ETV Bharat / politics

ମୋଦି ଗ୍ୟାରେଣ୍ଟି ୨୦୨୪ ସଂକଳ୍ପ ପତ୍ର ଲୋକାର୍ପିତ, 5 ବର୍ଷ ପାଇଁ କେନ୍ଦ୍ର ଦେବ ମାଗଣା ରାସନ - Modi guarantee 2024

author img

By ETV Bharat Odisha Team

Published : Apr 22, 2024, 5:27 PM IST

BJP Manifesto 2024: ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ରର ଓଡିଶା ସଂସ୍କରଣର ଲୋକାର୍ପିତ ହୋଇଛି । ଅଧିକ ପଢନ୍ତୁ

BJP Manifesto 2024
BJP Manifesto 2024

BJP Manifesto 2024

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମୋଦିଙ୍କ ଗ୍ୟାରେଣ୍ଟି-୨୦୨୪ ସଂକଳ୍ପ ପତ୍ରର ଓଡିଶା ସଂସ୍କରଣ ହେଲା ଲୋକାର୍ପିତ । କେନ୍ଦ୍ର ବିଜେପି ପକ୍ଷରୁ ଜାରି କରାଯାଇଥିବା ଏହି ସଂକଳ୍ପ ପତ୍ର ବା ମୋଦି ଗ୍ୟାରେଣ୍ଟି 2024କୁ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖ ଉନ୍ମୋଚନ କରିଛନ୍ତି । ଏହି ସଂକଳ୍ପ ପତ୍ରକୁ ଘରେ ଘରେ ପହଞ୍ଚାଇବାକୁ ଯୋଜନା କରିଛି ରାଜ୍ୟ ବିଜେପି ।

ଏହି ଅବସରରେ ବିଜେପି ନେତାମାନେ କହିଛନ୍ତି,"ବିଗତ ଦିନର ସବୁ ସଂକଳ୍ପକୁ ମୋଦି ଗ୍ୟାରେଣ୍ଟି ଭାବେ ପାଳନ କରାଯାଇଛି । ଗରିବଙ୍କ ବିକାଶ ଭଳି ଅନେକ ପ୍ରତିଶ୍ରୁତି ପୂରଣ କରିଛନ୍ତି ଏବଂ ଦେଶବାସୀଙ୍କ ଆସ୍ଥା ଭାଜନ ହୋଇଛନ୍ତି ମୋଦି । ଏଥର ସଂକଳ୍ପ ପତ୍ରରେ ସମାଜର ସବୁ ବର୍ଗଙ୍କୁ ବିକଶିତ କରିବା ସହ ଭାରତକୁ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି । ଗରିବ, ମହିଳା, ଚାଷୀ ଓ ଯୁବକଙ୍କୁ ଗୁରୁତ୍ଵ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ହିସାବରେ 25 କୋଟି ଗରିବ ଲୋକଙ୍କ ଜୀବନଧାରଣର ମାନ ଉନ୍ନତ ହୋଇଛି । ସେମାନେ ଗରିବୀ ସୀମାରେଖା ତଳୁ ଉପରକୁ ଉଠିଛନ୍ତି । 5 ବର୍ଷ ପାଇଁ ମାଗଣା ରାସନର ବ୍ୟବସ୍ଥା କରିଛନ୍ତି । ଲୋକ ପାଇଁ ପ୍ରଧାନମନ୍ତ୍ରୀ ଆବାସ, ଆୟୁଷ୍ମାନ ଭାରତ, ଜନ ଔଷଧି କେନ୍ଦ୍ର କରାଯିବ । ଏକ ଦେଶ ଏକ ନିର୍ବାଚନ ପାଇଁ କମିଟି ହୋଇଛି ।"

ଏହାମଧ୍ୟ ପଢନ୍ତୁ.. ବିଜେପି ବିଧାୟକ ପ୍ରାର୍ଥୀଙ୍କ ଫେସବୁକ ହ୍ୟାକ ! ଅଶ୍ଳିଳ ଭିଡିଓ ପୋଷ୍ଟ କରୁଛନ୍ତି ହ୍ୟାକର୍ସ - BJP Candidate FB Account Hacked


ବିଜେପି ସଂକଳ୍ପ ପତ୍ର ଅନୁଯାୟୀ ସୁଶାସନ ଓ ବିକାଶ ପାଇଁ ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଗରିବ ପରିବାରର ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆଗାମୀ ପାଞ୍ଚବର୍ଷ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବ । ଗରିବଙ୍କ ଖାଦ୍ୟ ଥାଳିକୁ ସୁରକ୍ଷା ଦେବେ ପ୍ରଧାନମନ୍ତ୍ରୀ । ମଧ୍ୟବିତ୍ତ ପରିବାର ପାଇଁ ନିଜସ୍ବ ଘର କରିବା ପାଇଁ ବିଜେପି ଶପଥ ନେଇଛି । ଏହାସହିତ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, ଗ୍ରାମୀଣ ଅଞ୍ଚଳରେ ତିନି କୋଟି ମହିଳା ଲକ୍ଷ ପତି ଦିଦି ସାଜିଛନ୍ତି, ଯୁବକଙ୍କ ପାଇଁ ସ୍ଵଚ୍ଛତାର ସହ ସମସ୍ତ ସରକାରୀ ପଦବୀ ପୂରଣ କରାଯିବ ବୋଲି କୁହାଯାଇଛି ।

ସେହିଭଳି ପିଏମ ମତ୍ସ୍ୟ ସମ୍ପଦ ଯୋଜନା ଦ୍ୱାରା ବୀମା ଏବଂ ଭିତ୍ତିଭୂମିକୁ ମଜବୁତ କରାଯିବ । ଶ୍ରମିକ ସମ୍ମାନ ପାଇଁ ଇ-ଶ୍ରମ ଅଧୀନରେ ପଞ୍ଜିକରଣ କରାଯାଇ କଳ୍ୟାଣମୂଳକ ସୁବିଧା ସୁଯୋଗ ଦିଆଯିବ । ବରିଷ୍ଠ ନାଗରିକ 70 ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆୟୁଷ୍ମାନ ଯୋଜନା ଉପଲବ୍ଧ କରାଯିବ । ଏପରି ବହୁ କଲ୍ୟାଣମୂଳକ ଯୋଜନା ହାତକୁ ନିଆଯିବ ବୋଲି ଏହି ସଂକଳ୍ପ ପତ୍ରରେ ଉଲ୍ଲେଖ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.