ETV Bharat / politics

ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ; ରାହୁଲଙ୍କ ସମେତ ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର - Lok Sabha Election Phase 2

author img

By ETV Bharat Odisha Team

Published : Apr 26, 2024, 9:02 AM IST

Updated : Apr 26, 2024, 11:13 AM IST

Lok Sabha Election Phase 2: ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୧୨୦୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାର କରୁଛନ୍ତି ଭୋଟର । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆରମ୍ଭ ହୋଇଛି ମତଦାନ । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୮୮ଟି ଆସନରେ ମତଦାନ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୧୨୦୨ ପ୍ରାର୍ଥୀ ମୈଦାନରେ ଅଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସାଂସଦ ଶଶୀ ଥରୁରଙ୍କ ସହ ବିଜେପିର ଅରୁଣ ଗୋଭିଲ, ହେମାମାଳିନୀ, ଓମ ବିର୍ଲା । ଆଜି ଏହି ହେଭିୱେଟ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳୁ ମତଦାନ କେନ୍ଦ୍ର ବାହାରେ ଲମ୍ବା ଲାଇନରେ ଆସି ଭୋଟରମାନେ ନିଜର ପସନ୍ଦର ନେତା ବାଛୁଛନ୍ତି । ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଜେପି ନେତ୍ରୀ ବସୁନ୍ଧରା ରାଜେ, କେନ୍ଦ୍ରମନ୍ତ୍ରୀ ମୁରଲୀଧରନ, କଂଗ୍ରେସ ନେତା କେସି ବେଣୁଗୋପାଳ ପ୍ରମୁଖ ନେତାମାନେ ମଧ୍ୟ ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ।

୮୮ ଆସନରେ ଚାଲିଛି ମତଦାନ: ଆଜି ସମୁଦାୟ ୮୮ ଆସନରେ ଭୋଟ ଗ୍ରହଣ ହେଉଛି । ସେଥିମଧ୍ୟରେ କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାର ୫, ଆସାମର ୫, ପଶ୍ଚିମବଙ୍ଗ ଓ ଛତିଶଗଡର ୩, ଜମ୍ମୁ-କାଶ୍ମୀର, ମଣିପୁର ଏବଂ ତ୍ରିପୁରାର ଗୋଟିଏ ଲେଖାଏ ଆସନରେ ଚାଲିଛି ମତଦାନ । ତେବେ ଦ୍ବିତୀୟ ପର୍ଯ୍ୟାୟରେ ୮୯ ଆସନରେ ମତଦାନ ହେବାର ଥିଲା, କିନ୍ତୁ ମଧ୍ୟପ୍ରଦେଶର ବୈତୁଲ ଆସନରେ ବିଏସପି ନେତାଙ୍କ ଦେହାନ୍ତ ଯୋଗୁଁ ସେହି ଆସନରେ ଆଜି ଭୋଟ ଗ୍ରହଣ ହୋଇପାରିନି ।

ଆଜି ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ: ଅନେକ ହାଇପ୍ରୋଫାଇଲ ସିଟ୍‌ରେ ଆଜି ଭୋଟ ପଡୁଛି । କେରଳର ୱାୟନାଡ ଆସନରେ ଚାଲିଛି କଡା ଟକ୍କର । କାରଣ ଗୋଟିଏ ପଟେ କଂଗ୍ରେସ ହେଭିୱେଟ ରାହୁଲ ଗାନ୍ଧୀ ଥିବାବେଳେ ବିଜେପିରେ ରହିଛନ୍ତି କେ ସୁରେନ୍ଦ୍ରନ । ସିପିଆଇରୁ ଅନରାଜ ମଧ୍ୟ ଏଠି ଟକ୍କର ଦେଉଛନ୍ତି । ସେପଟେ ଥିରୁଅନନ୍ତପୁରମ ଆସନରେ କଂଗ୍ରେସର ଶଶୀ ଥରୁର ଏବଂ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ମଧ୍ୟରେ କଡା ମୁକାବିଲା ଚାଲିଛି । ସେହିପରି ମିରଟରୁ ଅରୁଣ ଗୋଭିଲ, ମଥୁରାରୁ ହେମା ମାଳିନୀ, କୋଟାରୁ ଓମ ବିର୍ଲା, ଦକ୍ଷିଣ ବେଙ୍ଗାଲୁରୁରୁ ତେଜସ୍ବୀ ସୂର୍ଯ୍ୟ, କେରଳର ଆଲପୁଜ୍ଜାରୁ କଂଗ୍ରେସ ନେତା କେସି ବେଣୁଗୋପାଳ ପ୍ରତିଦ୍ବନ୍ଦିତା କରୁଥିବାବେଳେ ଆଜି ଏହି ଆସନରେ ଭୋଟ ଗ୍ରହଣ ହେଉଛି ।

ଏହା ମଧ୍ୟ ପଢନ୍ତୁ: ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: 88 ଆସନରେ ମତଦାନ ଆରମ୍ଭ, ଭୋଟ ଦେବାକୁ ଅପିଲ କଲେ ମୋଦି - Lok Sabha Election 2024

ଏହା ମଧ୍ୟ ପଢନ୍ତୁ: ମହାସମର 2024: ଦ୍ବିତୀୟ ପର୍ଯ୍ୟାୟରେ 13 ରାଜ୍ୟର 88 ଆସନରେ ଭୋଟିଂ; ରାହୁଲ-ହେମାମାଳିନୀ-ଓମ୍ ବିର୍ଲାଙ୍କର ହେବ ଭାଗ୍ୟ ପରୀକ୍ଷା - LOK SABHA ELECTION SECOND PHASE

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 26, 2024, 11:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.