ETV Bharat / politics

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ; ଆଜିଠୁ ନାମାଙ୍କନ ଦାଖଲ - LOK SABHA ELECTION 2024

author img

By ETV Bharat Odisha Team

Published : Apr 18, 2024, 8:43 AM IST

Updated : Apr 18, 2024, 10:46 AM IST

Odisha First Phase Lok sabha Election Notification: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ । ମେ' 13ରେ 4 ଲୋକସଭା ଓ 28ଟି ବିଧାନସଭା ଆସନ ପାଇଁ ପଡିବ ଭୋଟ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନର ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 10ଟି ରାଜ୍ୟର 96ଟି ଲୋକସଭା ଆସନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଏପ୍ରିଲ 25 ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜିଠୁ ନାମାଙ୍କନ ଭରିବେ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ।

ଏହା ମଧ୍ୟ ପଢନ୍ତୁ-ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: ଥମିଲା ପ୍ରଚାର, ନେତାଙ୍କ ଛାତି ଧଡଧଡ - LOK SABHA ELECTIONs 2024

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ଓଡ଼ିଶାରେ 4ଟି ପର୍ଯ୍ୟାୟରେ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ । ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଓ 28ଟି ବିଧାନସଭା ଆସନରେ ହେବ ମତଦାନ । ଏଥିପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ । ଆସନ୍ତା 25 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 26 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏପ୍ରିଲ 29 ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି ।

ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି
ଏପ୍ରିଲ 18 ନାମାଙ୍କନ ଦାଖଲ ଆରମ୍ଭ
ଏପ୍ରିଲ 25 ନାମାଙ୍କନ ଦାଖଲ ଶେଷ
ଏପ୍ରିଲ 26 ନାମାଙ୍କନ ପତ୍ର ଯାଞ୍ଚ
ଏପ୍ରିଲ 29 ନାମାଙ୍କନ ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଭରିବେ ପ୍ରାର୍ଥୀ - LOK SABHA ELECTION 2024

ଓଡ଼ିଶାରେ ଏହି ସବୁ ଆସନ ପାଇଁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ: ମେ' 13, ମେ' 20, ମେ' 25 ଓ ଜୁନ 1 ତାରିଖରେ ଚାରୋଟି ପର୍ଯ୍ୟାୟରେ ଓଡ଼ିଶାରେ ହେବ ଭୋଟ ଗ୍ରହଣ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି 28ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ସେଗୁଡିକ ହେଲା ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ନବରଙ୍ଗପୁର, ଡାବୁଗାଁ, ଧର୍ମଗଡ଼, ଜୁନାଗଡ, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ବ୍ରହ୍ମପୁର, ବିଷମକଟକ, ରାୟଗଡ଼ା, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ ଓ ପଟାଙ୍ଗୀ ।

4 ଲୋକସଭା ଆସନର ବିଧାନସଭା ସିଟ
କଳାହାଣ୍ଡି (ଲୋକସଭା) ନୂଆପଡ଼ା ଖଡ଼ିଆଳଲାଞ୍ଜିଗଡ଼ଧର୍ମଗଡ଼ଜୁନାଗଡଭବାନୀପାଟଣାନର୍ଲା

ନବରଙ୍ଗପୁର (ଲୋକସଭା)

ଉମରକୋଟଝରିଗାଁନବରଙ୍ଗପୁରଡାବୁଗାଁକୋଟପାଡ଼ମାଲକାନଗିରିଚିତ୍ରକୋଣ୍ଡା

ବ୍ରହ୍ମପୁର (ଲୋକସଭା)

ବ୍ରହ୍ମପୁରଛତ୍ରପୁରଗୋପାଳପୁରଦିଗପହଣ୍ଡିଚିକିଟିମୋହନାପାରଳାଖେମୁଣ୍ଡି

କୋରାପୁଟ (ଲୋକସଭା)

ଗୁଣୁପୁରବିଷମକଟକରାୟଗଡ଼ାଲକ୍ଷ୍ମୀପୁରଜୟପୁରକୋରାପୁଟପଟାଙ୍ଗୀ

ଚତୁର୍ଥ ପର୍ଯ୍ୟାୟରେ ଏହି ରାଜ୍ୟରେ ହେବ ମତଦାନ: 10ଟି ରାଜ୍ୟର 96ଟି ଲୋକସଭା ଆସନରେ ମେ' 13 ତାରିଖରେ ହେବ ମତଦାନ । ଆନ୍ଧ୍ରପ୍ରଦେଶ, ବିହାର ,ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ତେଲେଙ୍ଗାନା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କାଶ୍ମୀର ।

Last Updated : Apr 18, 2024, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.