ETV Bharat / politics

ଲୋକାଭିମୁଖୀ ସ୍କିମ୍ ଓ ସ୍ଥାନୀୟ ପ୍ରସଙ୍ଗକୁ ମୁଦ୍ଦା କରି ବଳ ଗୋଟାଉଛି ବିଜେଡି ! - BJD Targets BJP

author img

By ETV Bharat Odisha Team

Published : May 13, 2024, 4:46 PM IST

BJD Targets BJP: ସମ୍ବଲପୁରରେ ବିଭିନ୍ନ ସଭା ସମିତି କରି ବଳ ଗୋଟାଉଛି ବିଜେଡି । ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରି କ'ଣ କହିଛନ୍ତି ପ୍ରଣବ ପ୍ରକାଶ ଜାଣନ୍ତୁ ।

BJD Targets BJP
BJD Targets BJP (ETV Bharat Odisha)

BJD Targets BJP (ETV Bharat Odisha)

ସମ୍ବଲପୁର: ଆସନ୍ତା 25ରେ ହେବ ସମ୍ବଲପୁର ଲୋକସଭା ଓ ଏହା ଅଧୀନରେ ଥିବା 7ଟି ବିଧାନସଭାର ନିର୍ବାଚନ । ଏଥିପାଇଁ ଏବେ ପ୍ରଚାର ଜୋର ଧରିଲାଣି । ସମ୍ବଲପୁର ଲୋକସଭା ପାଇଁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବାବେଳେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ବିଜେଡିର ହେଭିୱେଟ୍ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ । ଅନ୍ୟପଟେ ସମ୍ବଲପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ହୋଇଥିବାବେଳେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ । ଏଭଳି ସ୍ଥିତିରେ ବର୍ତ୍ତମାନ ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

କିଛି ଦିନ ପୂର୍ବରୁ ବିଜେପି ପ୍ରଚାର ପ୍ରସାର କାର୍ଯ୍ୟରେ ଗୋଟିଏ ପାଦ ଆଗରେ ଥିବାବେଳେ ବର୍ତ୍ତମାନ ବିଜେଡି ବିଭିନ୍ନ ସଭା ସମିତି ଓ ମିଶ୍ରଣ ପର୍ବ ଜରିଆରେ ବଳ ଗୋଟେଇବାକୁ ଚେଷ୍ଟା କରୁଛି । ମୁଖ୍ୟତଃ ବିଜେପି ମୋଦି ହାୱାକୁ ଆୟୁଧ କରି ପ୍ରଚାର କରୁଥିବାବେଳେ ବିଜେଡି ତାର ନିର୍ବାଚନୀ ଇସ୍ତାହାର ଜାରି କରିବା ପରେ କେତେକ ଲୋକାଭିମୁଖୀ ଯୋଜନାକୁ ମୁଦ୍ଦା କରି ଲୋକଙ୍କ ପାଖକୁ ଯାଉଛି । ହୀରାକୁଦରେ ଆୟୋଜିତ ଏକ ସାଧାରଣ ସଭାରେ ଏହା ଦେଖିବାକୁ ମିଳିଛି । ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଇଂ ରୋହିତ ପୂଜାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଦଳ ପକ୍ଷରୁ ଏକା ମିଶ୍ରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଜେପି ଓ କଂଗ୍ରେସ ଛାଡି ଶହଶହ ସଂଖ୍ୟାରେ କର୍ମୀମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସୂଚନା ଦିଆଯାଇଥିଲା । ପ୍ରଣବ ପ୍ରକାଶ ଦାସ ଦଳରେ ମିଶିଥିବା ସମସ୍ତ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ ।

ଏହି ଅବସରରେ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "ସ୍ଥାନୀୟ ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିରାଟ ଚିନ୍ତାଧାରା ରହିଛି । ସମ୍ବଲପୁର, ବୁର୍ଲା, ହୀରାକୁଦ, ରେଙ୍ଗାଲିକୁ ମିଶାଇ ଏକ ବୃହତ ସହର କରିବାକୁ ଯୋଜନା ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ବିଜେଡିର ନିର୍ବାଚନୀ ଇସ୍ତାହାରରେ ଥିବା ମାଗଣା ବିଦ୍ୟୁତ ସେବା, BSKY କାର୍ଡରେ ସବୁ ବର୍ଗର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବା, ଛାତ୍ରଛାତ୍ରୀଙ୍କୁ ଷ୍ଟାଇଫେନ ଇତ୍ୟାଦି ଯୋଜନା ସହ ସମ୍ବଲପୁର ହୀରାକୁଦ ଓ ବୁର୍ଲାର ସ୍ଥାନୀୟ ସମସ୍ୟାର ସମାଧାନର ପ୍ରସଙ୍ଗ ଉଠାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଭୟ ପ୍ରଣବ ପ୍ରକାଶ ଦାସ ଓ ରୋହିତ ପୂଜାରୀ ଚେଷ୍ଟା କରିଥିଲେ । ହୀରାକୁଦ ଅଞ୍ଚଳରେ ଲାଗି ରହିଥିବା ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ।"

ଏହା ବି ପଢନ୍ତୁ...ରେଢାଖୋଲରେ ପ୍ରଣବ-ପ୍ରସନ୍ନଙ୍କ ପ୍ରଚାର; କହିଲେ- କୌରବକୁ ହରାଇ ପାଣ୍ଡବ ସେନାର ବିଜୟ ହେବ - Lok Sabha Election

ଯେତେବେଳେ କାର୍ତ୍ତିକ ପାଣ୍ଡିଆନ ହୀରାକୁଦକୁ ଆସିଥିଲେ ସେତେବେଳେ ତାଙ୍କୁ ବିଜୁଳି ସମସ୍ୟା ସର୍ମ୍ପକରେ ସ୍ଥାନୀୟ ଲୋକ ଓ ଚାଷୀ ଜଣାଇଥିଲେ । ଏଥିପାଇଁ ଆସନ୍ତା ଜୁଲାଇ ମାସରୁ ବିଜୁଳି ଫ୍ରି ହେବାକୁ ଯାଉଛି ବୋଲି ପ୍ରଣବ ପ୍ରକାଶ କହିଛନ୍ତି । ପ୍ରଣବ ଆହୁରି କହିଛନ୍ତି, "ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଗତ 5 ବର୍ଷ ଧରି ନିଖୋଜ ଥିବା କହି ଏଥର ସମ୍ବଲପୁରର ପ୍ରତିନିଧିତ୍ୱ ବଦଳାଇବାକୁ ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ପଡି଼ବ ।" ମହାନଦୀ ଉପରେ ବୁର୍ଲା ଓ ହୀରାକୁଦ ସହର ସଂଯୋଗୀକରଣ, ସମ୍ବଲପୁର ସହର ରେମେଡ ଛକରୁ ହୀରାକୁଦ ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାସ୍ତା ନିର୍ମାଣ । ସମ୍ୱଲପୁର, ହୀରାକୁଦ, ବୁର୍ଲା ଓ ରେଙ୍ଗାଲି ସହରକୁ ନେଇ କ୍ଲଷ୍ଟର ସିଟି ନିର୍ମାଣ ଓ ୪ ଥାକିଆ ରାସ୍ତା, ସୁବାସ ମଇଦାନର ଉନ୍ନତିକରଣ ପରି ସ୍ଥାନୀୟ ପ୍ରସଙ୍ଗ ଉଠାଇ ବିଜେଡି ନେତା ଦଳର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.