ETV Bharat / politics

ଅଗ୍ନିରୁପାଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର, ଜନସେବା ପାଇଁ ଶକ୍ତି ଦିଅନ୍ତୁ କଲେ କାମନା - Dharmendra Pradhan at hingula

author img

By ETV Bharat Odisha Team

Published : Mar 25, 2024, 9:53 PM IST

Dharmendra Pradhan At Hingula Temple: ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଅଗ୍ନିରୁପାଙ୍କ ଆଶିଷ ନେଲା ଧର୍ମେନ୍ଦ୍ର,ଜନସେବା ପାଇଁ ଶକ୍ତି ଦିଅନ୍ତୁ ବୋଲି କଲେ କାମନା
ଅଗ୍ନିରୁପାଙ୍କ ଆଶିଷ ନେଲା ଧର୍ମେନ୍ଦ୍ର,ଜନସେବା ପାଇଁ ଶକ୍ତି ଦିଅନ୍ତୁ ବୋଲି କଲେ କାମନା

ଅଗ୍ନିରୁପାଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର

ଅନୁଗୋଳ: ଅଗ୍ନିରୁପା ମା' ହିଙ୍ଗୁଳାଙ୍କ ସରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ବିଜେପି ସମ୍ବଲପୁର ଲୋକସଭା କ୍ଷେତ୍ରରୁ ତାଙ୍କ ନାଁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଆଜି ସେ ପୁରା ପରିବାର ସହ ତାଳଚେର ଆସି ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ସେହିପରି ଢେଙ୍କାନାଳର ବିଜେପି ଲୋକସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ମା' ହିଙ୍ଗୁଳାଙ୍କ ଆଶିଷ ନେଇଛନ୍ତି ।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ହିଙ୍ଗୁଳାଙ୍କ ଦର୍ଶନ କରି ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ କରିବା ସହ ମା’ଙ୍କ ନିକଟରେ ଜଗତର କଲ୍ୟାଣ କାମନା କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ଲୋକଙ୍କ ସେବା କରିବା ପାଇଁ ମା’ ତାଙ୍କୁ ଆହୁରି ଶକ୍ତି ପ୍ରଦାନ କରନ୍ତୁ ବୋଲି କାମନା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଧର୍ମପତ୍ନୀ ମୃଦଳା ଠାକୁର ପ୍ରଧାନଓ ପୁଅ ମଧ୍ୟ ସାମିଲ ଥିଲେ । ଆଜି ସକାଳେ ପ୍ରଥମେ ଜଗନ୍ନାଥ ଦର୍ଶନ କରିବା ସହ ଲିଙ୍ଗରାଜଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ସେଠାରୁ ଆସି ତାଙ୍କ ବାପା ଓ ମାଆଙ୍କ ଆଶୀର୍ବାଦ ନେବା ପରେ ଆସି ହିଙ୍ଗୁଳାଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ମୁଁ ଗୁଣ୍ଡୁଚି ମୂଷା ଭଳି ଦାୟିତ୍ବ ନେବି ବାଲି ଝାଡିବି, ଲିଙ୍ଗରାଜଙ୍କ ଆଶିଷ ନେଇ ଏମିତି କାହିଁକି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ନେତା ଓ କର୍ମୀ ସାମିଲ ହୋଇଥିଲେ । ଢେଙ୍କାନାଳ ସଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାନସଭାର ବିଜେପି ନେତା ଅଗସ୍ତି ବେହେରା, ଅନୁଗୋଳ ବିଧାନସଭା ବିଜେପି ନେତା ପ୍ରତାପ ପ୍ରଧାନ ଏବଂ ତାଳଚେର ବିଧାନସଭା ବିଜେପି ନେତା କାଳନ୍ଦୀ ସାମଲ ପ୍ରମୁଖ ମଧ୍ୟ ମା' ହିଙ୍ଗୁଳାଙ୍କ ଆଶୀର୍ବାଦ ନେଇଥିଲେ ।

ପ୍ରକାଶ ଯୋଗ୍ୟ, ଗତକାଲି(ରବିବାର) ରାତିରେ ବିଜେପି ପ୍ରାର୍ଥୀ ଘୋଷଣା କଲା ପରେ ଧର୍ମେନ୍ଦ୍ର ନିଜ ପରିବାର ସହ ପୁରୀ ଯାଇଥିଲେ । ଆଜି ଭୋର ସମୟରେ ଶ୍ରୀମନ୍ଦିର ଆସି ମଙ୍ଗଳ ଆଳତୀ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ପରେ ସେ ଓ ତାଙ୍କ ପତ୍ନୀ ଏବଂ ସମ୍ବିତ ପାତ୍ର ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସିଂହଦ୍ଵାର ନିକଟରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ପୁରୀ ଜିଲ୍ଲା ବିଜେପିର ନେତା, କର୍ମୀ ସ୍ଵାଗତ କରିବା ସହ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାପ୍ରଭୁ ଖଣ୍ଡୁଆ ଦେଇ ସ୍ଵାଗତ କରିଥଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.