ETV Bharat / politics

ପାଟଣା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ, ପାର୍ଟି ଅଫିସ ସାମ୍ନାରେ ବିଜେପି କର୍ମୀଙ୍କ ବିକ୍ଷୋଭ - Patna Assembly Constituency

author img

By ETV Bharat Odisha Team

Published : Apr 17, 2024, 4:56 PM IST

Internal Conflict in Kendujhar BJP: ପାଟଣାର ବିଜେପି ବିଧାୟକ ପ୍ରାର୍ଥୀ ଅଖିଳଚନ୍ଦ୍ର ନାଏକଙ୍କୁ ଦଳୀୟ କର୍ମୀଙ୍କ ବିରୋଧ । ମଙ୍ଗଳବାର ଦଳୀୟ କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ହୋ-ହଲ୍ଲା କରି ପ୍ରାର୍ଥୀ ପରିବର୍ତ୍ତନ ଦାବି ସହ ଇସ୍ତଫା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ପାଟଣା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ, ପାର୍ଟି ଅଫିସ୍ ସାମ୍ନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ
ପାଟଣା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ, ପାର୍ଟି ଅଫିସ୍ ସାମ୍ନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ପାଟଣା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ, ପାର୍ଟି ଅଫିସ୍ ସାମ୍ନାରେ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

କେନ୍ଦୁଝର: ପ୍ରାର୍ଥୀ ତାଲିକା ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି । କେନ୍ଦୁଝର ଜିଲ୍ଲାରେ ପାଟଣା ବିଧାନସଭା ଆସନ ପାଇଁ ଅଖିଳଚନ୍ଦ୍ର ନାଏକଙ୍କ ନାମ ଘୋଷଣା ପରେ ବିଜେପି ଦଳରେ ବିବାଦ ଦେଖାଦେଇଛି । ମଙ୍ଗଳବାର ଦଳୀୟ କର୍ମୀ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ହୋ-ହଲ୍ଲା କରି ପ୍ରାର୍ଥୀ ପରିବର୍ତ୍ତନ ଦାବି କରିଛନ୍ତି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସବିର ଦାଶଙ୍କ ସମେତ ଜିଲାର ନେତୃବୃନ୍ଦ ସମୂହ ଇସ୍ତଫା ଜିଲା ସଭାପତିଙ୍କୁ ପ୍ରଦାନ କରିଛନ୍ତି ।

ଅଖିଳ ଗତ ନିର୍ବାଚନରେ ବିଜେପିରୁ ଟିକେଟ ନ ପାଇବାରୁ ସ୍ଵାଧୀନ ଭାବେ ଲଢ଼ିଥିଲେ । ଏନେଇ ଦଳ ତାଙ୍କୁ ନିଲମ୍ବନ କରିଥିଲା । ଚଳିତ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଦଳୀୟ ଅସନ୍ତୋଷ ଦେଖାଦେଇଛି । ତାଙ୍କ ବିରୋଧରେ ବହୁ ଲୋକଙ୍କ ଠାରୁ ବିଜେପିର ପାଟଣା ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ ଘର ଯୋଗାଇ ଦେବା ଏବଂ ରେଲୱେରେ ଚାକିରି କରାଇଦେବା ପାଇଁ ଅର୍ଥ ନେଇଥିବା ଅଭିଯୋଗ ଥିବା ଇସ୍ତଫା ପତ୍ରରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ... ବିଜେପିରେ ଥମୁନି ଟିକେଟ୍ କନ୍ଦଳ, ଗୋପାଲଜୀ ପାଣିଗ୍ରାହୀଙ୍କୁ ଅନନ୍ତଙ୍କ ବିରୋଧ - Ticket Issue

ଜିଲ୍ଲା କାର୍ଯ୍ୟାଳୟରେ ପାଟଣା ପାଇଁ ଆଶାୟୀ ଥିବା ମମିତା ନାଏକଙ୍କ ସମର୍ଥକ ଖୋଲା ଚେତାବନୀ ଦେବା ପରେ ଦଳୀୟ ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଛି । ଇସ୍ତଫାପତ୍ରରେ ଭାଜପା ଜିଲ୍ଲା ଯୁବ ମୋର୍ଚ୍ଚା ଜିଲା ସଭାପତି ସବିର ଦାସ, ପାଟଣା ବ୍ଲକ୍ ସଂଯୋଜକ ସୁଦର୍ଶନ ମହାନ୍ତ, ଜିଲ୍ଲା ସମ୍ପାଦକ ହେମରଞ୍ଜନ ବାରିକ, ମଣ୍ଡଳ ସଭାପତି ସାହାରପଡ଼ା ବୁଲୁ ବାରିକ, ମଣ୍ଡଳ ସଭାପତି ଉଦୟପୁର ନରହରି ମହାନ୍ତ, କେନ୍ଦେଇପଶି ମଣ୍ଡଳର ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ସିଂ, ଉଦୟପୁର ମଣ୍ଡଳ ସାଧାରଣ ସମ୍ପାଦକ ଆସିକ ହାଁସଦା, କେନ୍ଦେଇପଶି ମଣ୍ଡଳର ସାଧାରଣ ସମ୍ପାଦକ ମଣିଭୂଷଣ ବାରିକ, ମିତ୍ରଭାନୁ ମହାନ୍ତ ପ୍ରମୁଖ ଜିଲ୍ଲା ସଭାପତିଙ୍କ ଜରିଆରେ ରାଜ୍ୟ ସଭାପତିଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ।

ବିଜେପି ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ‘ମୋ ନାମରେ ହୋଇଥିବା ଅଭିଯୋଗ ମିଥ୍ୟା । ବିଜେପିର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଆମେ ନିର୍ବାଚନ ବୈତରଣୀ ପାର ହେବୁ । ଯେଉଁ ମଣ୍ଡଳ ସଭାପତି ମାନେ ଇସ୍ତଫା ଦେବା କଥା କହୁଛନ୍ତି, ମୁଁ ବ୍ୟକ୍ତିଗତ ଭାବେ ସେମାନଙ୍କୁ ବୁଝାଉଛି ।’

ଗତକାଲି କିଛି ଜିଲ୍ଲା ସ୍ତରୀୟ ନେତା ଅସନ୍ତୁଷ୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ସେମାନେ ବୁଝି ନ ଥିଲେ । ଫଳରେ ଆଜି ଶତାଧିକ କର୍ମୀ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ଏନେଇ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ପରୋକ୍ଷରେ ମଣ୍ଡଳ ସଭାପତି ଓ କେତେକ କର୍ମକର୍ତ୍ତା ଅଖିଳଙ୍କ ପ୍ରାର୍ଥିତ୍ଵକୁ ବିରୋଧ କରି ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି ଓ ତାହା ଗ୍ରହଣ କରାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.