ETV Bharat / state

ମୁଁ ଗୁଣ୍ଡୁଚି ମୂଷା ଭଳି ଦାୟିତ୍ବ ନେବି ବାଲି ଝାଡିବି, ଲିଙ୍ଗରାଜଙ୍କ ଆଶିଷ ନେଇ ଏମିତି କାହିଁକି କହିଲେ ଧର୍ମେନ୍ଦ୍ର ପ୍ରଧାନ - Dharmendra Pradhan at Lingaraj

author img

By ETV Bharat Odisha Team

Published : Mar 25, 2024, 1:59 PM IST

Dharmendra Pradhan at Lingaraj Temple: ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ଧରେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ପରେ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Dharmendra Pradhan at Lingaraj Temple
Dharmendra Pradhan at Lingaraj Temple

Dharmendra Pradhan at Lingaraj Temple

ଭୁବନେଶ୍ୱର:ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ଜନତା ଦଳ 5ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଧର୍ମେନ୍ଦ୍ରଙ୍କ ନାଁ ଘୋଷଣା କରିଛି । ଏଥିସହ ଓଡ଼ିଶାର 18ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଲିଷ୍ଟ ପ୍ରକାଶ ପାଇଛି । ତେବେ ନାଁ ପ୍ରକାଶ ପାଇବା ପରେ ଆଜି ସକାଳେ ପୁରୀ ଶ୍ରୀମନ୍ଦିର ଓ ପରେ ଭୁବନେଶ୍ୱର ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ମନୋନୟନ କାରଣରୁ ଓଡ଼ିଶାରେ ସମ୍ବଲପୁର ପ୍ରାର୍ଥୀ କରାଯାଇଥିବାରୁ ଏହା ମୋ ପାଇଁ ସୌଭାଗ୍ୟର ବିଷୟ । ମୋଦିଙ୍କ ନେତୃତ୍ୱରେ ଯେଉଁ ମହାଅଭିଯାନ ଆରମ୍ଭ କରିଛନ୍ତି, ସେଥିରେ ମୁଁ ଗୁଣ୍ଡୁଚି ମୂଷା ଭଳି ବାଲି ଝାଡ଼ିବି । ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଇ ମା’ ସମଲେଇଙ୍କ ପାଖକୁ ଯିବି ।"

ସେ ଆଉ ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହାଭିଯାନ ଦେଶରେ ଆରମ୍ଭ ହୋଇଛି । ଦେଶର ସଂକଳ୍ପ ଏବଂ ରାଜ୍ୟର ସଂକଳ୍ପ । ୨୦୩୬ରେ ଆମ ରାଜ୍ୟର ଭାଷା ଭିତ୍ତିକ ରାଜ୍ୟ ଏକ ଶହ ବର୍ଷ ପୁରିବ । ୨୦୪୭ରେ ଦେଶ ସ୍ବାଧିନତାର ଶତ ବାର୍ଷିକୀ ପାଳନ କରିବ । ଆଗାମୀ ୨୫ ବର୍ଷ ଦେଶ ପାଇଁ ଏବଂ ଆଗାମୀ ୧୨ ବର୍ଷ ରାଜ୍ୟ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସମୟ ହେବ । ଯେଉଁଭଳି ଭାବେ ସେବା କାମ କରାଯାଇଛି, ଗରିବ କଲ୍ୟାଣକୁ ପ୍ରାଥମିକତା ଦିଆଯାଇଛି, ମହିଳା, ଯୁବକ, କୃଷକ ଓ ଗରିବ ମାନଙ୍କର ଉତ୍ଥାନ ପାଇଁ ଅନେକ ଯୋଜନା ଆରମ୍ଭ କରାଯାଇଛି ସେଗୁଡିକ ବି ଓଡିଶାରେ ସଠିକ ଭାବେ ଲାଗୁ ହେଉ । ମୋଦି ଆଉଥରେ ପ୍ରଧାନମନ୍ତ୍ରୀ ହୁଅନ୍ତୁ , ଓଡ଼ିଆର ଗୌରବ ସ୍ୱାଭିମାନ କ୍ଷୁର୍ଣ୍ଣ ନହେଉ ବଜାୟ ରହୁ । ଏଥିପାଇଁ ବିଜେପି ତାର ଜନସମ୍ପର୍କ ଅଭିଯାନକୁ ଆଗକୁ ନେଉଛି ।"

ହାମଧ୍ୟ ପଢନ୍ତୁ.. 18 ଯୋଦ୍ଧାଙ୍କ ନାଁ ଘୋଷଣା କଲା ବିଜେପି, ପ୍ରାର୍ଥୀଙ୍କ ପ୍ରତିକ୍ରିୟା ଏଥର ପରିବର୍ତ୍ତନ - BJP MP Candidate Reaction

ଅନ୍ୟପଟେ କେବେ ପ୍ରଚାର କରିବେ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ପ୍ରଚାର ତ ଯେଉଁ ଦିନ ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ଵ ନେଲେ, ସେହି ଦିନରୁ ସେବା ଆରମ୍ଭ ହେଲା । ପ୍ରତିଦିନ ଜନ ସମ୍ପର୍କ, ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଆଜି ବିଶ୍ବସନୀୟତା ବଢିଛି । ଏହାକୁ ଓଡ଼ିଶାରେ ଆହୁରି ମୁଖରିତ କରାଯିବ ।"

ଲୋକସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର 18 ଜଣ ପ୍ରାର୍ଥୀ ତାଲିକାଙ୍କ ନାଁ ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଆସନରୁ ଲଢିବାକୁ ଯାଉଥିବା ବେଳେ ସମ୍ୱିତ ପାତ୍ର ପୁରୀ, ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା, ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର, ବାଲେଶ୍ବର ପ୍ରତାପ ଷଡଙ୍ଗୀ ପ୍ରତିଦ୍ବନ୍ଦିତା କରିବେ ।

ସେହିପରି ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, ବରଗଡରୁ ପ୍ରଦୀପ ପୁରୋହିତ, ଜଗତସିଂହପୁରରୁ ବିଭୁପ୍ରସାଦ ତରାଇ, କୋରାପୁଟରୁ କାଳିରାମ ମାଝୀ, ଆସିକାରୁ ଅନିତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେବ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜରୁ ନବଚରଣ ମାଝୀ, ସୁନ୍ଦରଗଡ଼ରୁ ଜୁଏଲ ଓରାମ ଓ କେନ୍ଦୁଝରରୁ ଅନନ୍ତ ନାଏକ ଟିକେଟ ପାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.