ETV Bharat / politics

୧୩ ଦଫା ଦାବି ନେଇ SUCIର ଗଣବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

author img

By ETV Bharat Odisha Team

Published : Mar 4, 2024, 7:28 PM IST

SUCI Communist Party Stage Protest: କଟକର ବିଭିନ୍ନ ସମସ୍ୟାକୁ ନେଇ ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ଗଣ ବିକ୍ଷୋଭ । ୧୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରିଛନ୍ତି ଏସୟୁସିଆଇ କମ୍ୟୁନିଷ୍ଟ । ଅଧିକ ପଢନ୍ତୁ

୧୩ ଦଫା ଦାବି ନେଇ SUCIର ଗଣବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
୧୩ ଦଫା ଦାବି ନେଇ SUCIର ଗଣବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

୧୩ ଦଫା ଦାବି ନେଇ SUCIର ଗଣବିକ୍ଷୋଭ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଟକ: କଟକର ବିଭିନ୍ନ ସମସ୍ୟାକୁ ନେଇ ଏସୟୁସିଆଇ କମ୍ୟୁନିଷ୍ଟ ପାର୍ଟିର ଗଣ ବିକ୍ଷୋଭ । ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାମ୍ନାରେ ଗର୍ଜିଲା ଏସୟୁସିଆଇ । ସରକାରଙ୍କ ଜମିପଟ୍ଟା ଆବଣ୍ଟନରେ ଅନିୟମିତତା ଅଭିଯୋଗ ଆଣିଛି ଏସୟୁସିଆଇ । ଦଳ ପକ୍ଷରୁ କୁହାଯାଇଛି ଯେ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ବଣ୍ଟନରେ ସମାନତା ରହୁନି, କେଉଁଠି ଦିଆଯାଇଛି ତ କେଉଁଠି ଦିଆଯାଇନି । ସେହିପରି ବସ୍ତି ବାସିନ୍ଦାଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ନିର୍ମାଣ କରିବା ପାଇଁ ସହାୟତା କରିବାକୁ ମଧ୍ୟ ଦାବି କରାଯାଇଛି । ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ବିଦ୍ୟୁତ ସେବା କ୍ଷେତ୍ରରେ ସଂକଟ, କଟକ ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ବସ୍ତିବାସିନ୍ଦାଙ୍କୁ ନ୍ୟାୟୋଚିତ୍ତ ଭାବେ ଥଇଥାନ କରାନଯିବା ତଥା ରାସନକାର୍ଡ ନଥିବା ପରିବାରଠାରୁ ପଟ୍ଟା ବାବଦକୁ ଅତ୍ୟଧିକ ଅର୍ଥରାଶି ଦାବି କରିବା ବିରୁଦ୍ଧରେ କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏସ୍‌ୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଖଡିଆଳରୁ ସ୍ବାଧୀନ ଭାବେ ଲଢିବେ ଅବସରପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚାଟାର୍ଜୀ

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାରଦାମ ହ୍ରାସ କରିବା, ବିଦ୍ୟୁତ ବିଭାଗର ଘରୋଇ କରଣକୁ ବିରୋଧ, ଘନ ଘନ ବିଦ୍ୟୁତ୍ କାଟ, ଲୋଭୋଲଟେଜ୍‌, ବିଦ୍ୟୁତ ବିଲ୍‌ରେ ଅହେତୁକ ବୃଦ୍ଧି ବନ୍ଦ କରିବା, ବନ୍ଦ କରାଯାଇଥିବା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡିକୁ ତୁରନ୍ତ ଖୋଲିବା ସହିତ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ଦେବା, ପରିମଳ ବିଭାଗରେ ଠିକାରେ ଥିବା କର୍ମଚାରୀ ମାନଙ୍କୁ ସ୍ଥାୟୀ କରିବା,ଆଉଟ ସୋର୍ସିଂ ବନ୍ଦ କରିବା, କୁଶଳୀ ଶ୍ରମିକଙ୍କୁ ସରକାରୂ ମାନ୍ୟତା ପ୍ରଦାନ, ବଡ ମେଡିକାଲ ସମେତ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଆବଶ୍ୟକ ଭିତ୍ତିଭୂମି ସହିତ ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି କରିବା ଇତ୍ୟାଦି ଦାବି ରଖିଥିଲେ ଆନ୍ଦୋଳନକାରୀ ।

ପରିମଳ ବ୍ୟବସ୍ଥାକୁ ସୁଧାରିବା ସହ ଦିନକୁ ଦୁଇ ଥର ମଶା ତେଲ ଓ ଧୂଆଁ ପ୍ରୟୋଗ କରିବା, ୨୪ ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା, ବସ୍ତିବାସିନ୍ଦାଙ୍କୁ ନ୍ୟାୟୋଚିତ୍ତ ଭାବେ ଥଇଥାନ କରିବା ଆଦି ସମେତ ୧୩ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପ୍ରଦାନ କରିଛନ୍ତି ଏସୟୁସିଆଇ କମ୍ୟୁନିଷ୍ଟ । ଏହି ସମସ୍ତ ଦାବିଗୁଡିକ ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ ଚେତାବନୀ ଦେଇଛି ଏସୟୁସିଆଇ କମ୍ୟୁନିଷ୍ଟ ଦଳ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.