ETV Bharat / politics

ୟୁପି ପରେ ଦିଲ୍ଲୀ; ଆପ୍-କଂଗ୍ରେସ ମଧ୍ୟରେ ଛିଣ୍ଡିଲା ସିଟ୍ ଭାଗବଣ୍ଟା !

author img

By ETV Bharat Odisha Team

Published : Feb 22, 2024, 1:32 PM IST

Updated : Feb 22, 2024, 2:14 PM IST

AAP-Congress Delhi seat sharing deal: ଦିଲ୍ଲୀରେ ଆପ୍ ଓ କଂଗ୍ରେସ ମଧ୍ୟରେ ଆସନ ବୁଝମଣା ଚୂଡା଼ନ୍ତ ହୋଇଥିବା ସୂତ୍ରରୁ ସୂଚନା । ଏନେଇ ଖୁବଶୀଘ୍ର ହୋଇପାରେ ଆନୁଷ୍ଠାନିକ ଘୋଷଣା । ଅଧିକ ପଢନ୍ତୁ

ଆପ୍ ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟା
ଆପ୍ ଓ କଂଗ୍ରେସ ମଧ୍ୟରେ ସିଟ୍ ଭାଗବଣ୍ଟା

ନୂଆଦିଲ୍ଲୀ: ଆପ୍ ଓ କଂଗ୍ରେସ ମଧ୍ୟରେ ଛିଣ୍ଡିଲା ଆସନ ଭାଗବଣ୍ଟା । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସିଟ୍ ସେୟାରିଂ ଫର୍ମୂଲା ଯାହା ଆସିଛି ସେଇ ଅନୁସାରେ, ଦିଲ୍ଲୀରେ ଆପ୍ ୪ଟି ଆସନରେ ଲଢିବ ଏବଂ କଂଗ୍ରେସକୁ ବଳକା ୩ଟି ଆସନ ଛାଡିପାରେ । ଦିଲ୍ଲୀରେ ମୋଟ ଲୋକସଭା ଆସନ 7 । ସେହିପରି ହରିୟାଣାରେ କଂଗ୍ରେସ ଆପ୍‌କୁ ଗୋଟିଏ ସିଟ୍ ଏବଂ ଗୁଜୁରାଟରେ ୨ଟି ସିଟ୍ ଦେବ ବୋଲି ଚୂଡାନ୍ତ ହୋଇଥିବା ସୂତ୍ରରୁ ଖବର ମିଳିଛି । ଏନେଇ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା ହେବ । ଉତ୍ତରପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣାର ଦିନକ ପରେ ଦିଲ୍ଲୀରେ ଏହି ଭାଗବଣ୍ଟା ତୁଟିଛି ।

ଏହା ମଧ୍ୟ ପଢନ୍ତୁ: ଉତ୍ତର ପ୍ରଦେଶରେ 63 ଆସନରେ ଲଢିବ ସପା, 17ରେ କଂଗ୍ରେସ

ସୂତ୍ରକୁ ଯଦି ବିଶ୍ବାସ କରାଯାଏ, ଆମ୍ ଆଦମୀ ପାର୍ଟି ଦକ୍ଷିଣ ଦିଲ୍ଲୀ, ଉତ୍ତର-ପଶ୍ଚିମ ଦିଲ୍ଲୀ, ନୂଆ ଦିଲ୍ଲୀ ଓ ପଶ୍ଚିମ ଦିଲ୍ଲୀ ଆସନରେ ନିର୍ବାଚନ ଲଢିବ । ଅପରପକ୍ଷେ, ଉତ୍ତର ପୂର୍ବ, ଚାନ୍ଦିନୀ ଚୌକ ଏବଂ ପୂର୍ବ ଦିଲ୍ଲୀ ଆସନରେ କଂଗ୍ରେସ ପ୍ରତିଦ୍ବନ୍ଦିତା କରିବ । ତେବେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ ଦୀର୍ଘ ଦିନ ଧରି ଛକାପଞ୍ଝା ପରେ ଶେଷରେ ଏହାର ସମାଧାନ ହୋଇଛି । ଯାହାକି ୨୦୨୪ରେ ବିଜେପି ବିରୋଧରେ ଏକାଠି ହୋଇଥିବା ବିରୋଧୀ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ସଫଳତା କହିଲେ ଭୁଲ୍ ହେବନି ।

କିଛି ଦିନ ଭିତରେ ଇଣ୍ଡିଆ ମେଣ୍ଟକୁ ଦୁଇଟି ବଡ ଝଟକା ଲାଗିଥିଲା । ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କଲେ, ଟିଏମସି ପଶ୍ଚିମବଙ୍ଗରେ ଏକାକୀ ଲୋକସଭା ନିର୍ବାଚନ ଲଢିବ । କୌଣସି ସହଯୋଗୀ ଦଳ ସହ ଆସନ ଭାଗବଣ୍ଟା ହେବନି । ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିରୋଧୀ ମେଣ୍ଟରୁ ସମ୍ପର୍କ ତୁଟାଇ ଏନଡିଏକୁ ଫେରିଥିଲେ ।

କହିରଖୁଛୁ କି, ପୂର୍ବରୁ ଦିଲ୍ଲୀର ୭ ଲୋକସଭା ଆସାନରେ ଆମ୍ ଆଦାମୀ ପାର୍ଟି କଂଗ୍ରେସକୁ ଗୋଟିଏ ସିଟ୍ ଦେବାକୁ ଅଫର୍ ଦେଇଥିଲା । ଆପ୍‌ର ନେତା ସନ୍ଦୀପ ପାଠକ କହିଥିଲେ ଯେ, ଦିଲ୍ଲୀରେ ଆପ୍ ୬ଟି ଆସନରେ ନିର୍ବାଚନ ଲଢିବ ଏବଂ କଂଗ୍ରେସକୁ ଗୋଟିଏ ସିଟ୍‌ରେ ଲଢିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

Last Updated : Feb 22, 2024, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.