ETV Bharat / politics

ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ, 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର - Lok Sabha elections 2024

author img

By ETV Bharat Odisha Team

Published : May 7, 2024, 6:56 AM IST

Lok Sabha elections 2024: ଆଜି ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ । 93ଟି ଆସନରେ 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Lok Sabha elections
Lok Sabha elections (Etv Bharat)

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଆଜି ତୃତୀୟ ପ୍ରର୍ଯ୍ୟାୟ ନିର୍ବାଚନ । 10 ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର 93ଟି ଆସନରେ ହେବ ମତଦାନ । 1331 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରାର୍ଥୀଙ୍କ ମଧ୍ୟରେ 120 ଜଣ ମହିଳା ରହିଛନ୍ତି । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପୋଲିଂ ବୁଥ ଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯିବା ସହ ସୁରକ୍ଷାକୁ ମଧ୍ୟ କଡାକଡି କରାଯାଇଛି । ଗୁଜୁରାଟରେ ସର୍ବାଧିକ ଆସନରେ ଭୋଟ ଗ୍ରହଣ ହେବ । ତୃତୀୟ ପର୍ଯ୍ୟାୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଡିମ୍ପଲ ଯାଦବଙ୍କ ପରି ଅନେକ ହେବିୱେଟ ନେତା ମୈଦାନରେ ରହିଛନ୍ତି ।

ଏହି ସବୁ ଆସନରେ ହେବ ମତଦାନ: ଆସାମ (4), ବିହାର (5), ଛତିଶଗଡ (7), ଦାଦ୍ରା ନଗରହାବେଳି-ଡାମନ ଡିଉ (2), ଗୋଆ (2), ଗୁଜୁରାଟ (25), କର୍ଣ୍ଣାଟକ (14), ମଧ୍ୟ ପ୍ରଦେଶ (9), ମହାରାଷ୍ଟ୍ର (11), ପଶ୍ଚିମବଙ୍ଗ (4)ଓ ଉତ୍ତରପ୍ରଦେଶର (10) ଟି ଆସନରେ ମତଦାନ ହେବ ।

ଏହା ମଧ୍ୟ ପଢନ୍ତୁ-2024 ଲୋକସଭା ନିର୍ବାଚନ; କାଲି ତୃତୀୟ ପର୍ଯ୍ୟାୟ ମତଦାନ, 1331 ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା - Third phase of Lok Sabha elections

ମୈଦାନରେ ରହିଛନ୍ତି ହେବିଓ୍ବେଟ: ଆଜି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ସେମାନଙ୍କ ମଧ୍ୟରୁ ଗୁଜୁରାଟ ଗାନ୍ଧୀନଗରରୁ ଅମିତ ଶାହ, ଆସାମ ଗୌହାଟିରୁ ବିଜୁଳୀ କଳିତା ମେଧି, ଛତିଶଗଡ଼ କୋରବାରୁ ସରୋଜ ପାଣ୍ଡେ, ବିହାର ମାଧେପୁରାରୁ ଦିନେଶ ଚନ୍ଦ୍ର ଯାଦବ, କର୍ଣ୍ଣାଟକ ହାଭେରିରୁ ବସଭରାଜ ବୋମାଇ, କର୍ଣ୍ଣାଟକ ଧାରବାଦରୁ ପ୍ରହ୍ଲାଦ ଯୋଶୀ, ଛତିଶଗଡ଼ ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଗୁଜୁରାଟ ନବସାରିରୁ ସି.ଆର ପାଟିଲ, କର୍ଣ୍ଣାଟକ ବେଲଗାମରୁ ଜଗଦୀଶ ସେଟ୍ଟାର, ଉତ୍ତର ଗୋଆରୁ ଶ୍ରୀପଦ ୟେଶୋ ନାଏକ, ବିଜୟପୁରାରୁ ରମେଶ ଜିଗାଜିନାଗି, ବେଲାରିରୁ ଶ୍ରୀ ରାମୁଲୁ, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମଧ୍ୟପ୍ରଦେଶ ବିଦିଶା ଶିବରାଜ ସିଂ ଚୌହାନ, ରାଜଗଡ଼ରୁ ଦିଗବିଜୟ ସିଂ, କର୍ଣ୍ଣାଟକ ଶିବମୋଗାରୁ କେ.ଏସ ଈଶ୍ବରପ୍ପା, ଗୁଲବର୍ଗା ରାଧା କ୍ରୀଷ୍ଣା, ପୋରବନ୍ଦରରୁ ଡ. ମନସୁଖ ମାଣ୍ଡଭ୍ୟ, ବାରାମତିରୁ ସୁପ୍ରିୟା ସୁଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.