ETV Bharat / politics

କଣ୍ଟାବାଞ୍ଜି ରାଜନୀତି: ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୋଷ ସିଂହ ସାଲୁଜାଙ୍କ କଟାକ୍ଷ, 'ଗାଁକୁ ଗାଁ ଆସି ଦୁର୍ଦ୍ଦଶା ଦେଖନ୍ତୁ' - Naveen Patnaik campaign

author img

By ETV Bharat Odisha Team

Published : May 13, 2024, 9:33 AM IST

Kantabanji constituency: କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶାଳ ଜନ ସମାବେଶ ପରେ ବିରୋଧି ମହଲରେ ଛନକା । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢନ୍ତୁ

Kantabanji constituency
Kantabanji constituency (ETV Bharat Odisha)

Kantabanji constituency (ETV Bharat Odisha)

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ଭାବେ ଲଢୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ବିରୋଧିଙ୍କ ସମାଲୋଚନା ବି ଜୋରଦାର ରହିଛି । ଏହାମଧ୍ୟରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତ କରି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ଓ ମୁରିବାହାଲ ଠାରେ ନିର୍ବାଚନ ପ୍ରଚାର କରିଛନ୍ତି । ୨ଟି ବିଶାଳ ଜନ ସମାବେଶରେ ଯୋଗ ଦେଇ କଣ୍ଟାବାଞ୍ଜିର ବିକାଶ ପାଇଁ ଶଙ୍ଖରେ ଭୋଟ ହେବାକୁ ଅପିଲ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି ।

ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତ କରି ୨ଟି ବିଶାଳ ଜନ ସମାବେଶରେ ଯୋଗଦେଇଥିଲେ । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବାକୁ ନେଇ ଲୋକମାନେ ଖୁସି କି ନାହିଁ ପଚାରିଥିଲେ । ସେହିପରି ମମତା ଯୋଜନା, ବିଏସକେଓ୍ବାଇ ଯୋଜନା, ଲକ୍ଷ୍ମୀ ବସ ଯୋଜନା ଭଲ କି ନୁହେଁ ବୋଲି ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଉପସ୍ଥିତ ଲୋକମାନେ ମଧ୍ୟ ଜୋରଦାର ହଁ ଭରିଥିଲେ । କଣ୍ଟାବାଞ୍ଜିର ବିକାଶ ପାଇଁ ତାଙ୍କୁ ଓ ବିଜେଡି ସାଂସଦ ପାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ ନବୀନ ।

ଏହାମଧ୍ୟ ପଢନ୍ତୁ.. ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଛନ୍ତି, ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ - NAVEEN TARGETS MODI

ଅନ୍ୟପଟେ ବିଜେଡି ନେତା ଭି କେ ପାଣ୍ଡିଆନ ବି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଥିଲେ । ସେ କହିଛନ୍ତି ଯେ, ନିଜେ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜି ପ୍ରାର୍ଥୀ ହେବାକୁ ବାଛି ଥିଲେ ଏବଂ ଏହାର ଉଦ୍ଦେଶ୍ୟ କେବଳ କଣ୍ଟାବାଞ୍ଜିର ବିକାଶ ବୋଲି ସେ କହିଥିଲେ । କଣ୍ଟାବାଞ୍ଜିର ରୂପାନ୍ତରଣ ହେବ ଓ ଏଠିକାର ଛୁଆ ପିଲାଙ୍କ ଭବିଷ୍ୟତ ଉଜ୍ବଳ ହେବ । ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଛିଡା ହେବାର ଲକ୍ଷ୍ୟ କେବଳ କଣ୍ଟାବାଞ୍ଜିର ବିକାଶ ଓ ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆସନ୍ତା 9 ଜୁନରେ ପୁଣି ମୁଖ୍ୟମନ୍ତ୍ରୀ ହେବେ ଓ ହେବା ମାତ୍ରେ ବିଜୁଳି ବିଲ 90 ପ୍ରତିଶତ ଛାଡ ହେବ ତଥା 100 ୟୁନିଟ ବିଦ୍ୟୁତ୍ ବିଲ ମାଗଣା ହେବ ବୋଲି ସେ କହିଥିଲେ । ତେଣୁ ବିକାଶ ପାଇଁ ବିଜେଡି କୁ ଭୋଟ ଦେବାକୁ ସେ କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ପରେ ବିରୋଧି ମହଲରେ ଛନକା ପଶିଛି । କଣ୍ଟାବାଞ୍ଜି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଛନ୍ତି ହେଲେ ଏଯାଏଁ ଗାଁ କୁ ଗାଁ ଆସି ପ୍ରଚାର କରି ନାହାନ୍ତି । ତେଣୁ ସେ ଗାଁ କୁ ଗାଁ ଆସନ୍ତୁ ଓ ଏଠିକାର ଦୁର୍ଦ୍ଦଶା ଦେଖନ୍ତୁ । କିଭଳି ଏଠି ଲୋକ ଦାଦନ ଯାଉଛନ୍ତି, ରାସ୍ତା କେମିତି ଅଛି ଓ 35 ପ୍ରତିଶତ ଜଳସେଚନ ସୁବିଧାର ପ୍ରତିଶ୍ରୁତି ଦେଇଥିବା ନବୀନ ପଟ୍ଟନାୟକ ଏଠି କେତେ ଜଳସେଚନ ହୋଇଛି ଦେଖନ୍ତୁ ବୋଲି କହିଛନ୍ତି ।।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.