସମର୍ଥକ ଆଶା ଓ ଆଶଙ୍କାରେ ଅଛନ୍ତି । ବରୀରୁ ବିଧାୟକ ଅଛନ୍ତି ସୁନନ୍ଦା ଦାସ । ଯାଜପୁର ଜିଲ୍ଲାରୁ ନିର୍ବାଚିତ ଚତୁର୍ଥ ଓ ବରୀରୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ବିଧାୟିକା । ଭେଟରାନ ଦେବାଶିଷ ନାୟକଙ୍କ ଟିକେଟ କାଟି ବିଜେଡି ସୁନନ୍ଦାଙ୍କୁ ୨୦୧୯ ରେ ପ୍ରାର୍ଥୀ କରିଥିଲା । ଦେବାଶିଷ ବରୀରୁ ବିଜେଡି ଟିକେଟରେ ୨୦୦୦ରୁ ଲଗାତାର ଭାବେ ନିର୍ବାଚନ ଜିତି ଆସୁଥିଲେ ବି ଦଳ ନବାଗତା ସୁନନ୍ଦାଙ୍କୁ ଭରସା କରିଥିଲା । ୨୦୧୯ ନିର୍ବାଚନର ଠିକ ପୂର୍ବରୁ ବିଜେପି ଛାଡି ସୁନନ୍ଦା ବିଜେଡିରେ ସାମିଲ ହୋଇଥିଲେ ।
ଏହା ବି ପଢନ୍ତୁ...ରାସେଶ୍ୱରୀ ସମର୍ଥକଙ୍କ ଖୋଲା ଚେଲେଞ୍ଜ, ଟିକେଟ ନ ଦେଲେ କରିବେ ଭୋଟ ବର୍ଜନ - Sambalpur Assembly Seat
ସକାଳେ ବିଜେଡିରେ ସାମିଲ ହୋଇ ସନ୍ଧ୍ୟାରେ ଟିକେଟ ନେଇଥିଲେ ସୁନନ୍ଦା । ସେ ବିଜେଡ଼ିକୁ ଆସିବା ପୂର୍ବରୁ ବିଜେପିରୁ ବରୀ ବ୍ଲକ ଅଧ୍ୟକ୍ଷା ଥିଲେ । ୨୦୧୭ ରେ ସୁନନ୍ଦାଙ୍କୁ ବରୀ ବ୍ଲକ ଚେୟାରମ୍ୟାନ ଭାବେ ନିର୍ବାଚିତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତତ୍କାଳୀନ ବିଜେପି ନେତା ବିଶ୍ୱ ରଞ୍ଜନ ମଲ୍ଲିକ । ୨୦୧୯ ନିର୍ବାଚନରେ ଉଭୟ ମୁହାଁମୁହିଁ ହୋଇଥିଲେ । ବିଶ୍ଵଙ୍କୁ ସୁନନ୍ଦା ୪ହଜାର ୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ସୁନନ୍ଦା ୭୨ହଜାର ୫୫୯ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପିର ବିଶ୍ଵ ରଞ୍ଜନ ପାଇଥିଲେ ୬୮ହଜାର ୪୯୭ ଖଣ୍ଡ ଭୋଟ ପାଇଥିଲେ । ୨୦୨୧ ଅକ୍ଟୋବରରେ ବିଶ୍ୱ ବିଜେଡିରେ ସାମିଲ ହୋଇଥିଲେ । ଚଳିତ ନିର୍ବାଚନରେ ବିଶ୍ୱ ମଧ୍ୟ ବିଜେଡି ଟିକେଟ ପାଇଁ ଦାବିଦାର ଥିବା ଚର୍ଚ୍ଚା ହେଉଛି । ସେହିପରି ଦେବାଶିଷ ନାୟକ ବିଜେଡି ଛାଡି ନିକଟରେ ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପି ଟିକେଟରେ ବରୀରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.