ETV Bharat / politics

ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଚର୍ଚ୍ଚାରେ ବବିଙ୍କ ଟ୍ବିଟ୍‌ - lok sabha election 2024

author img

By ETV Bharat Odisha Team

Published : May 13, 2024, 10:07 AM IST

lok sabha election 2024: ରାଜ୍ୟରେ ଆଜି ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ଟ୍ବିଟ କଲେ ବବି । ଆଉ କିଛି ସମୟ ମଧ୍ୟରେ ବିଜେପିର ପ୍ରେସମିଟ୍‌ । ଅଧିକ ପଢନ୍ତୁ

ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଚର୍ଚ୍ଚାରେ ବବିଙ୍କ ଟ୍ବିଟ
ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଚର୍ଚ୍ଚାରେ ବବିଙ୍କ ଟ୍ବିଟ (PIC-ETV Bharat)

ହାଇଦ୍ରାବାଦ: ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ । ବିଜୁ ଜନତା ଦଳର ଦାବିକୁ ଗ୍ରହଣ କରି ବିଜେପି ଆଜି ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ କରିବାକୁ ଯାଉଛି । ଦଳ ଆଜି ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରେସମିଟରେ ଏହି ଘୋଷଣା କରିବ । ଏହା କୌଣସି ଗଣମାଧ୍ୟମ ରିପୋର୍ଟ କିମ୍ବା ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ରିପୋର୍ଟ ନୁହେଁ ବରଂ ବିଜେଡିର ଚର୍ଚ୍ଚିତ ନେତା ତଥା ସମ୍ବଲପୁର ସଂସଦୀୟ ଆସନରୁ ନିର୍ବାଚନ ଲଢୁଥିବା ପ୍ରବଣ ପ୍ରକାଶ ଦାସଙ୍କ ସୂଚନା । ଏନେଇ ଆଜି ସକାଳେ ବିବିଙ୍କ ଏହି ଟ୍ବିଟ ଆସିବା ପରେ ଚର୍ଚ୍ଚା ବଢିଛି । ବାସ୍ତବରେ ସେପରି କିଛି ସୂଚନା ନଥିବା ବେଳେ କାହିଁକି ଏମିତି ବାଣ ମାରିଲେ ବବି । ଭାରତୀୟ ଜନତା ପାର୍ଟିକୁ ଏପରି ଢଙ୍ଗରେ ସେ କଟାକ୍ଷ କରିଥିବା ଚର୍ଚ୍ଚା ହେଉଛି ।

ଟ୍ବିଟରେ ବବି ଲେଖିଛନ୍ତି, ‘‘ଓଡ଼ିଶା ବିଜେପି, ବିଜୁ ଜନତା ଦଳର ଦାବି ମାନି ନେଇଥିବା ଜାଣି ମତେ ଖୁସି ଲାଗିଲା। ଆଜି ଦିନ ୯ଟା ବେଳେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଜେପିର ବରିଷ୍ଠ ନେତାମାନେ ଏକାଠି ହୋଇ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛନ୍ତି ।’’

ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାଜ୍ୟରେ ବିଜେପି ସରକାର ଗଠନ କରିବ ଓ 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି କହିସାରିଛନ୍ତି । ଏହା ସହ ଗଣତି ଓ ଫଳାଫଳ ଦିନ ହିଁ ରାଜ୍ୟରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହା ପରେ ବିଜେଡିର ଦ୍ବିତୀୟ ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ମଧ୍ୟ ନବୀନ ପଟ୍ଟନାୟକ 9 ତାରିଖରେ ଶପଥ ଗ୍ରହଣ କରିବେ ବୋଲି କହିସାରିଛନ୍ତି । ଏହାରି ମଧ୍ୟରେ ବବି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଥା ଉଠାଇ କଟାକ୍ଷ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ - lok sabha election 2024

ତେବେ ରାଜ୍ୟରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ଦେଖାଉଛି । ଆଜି ପୂର୍ବାହ୍ନରେ ଦଳ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବାକୁ ଯାଉଛି । ଏହାର ଏଜେଣ୍ଡା ସମ୍ପର୍କରେ ଦଳ ସ୍ପଷ୍ଟ କରିନଥିବା ବେଳେ ଆଉ କିଛି ସମୟ ମଧ୍ୟରେ ଏହା ସମ୍ପର୍କରେ ଜଣାପଡିପାରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.