ETV Bharat / politics

ମୋଦି ଗ୍ୟାରେଣ୍ଟି ଓ କଳାହାଣ୍ଡିରେ ଗ୍ୟାରେଣ୍ଟି ନିର୍ବାଚନର ମୁଖ୍ୟ ମୁବ୍ଦା: ମାଲବିକା କେଶରୀ ଦେଓ - lok sabha elections 2024

author img

By ETV Bharat Odisha Team

Published : Mar 30, 2024, 11:41 AM IST

Lok Sabha Elections 2024: ନିର୍ବାଚନକୁ ନେଇ ବିଜେପି ସାଂସଦ ପ୍ରାର୍ଥିନୀ ମାଳବିକା କେଶରୀ ଦେଓଙ୍କ ପ୍ରତିକ୍ରିୟା । କହିଲେ, ମୋ ସହ ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ରହିଛି । ମୋଦି ଗ୍ୟାରେଣ୍ଟି ଓ କଳାହାଣ୍ଡିରେ ଗ୍ୟାରେଣ୍ଟି ନିର୍ବାଚନର ମୁଖ୍ୟ ମୁବ୍ଦା ହେବ । ଆମେ କଳାହାଣ୍ଡିକୁ ନମ୍ବର ୧ ଜିଲ୍ଲା କରିବୁ । ଅଧିକ ପଢନ୍ତୁ

Etv Bharat
Etv Bharat

ମୋଦି ଗ୍ୟାରେଣ୍ଟି

ଭୁବନେଶ୍ୱର: ମୁଣ୍ଡ ଉପରେ ନିର୍ବାଚନ । ଏନେଇ ରାଜ୍ୟ ରାଜନୀତି ସରଗରମ ହେଉଥିବା ବେଳେ ମୈଦାନକୁ ଓହ୍ଲାଇଲେଣି ନେତା । ସମସ୍ତେ ନିଜ ନିଜର ବିଜୟକୁ ନେଇ ଦମ୍ଭ ଦେଖାଉଛନ୍ତି । ତେବେ ଚଳିତ ନିର୍ବାଚନରେ କଳାହାଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ମାଳବିକା କେଶରୀ ଦେଓ ନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋଦି ଗ୍ୟାରେଣ୍ଟି ଓ କଳାହାଣ୍ଡିରେ ଗ୍ୟାରେଣ୍ଟି ନିର୍ବାଚନର ମୁଖ୍ୟ ମୁଦ୍ଦା ରହିବ । ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ୪୦୦ ପାର୍ ନାରା ସହ ଡବଲ ଇଞ୍ଜିନ ସରକାର ଗଠନର ରଣନୀତି ନେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଦଳ ତାଙ୍କ ଉପରେ ଭରସା କରି ପ୍ରାର୍ଥୀ ଚୟନ କରିଥିବାରୁ ସେ ଦଳକୁ ଧନ୍ୟବାଦ ଜଣାଇବା ସହ କଳାହାଣ୍ଡିରେ ବିଜେପିକୁ ଜିତାଇବୁ ବୋଲି କହିଛନ୍ତି ମାଳବିକା ଦେଓ ।

ସେହିପରି ସେ ଆହୁରି କହିଛନ୍ତି ଯେ, ମୋ ମନରେ ଲୋକଙ୍କ ପାଇଁ କାମ କରିବାର ଉତ୍ସାହ ଅଛି । ମୁଁ କାମ କରିବାକୁ ଚାହୁଁଛି । ସେହି ଉତ୍ସାହ ସହ ବିଜେପି ମୋ ଉପରେ ଆସ୍ଥା ରଖି ସୁଯୋଗ ଓ ଦାୟିତ୍ୱ ଦେଇଥିବାରୁ ମୁଁ ଦିନରାତି କାମ କରିବି । ଆଉ ଯଥାସମ୍ଭବ କଳାହାଣ୍ଡିର ବିକାଶ କରିବି । ପ୍ରଥମ ଥର ମତେ ଟିକେଟ ମିଳିଛି । ମୋ ସହ ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ରହିଛି । ଲୋକଙ୍କ ଉତ୍ସାହ ଦେଖି ବେଶୀ ଖୁସି ଲାଗୁଛି । ଆଗକୁ ଲୋକଙ୍କ ପାଇଁ କାମ କରିବି ଆଉ କଳାହାଣ୍ଡି ଓ ନୂଆପଡାର ବିକାଶ ସହ ଏହାକୁ ଏକ ନମ୍ବର ଜିଲ୍ଲା କରିବୁ ।

ଏହା ମଧ୍ୟ ପଢନ୍ତୁ: କାହାର ହେବ କଳାହାଣ୍ଡି ଲୋକସଭା ଆସନ ? ବିଜେପିରୁ ମାଳବିକା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ଉପରେ ନଜର - Kalahandi Lok Sabha Constituency

ନିର୍ବାଚନ ପାଇଁ ମୁଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି, ଚ୍ୟାଲେଞ୍ଜ ନେଇ ମୈଦାନକୁ ଓହ୍ଲାଇଛି । କାମ କରିବା ପାଇଁ ଆସିଛି କାମ କରିକି ଦେଖାଇବି । ସାଂସଦ ପ୍ରାର୍ଥୀ ଭାବେ ନାମ ଘୋଷଣା ପରଠାରୁ ହିଁ ସାଂସଦ ଭାବରେ ଲୋକଙ୍କ ଅଗ୍ରାହ୍ୟ ମୋ ପ୍ରତି ଥିବା ଦେଖିଛି । କଳାହାଣ୍ଡିବାସୀଙ୍କୁ ନିରାଶ ହେବାକୁ ଦେବି ନାହିଁ । ଆମେ ସମସ୍ତେ ଗୋଟିଏ ପରିବାର ହୋଇ ଲୋକଙ୍କ ଲାଗି କାମ କରିବୁ ଏବଂ କଳାହାଣ୍ଡିରେ ବିଜେପିକୁ ଜିତାଇବୁ ବୋଲି କହିଛନ୍ତି ମାଲବିକା କେଶରୀ ଦେଓ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.