ETV Bharat / politics

ରାଇରଙ୍ଗପୁରରୁ ନିର୍ବାଚନ ଲଢିବେ ପୂର୍ବତନ ପୋଲିସ ଅଧିକାରୀ, କହିଲେ ଶିକ୍ଷା-ସ୍ବାସ୍ଥ୍ୟସେବାକୁ ଦେବି ପ୍ରାଥମିକତା - Odisha Assembly Polls 2024

author img

By ETV Bharat Odisha Team

Published : Apr 6, 2024, 11:18 AM IST

Odisha Assembly Polls 2024: ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ପୋଲିସ ଅଧିକାରୀ ରାଇସେନ ମୁର୍ମୁଙ୍କ ପ୍ରାର୍ଥୀ କରିଛି ବିଜେଡି । ଗତକାଲି ନାଁ ଘୋଷଣା ପରେ ରାଇରଙ୍ଗପୁର ବିଜେଡ଼ି କର୍ମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ରାଇରଙ୍ଗପୁରରୁ ନିର୍ବାଚନ ଲଢିବେ ପୂର୍ବତନ ପୋଲିସ ଅଧିକାରୀ

ରାଇରଙ୍ଗପୁର: ମୁଣ୍ଡ ଉପରେ ନିର୍ବାଚନ । ଏହାରି ଭିତରେ ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବତନ ପୋଲିସ ଅଧିକାରୀ ରାଇସେନ ମୁର୍ମୁଙ୍କୁ ମିଳିଛି ବିଜେଡି ଟିକେଟ୍ । ଗତକାଲି (ଶୁକ୍ରବାର) ନାଁ ଘୋଷଣା ପରେ ରାଇରଙ୍ଗପୁର ବିଜେଡ଼ି କର୍ମୀ ମହଲରେ ଖୁସିର ବାତାବରଣ ଖେଳିଯାଇଛି । ପ୍ରଥମ କରି ନିର୍ବାଚନୀ ମୈଦାନକୁ ଓହ୍ଲାଉଥିବାରୁ ରାଇସେନ ମୁର୍ମୁ ଅତ୍ୟନ୍ତ ଉତ୍ସାହିତ ଥିବାବେଳେ ତାଙ୍କ ଉପରେ ଭରସା କରିଥିବାରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ସଂଗଠନର ସମସ୍ତ ନେତୃମଣ୍ଡଳୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ଧ୍ୟାନ ଦେବେ । ମୁଖ୍ୟତଃ ଅଞ୍ଚଳର ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି ।

ରାଇସେନଙ୍କ ବିଷୟରେ କିଛି ତଥ୍ୟ: ରାଇସେନ ମୁର୍ମୁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସମ୍ପୂର୍ଣ୍ଣ ନୂଆ ଚେହେରା ହୋଇଥିବା ବେଳେ ସେ ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ବାଲିଆବାଦି ଗାଁରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ରତନ ମୁର୍ମୁ ଓ ସ୍ବର୍ଗତ କାର୍ମୀ ମୁର୍ମୁଙ୍କ ପୁଅ । ରାଇସେନ ମାମୁଁ ଘରେ ରହି କୋରାପୁଟ ନବୋଦୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ପରେ ସେ ଜୟପୁର ଡିଏଭି କଲେଜରେ ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ ପରେ ବାରିପଦା ଏମପିସି ସ୍ବଂୟଶାସିତ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୨୦୦୦ ମସିହାରେ ପୋଲିସ ଏସଆଇ ଭାବେ ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବିଗ୍ ଫାଇଟ ପାଇଁ ତୟାର ନବରଙ୍ଗପୁର; ୩ ମାଝୀଙ୍କ ମଧ୍ୟରେ ହେବ ଜୋରଦାର ଟକ୍କର, ବିଜୟ ଆଶାରେ ସବୁ ଦଳ - LOK SABHA Election 2024

ଯାଜପୁର ଜିଲ୍ଲାର କାଳିଆପାଣିରେ ଆଇଆଇସି ଥିଲେ ରାଇସେନ ମୁର୍ମୁ । ପରବର୍ତ୍ତୀ ସମୟରେ ସେ ବାଲେଶ୍ଵର ସ୍ପେଶାଲ ବ୍ରାଞ୍ଚରେ ଡିଏସପି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ୧୪ ଅଗଷ୍ଟ ୨୦୨୩ରେ ସେ ଚାକିରିରୁ ଇସ୍ତଫା ଦେଇଥିଲେ ଏବଂ ୧୫ ଅଗଷ୍ଟରେ ବିଜେଡିରେ ମିଶିଥିଲେ । ରାଇସେନ ମୁର୍ମୁ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ରାଜ୍ୟପାଳ ପଦକ, ମୁଖ୍ୟମନ୍ତ୍ରୀ ପଦକ ଓ ରାଷ୍ଟ୍ରପତି ପଦକ ପ୍ରାପ୍ତ କରିଛନ୍ତି । ତାଙ୍କ ପରିବାରରେ ସ୍ତ୍ରୀଙ୍କ ସହିତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.